ଭଜନ କାର୍ଯ୍ୟକ୍ରମରେ ଟଙ୍କା ବର୍ଷା
20/05/2018 at 7:57 AM

ଟଙ୍କା ଉଡୁଚି। ହଁ ଆଜ୍ଞା ଆପଣ ଠିକ୍ ଶୁଣିଛନ୍ତି, ଟଙ୍କା ଉଡୁଚି… ଯଦି ବିଶ୍ବାସ ହେଉନି ତେବେ ଦେଖନ୍ତୁ ଏହି ଭିଜୁଆଲକୁ। ଇୟେ ହେଉଛି ଗୁଜରାଟର ଭଲସାଡ ଜିଲ୍ଲାର କଲୱାଡା ଗାଁର ଭିୁଜିଆଲ।ଏଠି ଏକ ଭଜନ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରଙ୍କ ପ୍ରଦର୍ଶନରେ ଉପରେ ଲୋକେ କେମିତି ଟଙ୍କାର ବର୍ଷା କରୁଛନ୍ତି। ଲୋକେ ଗାୟକ ଗାୟିକାଙ୍କ ଭଜନରେ ଖୁସି ହୋଇ ୧୦ ଟଙ୍କା,୨୦୦ ଟଙ୍କା,୫୦୦ ଟଙ୍କାର ବର୍ଷା କରୁଛନ୍ତି। ସାରା ଦେଶରେ ନଗଦି ଟଙ୍କା ଏଟିଏମରେ ନଥିବାନେଇ ଲୋକେ ହନ୍ତସନ୍ତ ହେଉଥିବାବେଳେ, ଭଲସାଡ ଜିଲ୍ଲାରେ ଭଜନ କାର୍ଯ୍ୟକ୍ରମରେ ଟଙ୍କା ବର୍ଷା କରିବା ଏକରକମ ଫ୍ୟାସନରେ ପରିଣତ ହୋଇଛି। ଭଲସାଡର ଏହି ଭିଜୁଆଲରେ ଲୋକେ ୫୦ ଲକ୍ଷ ଟଙ୍କା ଉଡାଇଛନ୍ତି। ପୂରା ଘଟଣାଟି ହେଉଛି ଏମିତି…କଲୱାଡା ଗାଁର ସରପଞ୍ଚ ଆଶିଷ ପଟେଲ ଜଳାରାମ ମାନବ ସେବା ଟ୍ରଷ୍ଟ ଲାଗି ଆମ୍ବୁଲାନ୍ସ ଆଣିବାପାଇଁ ଏକ ଭଜନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ହଜାର ହଜାର ଲୋକେ ରୁଣ୍ଡ ହୋଇଥିଲେ। ଲୋକମାନେ ଏହି କାର୍ଯ୍ୟକ୍ରମରେ ଭଜନ କଳାକାରଙ୍କ ପ୍ରଦର୍ଶନରେ ଖୁସି ହୋଇ ଟଙ୍କାର ବର୍ଷା କରିଥିଲେ।