Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

୪ଦିନ ପାଇଁ ବନ୍ଦ ହେଲା ଟଙ୍କା ଛାପାଖାନା : ୪୦ଜଣ କର୍ମଚାରୀ କରୋନାରେ ସଂକ୍ରମିତ

31/08/2020 at 2:21 PM

ନାସିକ ୩୧/୮: ମହାରାଷ୍ଟ୍ରର ନାସିକରେ ଥିବା ଟଙ୍କା ଛାପାଖାନା ଏବଂ ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍ ସୋମବାର ୪ଦିନ ପାଇଁ ନିଜ ପରିଚାଳନା ବନ୍ଦ କରି ଦେଇଛନ୍ତି। ଏହାର କାରଣ ହେଉଛି ୨ଟି ସଂସ୍ଥାର ୪୦ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି।

ସିଏନପି ବିଭିନ୍ନ ମୂଲ୍ୟର ୧୭ମିଲିୟନ୍ ଟଙ୍କା ଛାପିଥିବାବେଳେ ଆଇଏସପି ରାଜସ୍ବ ଟିକେଟ,ଷ୍ଟାମ୍ପ ପେପର,ପାସପୋର୍ଟ ଏବଂ ଭିସା ଛାପିଥାଏ। ସିଏନପିରେ ୨,୩୦୦ ଏବଂ ଆଇଏସପିରେ ୧୭୦୦ ସ୍ଥାୟୀ କର୍ମଚାରୀ ଅଛନ୍ତି। ୪ଦିନ ବନ୍ଦ ଯୋଗୁଁ ନୋଟର ୬୮ ମିଲିୟନ ଉତ୍ପାଦନ କ୍ଷତିକୁ ରବିବାର କାମ କରି ପୂରଣ କରାଯିବ।

ସିଏନପି ଏବଂ ଆଇଏସପିର ସୂଚନା ମୁତାବକ ୨ଟି ସଂସ୍ଥାର ପାଖାପାଖି ୧୨୫କର୍ମଚାରୀ ଗତ ୩ମାସ ମଧ୍ୟରେ କୋଭିଡ-୧୯ପଜିଟିଭ ଥିବା ଜଣା ପଡ଼ିଛନ୍ତି। ଯେଉଁ କର୍ମଚାରୀମାନେ ସଂକ୍ରମିତ ଜଣା ପଡ଼ିଛନ୍ତି ସେମାନେ ନିଜ ପରିବାର କିମ୍ବା ସମ୍ପର୍କୀୟଙ୍କ ଜରିଆରେ ଏହାର ଶିକାର ହୋଇଛନ୍ତି।

ଦୁଇଟି ସଂସ୍ଥାରେ ପରିଚାଳନା ଆରମ୍ଭ ହେବା ପରେ ନାସିକ ନଗର ନିୟମ ସମସ୍ତ କର୍ମଚାରୀଙ୍କ ଆଣ୍ଟିଜେନ୍ ପରୀକ୍ଷା କରିବ।

   Related Posts