Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ତେଲେଙ୍ଗାନାରେ ୨ କୋଟି ଟଙ୍କା ଜବତ, ୨ ଗିରଫ ହୋଇଥିବାବେଳେ ଢେଙ୍କାନାଳର ଏକ କାରରୁ ମିଳିଛି ୯ଲକ୍ଷ ୫୪ ହଜାର ଟଙ୍କା

4/04/2019 at 9:02 AM

ତେଲେଙ୍ଗାନା ସାଇବରବାଦରୁ ୨ କୋଟି ଟଙ୍କା ଜବତ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ହାଇଦ୍ରାବାଦରୁ ରାଜହ୍ରୁମଦ୍ରାଏକୁ ଏହି ଟଙ୍କା ନେଇ  ଏକ କାର ଯାଉଥିବା ବେଳେ ପୋଲିସ ଧରିଥିଲା । କିଏ ଓ କାହିଁକି ଏତେ ଗୁଡାଏ ଟଙ୍କା ପଠାଉଥିଲା ? ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଏହି ଟଙ୍କା ନିର୍ବାଚନରେ ବ୍ୟବହାର ପାଇଁ ପଠାଯାଉଥିବା ସନ୍ଦେହ କରାଯାଉଛି । ପୋଲିସ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅଧିକ ତଦନ୍ତ ଚଳାଇଛି । ସେହିପରି ଆନ୍ଧ୍ରପ୍ରଦେଶ ତିରୁପତିରୁ ୩୯ ଲକ୍ଷ ଟଙ୍କା ଜବତ ହୋଇଛି । ରେନୀଗୁଟା ନିର୍ବାଚନ ଫ୍ଲାଇଁ ସ୍ବାର୍ଡ ଏହି ଟଙ୍କା ଜବତ କରିଛି ।

 ଏପଟେ ଢେଙ୍କାନାଳର ଏକ କାରରୁ ଟଙ୍କା ଜବତ ହୋଇଛି । କୋରିଆଁ ବାଏପାସ ଛକ ନିକଟରେ ସଂଦେହ ଜନକ ଭାବେ ଥିବା ଏକ ମାରୁତି କାରରୁ ୯ଲକ୍ଷ ୫୪ ହଜାର ଟଙ୍କା ଜବତ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ । କାରରେ ଥିବା ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରିଛି ।  ଏହି ଟଙ୍କା ଯାଜପୁର ଷଠିପୁର ଅଞ୍ଚଳର ରୂପ ମହଲ ଓ କଳିଙ୍ଗ କନ୍ୟା ଯାତ୍ରା ପାର୍ଟି ମାଲିକଙ୍କ ବୋଲି ଅଟକ ବ୍ୟକ୍ତିମାନେ କହିଛନ୍ତି । ଯାତ୍ରା ପାର୍ଟିରୁ ଟଙ୍କା ସଂଗ୍ରହ କରି ଫେରୁଥିବା ସେମାନେ ସଫେଇ ଦେଇଛନ୍ତି । ପୋଲିସ ମାଲିକଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ।

   Related Posts