ସୋମବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ....

Published By : Prameya-News7 Bureau | April 12, 2020 IST

ମେଷ – ମାନସିକ ସ୍ତରରେ ବ୍ୟସ୍ତତା ବଢିବ । କ୍ରୋଧିତ ହୋଇପାରନ୍ତି । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଖୁସି ହେବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

ବୃଷ – ବନ୍ଧୁ ସହ ଯୋଗ ପାଇ ଖୁସି ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ନାନା ଶାସ୍ତ୍ର ଅଧ୍ୟୟନରେ ରତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଗାଢ ପିଚ୍ । ଶୁଭ ଅଙ୍କ ୪ ।

ମିଥୁନ - ନୂତନ ସଂପର୍କ ସୃଷ୍ଟି କରିପାରନ୍ତି । କଳହ ଠାରୁ ଦୂରେଇ ରହିବେ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଅଧିକ ପରିଶ୍ରମ ପଡିଲେ ବି ତାର ମୂଲ୍ୟ ମିଳିବ । ଶତ୍ରୁ ବିଜୟୀ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

କର୍କଟ – ଯାନବାହନ କିଣିବାର ସୁଯୋଗ ଅଛି । ଅନେକ କ୍ଷେତ୍ରରେ ସମ୍ମାନିତ ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଦେବ ଦର୍ଶନର ସୌଭାଗ୍ୟ ଅଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ସିଂହ – ଯାତ୍ରାକାଳୀନ ସାବଧାନତା ଏକାନ୍ତ ଲୋଡା । ତରବର ନ ହୋଇ ଅପେକ୍ଷାରତ ହେଲେ ସଫଳତା ମିଳିବ । ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି । ନୀତିଜ୍ଞ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

କନ୍ୟା – ପୂର୍ବରୁ ଅର୍ଜନ କରିଥିବା ଅଭିଜ୍ଞତା କାର୍ଯ୍ୟରେ ଲଗାଇ ପାରନ୍ତି । ଅପାରଗୁଣର ଅଧିକାରୀ ହୋଇପାରନ୍ତି । ଉପାର୍ଜନ ଉଣା ହେବ ନାହିଁ । ଶକ୍ତିମାନ ହୋଇପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

ତୁଳା – ନିଜକୁ ନିଜେ ସାନ୍ତ୍ୱନା ଦେବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଅଯଥା ବିତର୍କରେ ଭାଗ ନ ନେଇ ନିରବତା ରକ୍ଷା କରିବା ସବୁଠୁ ଭଲ କିନ୍ତୁ ବନ୍ଧୁ ବିରୋଧକୁ ଏଡାଇ ଆଗକୁ ବଢି ପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

ବିଛା – ମାନସିକ ଅଶାନ୍ତିର ଅବସାନ ଘଟିବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ଧନୁ – ଭାଇମାନଙ୍କ ମଧ୍ୟରେ ସ୍ନେହ ସଂପର୍କ ବଢିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।

ମକର – ରାଜନୈତିକ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ସୁସଂପର୍କ ବୃଦ୍ଧି ହେବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ କରଣୀୟ । ଦେବ ଦର୍ଶନ ଲାଭ କରିପାରନ୍ତି । ସାରକାରୀସ୍ତରରୁ ଲାଭ ଉଠାଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କୁମ୍ଭ - ବିଦ୍ୟାର୍ଥୀମାନେ ଯଶସ୍ୱୀ ଓ ସ୍ୱାଭିମାନୀ ଏବଂ ଯୁଗ୍ମ ବ୍ୟବସାୟ ଲାଭଜନକ ହେବେ । ପରୋପକାରୀ ହୋଇପାରନ୍ତି। ପୂର୍ବାହ୍ନ ସମୟରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୮ ।

ମୀନ - ପାରିବାରିକ ଅଶାନ୍ତି ଦୂର ଏବଂ ସୁଖୀ ହେବେ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.