କାଳିଆ ଟଙ୍କା କେଳେଙ୍କାରୀ: ବିଧାନସଭାରେ ହଟ୍ଟଗୋଳ, ସେପଟେ ନିର୍ମଳା ସୀତାରମଣଙ୍କୁ ଭେଟିଲେ ବିଜେଡି ସଂସଦୀୟ ଟିମ୍

Published By : Prameya-News7 Bureau | March 11, 2020 IST

ପୁରୀ୧୧/୩: ୟେସ୍ ବ୍ୟାଙ୍କରେ ଜଗନ୍ନାଥ ଟଙ୍କା ଡିପୋଜିଟକୁ ନେଇ ବିଧାନସଭା ସରଗରମ। ଏହି ପ୍ରସଙ୍ଗକୁ ନେଇ କଂଗ୍ରସର ସଦସ୍ୟଙ୍କ ନାରାବାଜି ଓ ହଟ୍ଟଗୋଳ କରିଥିଲେ। ଏହା ଉପରେ ଆସନ୍ତାକାଲି ମୁଲତବୀ ପ୍ରସ୍ତାବ ଅନୁସାରେ ଆଲୋଚନା ହେବ। ସେପଟେ ୟେସ ବ୍ୟାଙ୍କରେ ଜମା ଥିବା ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଫେରାଇବାକୁ ବିଜେଡି ସାଂସଦ ମାନେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣଙ୍କୁ ଭେଟିଛନ୍ତି।

{"id":236703,"sizeSlug":"large"}

ବିଧାନସଭାରେ ୟେସ ବ୍ୟାଙ୍କ ତାତି । ଧୋଇଗଲା ବିଧାନସଭା। ପ୍ରଶ୍ନ କାଳ ଓ ଶୂନ୍ୟ କାଳ ଚାଲିପାରିଲାନି । ସେପଟେ ଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ । ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଫିକ୍ସଡ ଡିପୋଜିଟ ଥିବା ୫୪୫ କୋଟି କେମିତି ଫେରିବ ତାକୁ ନେଇ  ଆଜି କମ୍ପିଛି ଭୁବନେଶ୍ବରୁ ଦିଲ୍ଲୀ । ଏହି ପ୍ରସଙ୍ଗରେ ଗୃହରେ କଂଗ୍ରେସ ବିଧାୟକ ନାରାବାଜି କରିଥିଲେ । ଜଗନ୍ନାଥଙ୍କ ଟଙ୍କା ଖାଇଲା କିଏ ବୋଲି ସ୍ଲୋଗାନ ଦେଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ। ସରକାରଙ୍କୁ  ଜବାବ ମାଗିଥିଲେ ।

{"id":236704,"sizeSlug":"large"}

ସେପଟେ ବିଜେପି କହିଛି ମୁଲତବୀ ପ୍ରସ୍ତାବ ଆଲୋଚନା ଲାଗି ଥିବା ବେଳେ କଂଗ୍ରେସ ଜାଣିଶୁଣି ଶାସକ ଦଳକୁ ସୁରକ୍ଷା ଦେବା ପାଇଁ ଗୃହ ଅଚଳ କରିଛି ।  ବିଜେଡି କହିଛି ସରକାର ଆଲୋଚନା ଲାଗି ପ୍ରସ୍ତୁତ ଅଛନ୍ତି । ହେଲେ ବିରୋଧୀ ଗୃହ ଚଳାଇ ଦେଉ ନାହାନ୍ତି ।

{"id":236705,"sizeSlug":"large"}

ସେପେଟେ ୟେସ ବ୍ୟାଙ୍କରେ ଜଗା ଟଙ୍କା ପ୍ରସଙ୍କ ଦିଲ୍ଲୀରେ ପହଁଚିଛି । ୟେସ ବ୍ୟାଙ୍କରୁ ଶ୍ରୀଜଗନ୍ନାଥଙ୍କ ଜମା ଟଙ୍କା ଫେରାଇବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଛି ବିଜେଡି ସଂସଦୀୟ ଟିମ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ବିଜେଡି ସାଂସଦମାନେ ଆଲୋଚନା କରିଛନ୍ତି।

{"id":236706,"sizeSlug":"large"}

ସେପଟେ ଏହି ପ୍ରସଙ୍ଗରେ ବାରମ୍ବାର ଧାରଣା ଦେଇଥିବା ଶ୍ରୀଜଗନ୍ନାଥ ସେନା ଆଜି ସିବିଆଇକୁ ଭେଟି ଏହାର ତଦନ୍ତ ଦାବି କରିଛି। ୟେସ ବ୍ୟାଙ୍କରେ ୫୪୫ କୋଟି ଟଙ୍କା ରଖିବା ଲାଗି କିଛି ବ୍ୟକ୍ତି ପ୍ରଚୂର ଟଙ୍କା ସୁନା କମିଶନୀ ପାଇଛନ୍ତି, ବିଦେଶ ଭ୍ରମଣ କରିଛନ୍ତି ବୋଲି ଜଗନ୍ନାଥ ସେନା ଅଭିଯୋଗ କରିଛି।

{"id":236707,"sizeSlug":"large"}

“କାଳିଆ ନାଁରେ କେଳେଙ୍କାରୀ ସାଙ୍ଗକୁ ଘରୋଇ ବ୍ୟାଙ୍କରେ ଅସୁରକ୍ଷିତ ସରକାରୀ ଅର୍ଥ, ସରକାରଙ୍କ ନିରବତା କାହିଁକି ? ଏମିତି ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଣିଥିଲେ ବିରୋଧୀ। ଯାହା ଉପରେ ଆଲୋଚନା ପାଇଁ ଆସନ୍ତାକାଲିକୁ ସମୟ ଧାର୍ଯ୍ୟ କରିଛନ୍ତି ବାଚସ୍ପତି। ଅର୍ଥମନ୍ତ୍ରୀ ଏହା ଉପରେ ଜବାବ ରଖିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.