Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ମୃତ କିରାଣୀଙ୍କ ପରିବାରକୁ ସାହାଯ୍ୟ ନାଁରେ ଶିକ୍ଷକଙ୍କଠୁ ଟଙ୍କା ଆଦାୟ ଅଭିଯୋଗ, ଶିକ୍ଷକ ମହଲରେ ଅସନ୍ତୋଷ

5/05/2021 at 3:56 PM

ରାଇରଙ୍ଗପୁର ୫।୫: ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ବିବାଦ ଘେରରେ । କାର୍ଯ୍ୟାଳୟର ଜଣେ କିରାଣୀ କରୋନାରେ ମୃତ୍ୟୁ ହେବା ପରେ ତାଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ କରିବା ନାଁରେ ଶିକ୍ଷକମାନଙ୍କ ପାଖରୁ ୫୦୦ ଟଙ୍କା ଲେଖାଏଁ ଆଦାୟ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ସୁବ୍ରତ ପାତ୍ର ନାମକ ବରିଷ୍ଠ କିରାଣୀଙ୍କର ଗତ ଅପ୍ରେଲ ୨୭ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିଲେ ।ଏପରି ଦୁଃଖଦ ସମୟରେ ପରିବାରକୁ ସାହାଯ୍ୟ କରିବାରେ କାହାରି ଆପତ୍ତି ନାହିଁ । କିନ୍ତୁ ବାଧ୍ୟ କରି ସିଆରସିସିମାନେ ଶିକ୍ଷକମାନଙ୍କ ପାଖରୁ ବିଇଓଙ୍କ ନାମରେ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି ।ତେବେ ବିଇଓ ପ୍ରକାଶ ମାହାଳିକଙ୍କୁ ପଚାରିବାରୁ ସିଏ କାହାକୁ ଏପରି ନିର୍ଦ୍ଦେଶ ଦେଇନଥିବା ପ୍ରକାଶ କରିଛନ୍ତି ।

କିଛି ମାସ ପୂର୍ବରୁ ଶିକ୍ଷକ କଲ୍ୟାଣ ପାଣ୍ଠି ଗଠନ ହୋଇ ଲକ୍ଷାଧିକ ଟଙ୍କା ଆଦାୟ ହୋଇ କର୍କଟ ପୀଡିତ ଜଣେ ଶିକ୍ଷୟିତ୍ରୀଙ୍କୁ ଲକ୍ଷେ ୧୧ ହଜାର ଟଙ୍କା ସାହାଯ୍ୟ କରାଯାଇଥିଲା । କିନ୍ତୁ ଅନ୍ୟ କେତେକ ଶିକ୍ଷକଙ୍କ ମୃତ୍ୟୁରେ ଟଙ୍କାଟିଏ ସାହାଯ୍ୟ ନ କରିବା, କଲ୍ୟାଣ ପାଣ୍ଠିରେ ଅର୍ଥ ଥିବା ସତ୍ତ୍ବେ ପୁଣି ଜଣେ ବିଇଓ କାର୍ଯ୍ୟାଳୟର କର୍ମଚାରୀଙ୍କ ପାଇଁ ଅର୍ଥ ଆଦାୟକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମାତ୍ର ଅଧିକାରୀଙ୍କ ରୋଷର ଶିକାର ହେବା ଭୟରେ ଖୋଲା ଖୋଲି ବିରୋଧ କରି ପାରୁନାହାନ୍ତି । ଅଂଚଳରେ ଶିକ୍ଷାନୁଷ୍ଠାନର ଏପରି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

   Related Posts