Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଡିକିରେ ଲକ୍ଷାଧିକ ଟଙ୍କା ରଖି ଯାଇଥିଲେ ଚା ପତି କିଣିବାକୁ, ଦେକାନରୁ ଫେରି ଦେଖିଲା ବେଳକୁ ଟଙ୍କା ଗାଏବ୍‌, ନେଲା କିଏ ?

1/07/2021 at 9:49 PM

କଣ୍ଟାବାଞ୍ଜି, ୦୧/୦୭: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଏକ ବଡ ଧରଣର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଜଣେ ବ୍ୟକ୍ତିଙ୍କ ବାଇକ ଡିକିରୁ ୨ ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଛି । ଅଭିଯୋଗ ଅନୁସାରେ ମୁରିବାହାଲ ଥାନା ବାହାଡୁକି ଗାଁର ସାଗର ସାହୁ କଣ୍ଟାବାଞ୍ଜି ଫେଡେରାଲ ବ୍ୟାଙ୍କରୁ ୨ ଲକ୍ଷ ୮୦ ହଜାର ଟଙ୍କା ଉଠାଇ ଏକ ବ୍ୟାଗରେ ଭର୍ତ୍ତି କରି ନିଜ ବାଇକ ଡିକିରେ ଭରି ଘର ଅଭିମୁଖେ ବାହାରିଥିଲେ ।

ତେବେ ଶ୍ରୀ ସାହୁ ଶାସ୍ତ୍ରୀ ଛକ ସ୍ଥିତ ଏକ ଦୋକାନ ସମ୍ମୁଖରେ ବାଇକ ରଖି ଚା ପତି କିଣିବାକୁ ଯାଇଥିଲେ । ଦୋକାନରୁ ବାହାରି ସଂଦେହରେ ଡିକି ଖୋଲି ଦେଖିବାରୁ ସେଥିରେ ଟଙ୍କା ନଥିବା ଦେଖିବାକୁ ମିଲିଥିଲା । କୌଣସି ଲୁଟେରା ବାଇକ ଡିକି ଖୋଲି ଟଙ୍କା ସବୁ ନେଇ ପୁଣି ଡିକି ବନ୍ଦ କରି ଫେରାର ହୋଇଯାଇଥିବା ଜଣାଯାଇଛି । କଣ୍ଟାବାଞ୍ଜି ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ଗତ କିଛି ଦିନ ପୁର୍ବରୁ ମୁରିବାହାଲ ଥାନା ଘୁସୁରାମୁଣ୍ଡା ଗାଁ ଛକ ଠାରେ ପଙ୍ଗନିଆ ଗାଁର ବିଜୟ କୁମାର ନାଗ ନିଜ କିୟୋସ ବ୍ୟାଙ୍କକୁ ଟଙ୍କା ନେଇଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରି ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ସେ ଥାନାରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ସୁଦ୍ଧା ପୋଲିସ ଲୁଟେରା ମାନଙ୍କ ଟେର ପାଇନାହିଁ ।

ଗୋଟିଏ ପରେ ଗୋଟିଏ ବଡ ଧରଣର ଲୁଟ, ଡକାୟତି ହୋଉଥିବା ବେଳେ ସହରରେ ପେଟ୍ରୋଲିଂ ବଢାଇବା ସହ ବ୍ୟାଙ୍କରୁ ଟଙ୍କା ନେଉଥିବା କିମ୍ବା ଟଙ୍କା କାରବାର କରୁଥିବା ଲୋକ ସର୍ତକ ରହିବା ନିହାତି ଜରୁରି ବୋଲି ମତ ପ୍ରକାଶ ପାଉଛି । କଣ୍ଟାବାଞ୍ଜି ଶାସ୍ତ୍ରୀ ଛକ ଠାରେ ସିସି ଟିଭି ଦିର୍ଘ ବର୍ଷ ହେବ ଲାଗିଥିଲା । ହେଲେ କିଛି ଦିନ ସିସିଟିଭି କାମ ଦେଲା ପରେ ଏବେ ସେହି ସିସିଟିଭି ଗଲା କୁଆଡେ କାହାକୁ ଜଣାନାହିଁ । ପୋଲିସ ବିଭାଗ ପକ୍ଷରୁ ସହରର ମୁଖ୍ୟ ଛକ ମାନଙ୍କରେ ସିସିଟିଭି ଲଗାଇବାକୁ ସାଧାରଣରେ ଦାବି ହେଉଛି ।

   Related Posts