Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆକାଶରୁ ଆସିଲା ଧନ : ଉଲକା ବର୍ଷା ପରେ ଶୀତଳପିଣ୍ଡରୁ ମିଳିଲା ଦୁର୍ମୂଲ୍ୟ ପଥର, ତାକୁ ବିକି ଗାଁ ଲୋକେ ଲକ୍ଷପତି

3/09/2020 at 4:00 PM

ବ୍ରାଜିଲ, ୦୩|୦୯ :  ବେଳେବେଳେ ଆକାଶରୁ ଉଲକା ପିଣ୍ଡ କିମ୍ବା ମହାକାଶରେ ଥିବା କିଛି ପଥର ପୃଥିବୀ ପୃଷ୍ଠରେ ପଡିଥାଏ । କିନ୍ତୁ ଏହାକୁ ଲୋକମାନେ ନଜର ଦିଅନ୍ତି ନାହିଁ । କାରଣ ଏଥିରୁ ସେମାନଙ୍କର କୌଣସି ଲାଭ ହୋଇନଥାଏ । ତେବେ ବୈଜ୍ଞାନିକମାନେ ଏହି ଉଲକାପିଣ୍ଡର ଭଗ୍ନାବଶେଷକୁ ଗବେଷଣା ପାଇଁ ନେଇଥାନ୍ତି । ବ୍ରାଜିଲରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଚକିତ କରିଛି ।

ବ୍ରାଜିଲର ଏକ ଗ୍ରାମରେ ଆକାଶରୁ ଶହଶହ ପଥର ପଡିଛି । ପ୍ରତି ପଥରର ଦାମ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି । ସବୁଠାରୁ ବଡ ପଥରର ଦାମ୍ ହେଉଛି ୧୯ ଲକ୍ଷ ଟଙ୍କା ।

ସୂଚନାନୁସାରେ, ବ୍ରାଜିଲର ସେଣ୍ଟା ଗ୍ରାମରେ ଗତ ୧୯ ତାରିଖରେ ଉଲକା ବର୍ଷା ହୋଇଥିଲା । ଏଠାରେ ଲୋକମାନେ ଏହାକୁ ଟଙ୍କା ବର୍ଷା ବୋଲି କହୁଛନ୍ତି । କାରଣ ଲୋକମାନେ ଏହି ସବୁ ଉଲକା ଖଣ୍ଡକୁ ସଂଗ୍ରହ କରି ରଖିଥିଲେ । ପରେ ଏସବୁ ଦୁର୍ଲଭ ବୋଲି ଜଣାପଡିଥିଲା । ବୈଜ୍ଞାନିକମାନେ ଲୋକଙ୍କୁ ପଥର ମାଗିବାରୁ ସେମାନେ ଏହା ବଦଳରେ ଟଙ୍କା ମାଗିଥିଲେ । ଅଧିକାଂଶ ଲୋକ ପଥର ଦେଇ ଲକ୍ଷାଧିକ ଟଙ୍କା ରୋଜଗାର ମଧ୍ୟ କରିଛନ୍ତି ।

ସବୁଠାରୁ ବଡ ପଥରର ଓଜନ ଥିଲା ୪୦ କେଜି । ଯାହା ୨୬ ହଜାର ଡଲାରରେ ବିକ୍ରି ହୋଇଛି । ଅର୍ଥାତ ଏହାର ଦାମ୍ ୧୯ ଲକ୍ଷ ଟଙ୍କା । ଛୋଟବଡ ହୋଇ ପ୍ରାୟ ୨୦୦ଟି ଏପରି ଦୁର୍ଲଭ ପଥର ରହିଛି ।

ବୈଜ୍ଞାନିକଙ୍କ କହିବାନୁସାରେ, କେବଳ ୧ ପ୍ରତିଶତ ଉଲକା ପିଣ୍ଡ ରହିଥାଏ ଯାହା ଲକ୍ଷାଧିକ ଟଙ୍କାରେ ବିକ୍ରି ହୁଏ । ଏହି ଗାଁ ଲୋକେ ବହୁତ ଗରିବ ଥିଲେ । ଏବେ ପଥର ପାଇ ସେମାନେ ରାତାରାତି କୋଟିପତି ହୋଇଯାଇଛନ୍ତି । ୨୦ ବର୍ଷୀୟ ଛାତ୍ର ଏଡିମାର୍ ଡା କୋଷ୍ଟା କହିଛନ୍ତି ଯେ, ଯେଉଁଦିନ ପଥର ବର୍ଷା ହେଲା ସେହି ଦିନ ଆକାଶ ସାରା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ତାଙ୍କ ପାଖକୁ ଆକାଶରୁ ଜ୍ୱଳନ୍ତ ପଥର ଖସୁଥିବା ନେଇ ମେସେଜ୍ ଆସିଥିଲା ।

ଏହି ଉଲକାପିଣ୍ଡ ପ୍ରାୟ ୪.୬ ବିଲିୟନ ବର୍ଷ ପୁରୁଣା ବୋଲି କୁହାଯାଉଛି । ଏହା ଦୁର୍ଲଭ ଉଲକା ପିଣ୍ଡ । ଏହା ସୋଲାର ସିଷ୍ଟମର ଅଂଶବିଶେଷ ବୋଲି ଅନୁମାନ କରାଯାଉଛି ।

   Related Posts