ନୂଆପଡା ଜିଲ୍ଲାର ବିଜ୍ଞାନ ଛାତ୍ର ଉଦ୍ଭାବନ କଲେ ‘ଟଙ୍କା ସାନିଟାଇଜେସନ ମେସିନ’…
25/04/2020 at 3:45 PM

ନୂଆପଡ଼ା୨୫/୪: କରୋନା ଭାଇରସରୁ ଟଙ୍କାକୁ ବିଶୋଧନ କରିବା ଲାଗି ବାହାରିଲା ମେସିନ। ନୂଆପଡା ଜିଲ୍ଲାର ବିଜ୍ଞାନ ଛାତ୍ର ”ଟଙ୍କା ସାନିଟାଇଜେସନ ମେସିନ” ଉଦ୍ଭାବନ କରିଛନ୍ତି । ନୂଆଁପଡା ଜିଲ୍ଲା ଖଡିଆଳର ପଦାର୍ଥ ବିଜ୍ଞାନ ଛାତ୍ର ଲକ୍ଷ୍ମଣ ଡୁଣ୍ଡି ମାତ୍ର ୧୦ ହଜାର ଟଙ୍କା ବ୍ୟୟରେ ଏହି ମେସିନ ତିଆରି କରିଛନ୍ତି । କରୋନା ସଂକ୍ରମଣକୁ ରୋକିବାକୁ ଲକ ଡାଉନ, ସଟ୍ ଡାଉନ୍ ତଥା ସାମାଜିକ ଦୂରତା ଉପରେ ଗୁରୁତ୍ବାରୋପ କରାଯାଉଥିବା ବେଳେ ସମାଜର ୯୦ ପ୍ରତିଶତ ସଂପର୍କ ଟଙ୍କା ଲେଣ ଦେଣରୁ ଆରମ୍ଭ।
ଏଣୁ ଏହି ଟଙ୍କା ଗୁଡିକୁ କରୋନା ଭୁତାଣୁରୁ ଦୂରାଇ ରଖିବାକୁ ”ଟଙ୍କା ସାନିଟାଇଜେସନ ମେସିନ” ସହାୟକ ହେବ ବୋଲି ଲକ୍ଷ୍ମଣ ଆଶା ରଖିଛନ୍ତି । ଏହି ମେସିନ ବିଷୟରେ ସୋସିଆଲ ମିଡିଆରୁ ସୂଚନା ପାଇ କଳାହାଣ୍ଡି ଜିଲ୍ଲା ବଲଦିଆମାଲ ପଟ୍ରୋଲ ସିଦ୍ଧାର୍ଥ ପମ୍ପ ମାଲିକ ଏହି ମେସିନ ବ୍ୟବହାର ଆରମ୍ଭ କରିଛନ୍ତି । ବିଶେଷ କରି ରେଲବାଇ, ପେଟ୍ରୋଲ ପମ୍ପ, ବସଷ୍ଟାଣ୍ଡ, ସପିଂ ମଲରେ ଏହି ”ଟଙ୍କା ସାନିଟାଇଜେସନ ମେସିନ” କରୋନା ଲଢେଇରେ ବେଶ ସହାୟକ ହେବ ବୋଲି ଲକ୍ଷ୍ମଣ ଡୁଣ୍ଡି ଆଶାବାଦୀ ଅଛନ୍ତି । ଥର୍ମ।ଲ ସ୍କେନର, କିଟ, ଡିକେକ୍ଟର,ଟାଇମର ପ୍ରମୁଖ ସାମଗ୍ରୀ ରୁ ନିର୍ମାଣ ଏହି ସାନିଟାଇଜରକୁ ଲକ୍ଷ୍ମଣ ବର୍ତ୍ତମାନ ଷ୍ଟାର୍ଟଫ କମ୍ପାନୀ ଜରିଆରେ ବଜାରକୁ ଆଣିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।