ଦିନ ଦ୍ବିପହରେ ଆକାଉଣ୍ଟରୁ ଗାୟବ ହୋଇଯାଉଛି ଟଙ୍କା: ଅନୁଗୁଳ ପୁଲିସ୍‌ ହାତରେ ଲାଗିଲା ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | September 19, 2020 IST

ଅନୁଗୁଳ୧୯/୯: ଅନୁଗୁଳ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ଅନୁଗୁଳର ବିଭିନ୍ନ ଥାନା ଅଞ୍ଚଳର ଲୋକମାନେ ସାଇବର ଠକେଇର ଶିକାର ହୋଇଛନ୍ତି। ଠକାମୀର ଶିକାର ହୋଇଥିବା ଲୋକମାନେ ୫ ଲକ୍ଷ ୩୮ ହଜାର ୧୭୫ ଟଙ୍କା ସେମାନଙ୍କୁ ଠାରୁ ଫେରି ପାଇଛନ୍ତି। ମୋଟ୍‌ ୭ ଲକ୍ଷ ୫୨ ହଜାର ୬ ଟଙ୍କାର ଠକେଇ ହୋଇଥିବା ଟଙ୍କା ମଧ୍ୟରୁ ୫ ଲକ୍ଷ ୩୮ ହଜାର ୧୭୫ ଟଙ୍କା ରିକୋଭରି କରି ବଡ଼ ସଫଳତା ମିଳିଛି।

ଏଥିସହ ଲୋକଙ୍କୁ ନିଜର ATM କାର୍ଡ ନମ୍ବର,ATM ପିନ୍‌ ଏବଂ OTP ନଂ ଦେବା ପାଇଁ ନିବେଦନ କରିଛନ୍ତି। କୌଣସି ଅଜଣା APP କିମ୍ବା କୌଣସି ସାଇଡ଼ରୁ ଜିନିଷ କିଣି ଠକାମୀର ଶିକାର ହୁଅନ୍ତୁ ନାହିଁ ବୋଲି କହିଛନ୍ତି। ଅଜଣା କଲ ସେଣ୍ଟରରୁ କଲ ଆସିଲେ ତୁରନ୍ତ ପୋଲିସକୁ ଜଣାନ୍ତୁ ବୋଲି ନିବେଦନ କରିଛନ୍ତି। ଦିନକୁ ଦିନ ସାଇବର ଠକ ନୂଆଁ ନିଆଁ ତରିକାରେ ଲୋକଙ୍କୁ ଠକୁଛନ୍ତି। ଏପରି ଠକଙ୍କୁ କୌଣସି ପ୍ରକାର ସହଯୋଗ କରନ୍ତୁ ନାହିଁ ବୋଲି ମଧ୍ୟ କହିଛନ୍ତି। ଯଦି କାହା ଉପରେ କିଛି ସନ୍ଦେହ ହେଉଛି ନିଶ୍ଚିତ ନିକଟସ୍ଥ ପୋଲିସଙ୍କୁ ଜଣାନ୍ତୁ ବୋଲି ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.