ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଚାଲିଛି ପାଣ୍ଠି ସଂଗ୍ରହ

Published By : Prameya-News7 Bureau | January 24, 2021 IST

ଭଦ୍ରକ ୨୪।୦୧: ଅଯୋଧ୍ୟାରେ ନିର୍ମିତ ହେଉଛି ମର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୂ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର । ଏହି ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ମଧ୍ୟ ହେଉଛି । ଭଦ୍ରକ ଜିଲ୍ଲା ଅସୁରାଳି ଠାରେ ନିଧି ସଂଗ୍ରହ ପାଇଁ ଭବ୍ୟ ଆୟୋଜନ କରାଯାଇଛି

{"id":397455,"sizeSlug":"large","linkDestination":"none"}

ରାମ ମନ୍ଦିର ପାଇଁ  ନିଧି ସଂଗ୍ରହ ପାଇଁ ଭବ୍ୟ ଆୟୋଜନ କରାଯାଇଛି । ସହିଦ ମଣ୍ଡଳ ସଭାପତି ଅଜୟ ବଳ ଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି , ବଜରଙ୍ଗ ଦଳ , ଆର ଏସଏସ , ଏବଂ ବିଶ୍ୱହିଦୁ ପରିଷଦର କର୍ମକର୍ତ୍ତା ମାନେ ଲାଗିଛନ୍ତି । ଅଯୋଧ୍ୟାରେ ନିର୍ମିତ  ହେବାକୁ ଥିବା ରାମଚନ୍ଦ୍ରଙ୍କର ମନ୍ଦିର  ପାଇଁ  ଅସୁରାଳି ପଞ୍ଚାୟତର ଗଣେଷ ନଗର ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଛି ।

{"id":397456,"sizeSlug":"large","linkDestination":"none"}

ଯାହାକି  ଅସୁରାଳି ବଜ଼ର  ଏବଂ ଗାଁ ପରିକ୍ରମା କରି ମା ଖୁଲାଇଶୁଣିଙ୍କ ପାଖରେ ଶେଷ ହୋଇଛି । ଏହି ନିଧି ସଂଗ୍ରହ ଶୋଭାଯାତ୍ରାରେ ବିଭିନ୍ନ କୀର୍ତ୍ତନ ମଣ୍ଡଳୀ ସହ କୁନି କୁନି ପିଲା ମାନେ ଶ୍ରୀ ରାମ , ଲକ୍ଷ୍ମଣ , ସୀତା ଓ ହନୁମାନ ଙ୍କ ବେଶ ରେ ସୁସଜ୍ଜିତ ହୋଇଛନ୍ତି । ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ  ବେଶରେ ବସି ରଥରେ ପରିକ୍ରମା କରିଛନ୍ତି , ଏବଂ  ନିଧି ସଂଗ୍ରହ ମଧ୍ୟ କରିଛନ୍ତି । ଏହାପରେ  ସ୍ଥାନୀୟ ଅଞ୍ଚଳର ବ୍ୟବସାୟ ଓ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.