ଟଙ୍କା ବି ହୋଇପାରେ କରୋନା ସଂକ୍ରମଣର କାରଣ, ବ୍ୟାଙ୍କମାନଙ୍କୁ WHOଙ୍କ ଏପରି ପରାମର୍ଶ

Published By : Prameya-News7 Bureau | March 09, 2020 IST

ନୂଆଦିଲ୍ଲୀ : ଟଙ୍କା ବି ହୋଇପାରେ କରୋନା ସଂକ୍ରମଣର କାରଣ। ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ (ଡବ୍ଲୁଏଚଓ)। ଏଣୁ ଲୋକଙ୍କୁ ନଗଦ ନେଣ ଦେଣ ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ହୁଏ ତ ଏପରି କ୍ଷେତ୍ରରେ ଡିଜିଟାଲ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ଭୟେସ୍ ଅଫ ବ୍ୟାଙ୍କିଙ୍ଗ ସଙ୍ଗଠନ ପ୍ରଥମେ ଏପରି ଆଶଙ୍କା ପ୍ରକାଶ କରିଥିବା ବେଳେ ଏଥିଲାଗି ଡବ୍ଲୁଏଚଓଙ୍କୁ ଜଣାଇଥିଲେ। ଏଣୁ କରୋନା ସଂକ୍ରମଣ ସମୟରେ ବ୍ୟାଙ୍କ ନୋଟ୍ ହେଉ ବା ମୁଦ୍ରା କାରବାରରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

{"id":235657,"width":583,"height":435,"sizeSlug":"large"}

କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିର ଏକ ଅଧ୍ୟୟନରୁ ବ୍ୟାଙ୍କ ମୁଦ୍ରା ଓ ନୋଟ୍ ସଂକ୍ରମଣର ଅନ୍ୟ ତଥା ପ୍ରମୁଖ ସ୍ରୋତ ବୋଲି ଜାଣିବାକୁପାଇଛନ୍ତି। ଭାରତରେ ଗତ ନୋଟ ବନ୍ଦି ବେଳେ ବ୍ୟାଙ୍କ କର୍ମଚାରୀମାନେ ସଂକ୍ରମିତ ହୋଇଥିବାର ଅଭିଯୋଗ ହୋଇଥିଲା। ଏଣୁ ବ୍ୟାଙ୍କରେ କର୍ମଚାରୀଙ୍କୁ ସାନିଟାଇଜର ଓ ଅନ୍ୟ ସଂକ୍ରମଣ ପ୍ରତିରୋଧୀ ସାମଗ୍ରୀ ଉପଲବ୍ଧ କରିବାକୁ ପରାମର୍ଶରେ କୁହାଯାଇଛି। ସେହିପରି ବଜାର ଓ ଅନ୍ୟସ୍ଥାନମାନଙ୍କରେ ମୁଦ୍ରା ଓ ନୋଟ ବଦଳେ ଡିଜିଟାଲ ବ୍ୟବସ୍ଥାର ଉପଯୋଗ କରନ୍ତୁ ବୋଲି କୁହାଯାଇଛି। ମୁଦ୍ରା ରାଗାଣୁ ଦ୍ୱାରା ଦୂଷିତ ବୋଲି ୟୁନିଭର୍ସିଟିର ଗବେଷିକା ଡା. ସୁନିତୀ ସିଂ କହିଛନ୍ତି। ଏହି ରୋଗାଣୁ ଦ୍ୱାରା ସଂକ୍ରମିତ ହେଲେ ଆଣ୍ଟିବୋୟାଟିକ୍ ବି କାମ କରିନଥାଏ ବୋଲି ସେ ସତର୍କ କରାଇଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.