ଅନ୍ୟ କାହାର ସମ୍ପତ୍ତି ହଡପ କରିବାକୁ ଚେଷ୍ଟା କରନ୍ତୁ ନାହିଁ , ଲାଗିବ ଶନିଦୋଷ : ଶନିଙ୍କ ପ୍ରକୋପରୁ ବଞ୍ଚିବା ପାଇଁ କରନ୍ତୁ ଏହି ସରଳ ଉପାୟ

Published By : Prameya-News7 Bureau | June 01, 2019 IST

ଭୁବନେଶ୍ୱର ୧/୬ : ସୋମବାର, ଜୁନ ୩ ତାରିଖରେ ସୂର୍ଯ୍ୟ ପୁତ୍ର ତଥା ଗ୍ରହମାନଙ୍କ ନ୍ୟାୟାଧିସ ଶନିଦେବଙ୍କ ଜୟନ୍ତୀ । ଏହି ଦିନ ଶନିଦେବଙ୍କର ବିଶେଷ ପୁଜାପାଠ କରାଯାଇଥାଏ । ଶନିଦେବଙ୍କ ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ଜ୍ୟୋତିଷଶାସ୍ତ୍ରରେ ଅନେକ ଶୁଭ କାମ ସମ୍ପର୍କରେ ସୂଚନା ଦିଆଯାଇଛି । ଦୈନିକ ଜୀବନରେ ଶୁଭ କଲେ ଶନିଦେବଙ୍କ ପ୍ରକୋପରୁ ରକ୍ଷା ମିଳିଥାଏ ।

{"id":118443,"width":579,"height":434}

ଖରାପ ସମୟରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ :

୧. ନିଜ ମାଙ୍କ ସହ ଅନ୍ୟ ସ୍ତ୍ରୀଙ୍କୁ ମଧ୍ୟ ସମ୍ମାନ ଦେବେ । କୌଣସି ପରିସ୍ଥିତିରେ ମହିଳାଙ୍କୁ ଅପମାନିତ କରିବେ ନାହିଁ । ନଚେତ କୌଣସି ପୁଜାପାଠ ସଫଳ ହେବନାହିଁ ।

୨. ଅନ୍ୟର ସମ୍ପତ୍ତି ହଡପ କରିବାକୁ ଚେଷ୍ଟା କରିବେନାହିଁ । ନିଜ ପରିଶ୍ରମରେ ଧନ ଉପାର୍ଜନ କରନ୍ତୁ ।

୩. ମଝିରେ ମଝିରେ ନିଜର ପୁରୁଣା ଚପଲ ଜୋତା ଦାନ କରିବା ଉଚିତ । ଚପଲ ଜୋତା ଦାନ କରିବା ଦ୍ୱାରା ଶନିଦୋଷ ଦୁର ହୋଇଥାଏ ବୋଲି କୁହାଯାଏ ।

{"id":118449}

୪. ସକାଳେ, ସନ୍ଧ୍ୟାରେ ଯେତେବେଳେ ରୁଟି ତିଆରି କରିବେ, ଶେଷ ରୁଟି କୁକୁରକୁ ଦେବେ ।

୫. ପ୍ରତିଦିନ ସକାଳୁ ଶୀଘ୍ର ବିଛଣା ତ୍ୟାଗ କରି, ସ୍ନାନ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବେ ।

{"id":118451}

୬. ଶନିବାର ଦିନ ଶନି ମନ୍ଦିରରେ କିମ୍ବା ହନୁମାନ ମନ୍ଦିରରେ କଳା ରାଶି ଏବଂ ତେଲ ଦାନ କରିବେ ।

୭. ନିଜ ସହକର୍ମୀ ଏବଂ ଅଧିନସ୍ଥଙ୍କ ଅଧିକାର ହଡପ କରିବେ ନାହିଁ ।

୮. ପ୍ରତିଦିନ କିଛି ସମୟ ପାଇଁ ଶାରୀରିକ ପରିଶ୍ରମ କରିବେ ।

{"id":118452,"width":582,"height":387}

୯. କୌଣସି ମନ୍ଦିରରେ ଅଶ୍ୱସ୍ଥ ବୃକ୍ଷ ଲଗାଇବେ । ବୃକ୍ଷ ବଡ ହେଲେ ଶନିଦୋଷ ଧିରେ ଧିରେ କମି କମି ଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.