'Money Heist'ରେ ନଜର ଆସିଲେ ବିରାଟ କୋହଲି ଓ ବବି ଦେଓଲ! ଫ୍ୟାନ୍ସ ଦେଲେ ଏମିତି ରିଆକ୍ସନ୍..

Published By : Prameya-News7 Bureau | September 08, 2021 IST

ମୁମ୍ବାଇ ୦୮/୦୯  : ନେଟଫ୍ଲିକ୍ସରେ ପ୍ରସିଦ୍ଧ ୱେବ୍ ସିରିଜ୍ 'ମନି ହାଇଷ୍ଟ୍ 5' ରିଲିଜ୍ ହୋଇଛି । ସ୍ପେନିସ୍ ଥ୍ରୀଲର ୱେବ୍ ସିରିଜ ମନି ହାଇଷ୍ଟ୍ ରିଲିଜ ହେବା ସହିତ ଏହା ଦର୍ଶକଙ୍କ ମନ ମୋହିଛି । ଏହି ସିରିଜର ଅନ୍ତିମ ଭାଗର ପ୍ରଥମ ପାର୍ଟ ନେଟଫ୍ଲିକ୍ସରେ ରିଲିଜ ହୋଇ ଯାଇଛି । ଶୋ’ର ସମସ୍ତ ସିଜିନ୍ ଏପର୍ଯ୍ୟନ୍ତ ହିଟ୍ ରହିଛି । ସିରିଜଟିକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ମାତ୍ର କିଛି ସେକେଣ୍ଡ ପାଇଁ ସ୍କ୍ରିନରେ ଦେଖା ଦେଇଥିବା ଜଣେ ଅଭିନେତା ଭାରତୀୟଙ୍କ ପାଇଁ ମିମ ଫେଷ୍ଟ ପାଲଟିଛନ୍ତି । ଏଥର ମଧ୍ୟ ସିଜିନକୁ ନେଇ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି। ଏହି ସମୟରେ, ଶୋ’ରେ ଦେଖାଯାଇଥିବା ଏକ ଚରିତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ​​ଏବଂ ପ୍ରଶଂସକମାନେ ଏହାକୁ ବିରାଟ କୋହଲି ଏବଂ ବବି ଦେଓଲଙ୍କ ସହ ତୁଳନା କରୁଛନ୍ତି ।

wp:html /wp:html

ସିରିଜର ଗୋଟିଏ ସିନରେ ଦେଖା ଦେଖାଇଥିବା ଜଣେ ପୋଲିସ୍ ଅଫିସର ଅବିକଳ ବିରାଟ କୋହଲି ଏବଂ ବବି ଦେଓଲଙ୍କ ଭଳି ଦେଖା ଯାଉଥିବା ବେଳେ ଏହାକୁ ନେଇ ସୋସିଆଲ ମିଡିଆ ମିମରେ ଭର୍ତ୍ତି ହୋଇଥିଲା । ଏହା ସହ କିଛି ୟୁଜର୍ସ ନେଟଫ୍ଲିକ୍ସକୁ ଟ୍ୟାଗ କରି ପଚାରିଛନ୍ତି କ୍ୟାମି ଓ ଆପିଅରାନ୍ସ ପାଇଁ ବିରାଟ କୋହଲି କେତେ ଟଙ୍କା ନେଇଛନ୍ତି । ଏହା ସହିତ କିଛି ଲୋକ ଲେଖିଛନ୍ତି ଲର୍ଡ ବବି ଦେଓଲ ନେଟଫ୍ଲିକ୍ସରେ ନିଜର ୱେବରେ ପଦାର୍ପଣ କରିଛନ୍ତି । ବବି ଦେଓଲ ଏବଂ ବିରାଟ କୋହଲିଙ୍କ ପୁଅ ବୋଲି ମଧ୍ୟ କିଛି ୟୁଜର୍ସ ମଧ୍ୟ କହିଛନ୍ତି ଲେଖିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.