ଆସନ୍ତା କାଲି- ସୋମବାରର ରାଶିଫଳ
20/10/2019 at 7:08 PM

ମେଷ– ଦିନଟି ଆପଣଙ୍କ ଲାଗି ବଢିଆ ରହିବ। ବ୍ୟବସାୟରେ କିଛି ଲୋକଙ୍କଠାରୁ ସାହାଯ୍ୟ ମିଳିବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୭।
ବୃଷ– ଆପଣ ନିଜକୁ ଉର୍ଜାବାନ୍ ଅନୁଭବ କରିବେ। ଆପଣଙ୍କର କୌଣସି ଖାସ୍ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ । ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୩।
ମିଥୁନ – ଆପଣଙ୍କର ଭଲ ବ୍ୟବହାରରେ ଆଖପାଖର ଲୋକେ ଖୁସି ରହିବେ।ବ୍ୟବସାୟରେ ସୁଧାର ଆଣିବେ । ବହୁମୂଲ୍ୟ ବସ୍ତୁ କିଣି ପାରନ୍ତି। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ।ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୮।
କର୍କଟ–ବେପାରୀଙ୍କ ଲାଗି ଭଲ ଦିନ ଟିଏ । ଭାବି ଥିବା କାମ ଅଚାନକ ପୂରା ହୋଇଯିବ। ଆପଣଙ୍କୁ ନୂଆ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ । ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୯।
ସିଂହ – ଦିନଟି ଆପଣଙ୍କଲାଗି ଅନୁକୂଳରହିବ।କମ୍ ପରିଶ୍ରମରେ ଯଥେଷ୍ଟ ଲାଭମିଳିବ। ଆପଣଙ୍କର ପ୍ରାର୍ଥନାକୁ ଉଚ୍ଚ ଅଧିକାରୀ ଗୁରୁତ୍ୱର ସହିତ ବିଚାର କରିବେ। ପାରିବାରିକ ଜୀବନ ସୁଖମୟ ହେବ।ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨।
କନ୍ୟା –ମନ୍ଦିରକୁ ଠାକୁର ଦର୍ଶନ ଲାଗି ଯିବେ।ସନ୍ତାନଙ୍କ ଠାରୁ ଆପଣଙ୍କୁ ଖୁସି ଖବର ମିଳିବ । ବ୍ୟବସାୟରେ ଲାଭପ୍ରଦ ଚୁକ୍ତି ପତ୍ର ହେବାର ସମ୍ଭାବନା ରହିଛି। ପାରିବାରିକ ଜୀବନ ଶାନ୍ତିମୟ ହେବ । ଶୁଭରଙ୍ଗ କଫି । ଶୁଭ ଅଙ୍କ ୩।
ତୁଳା–ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଚାକିରିରେ ବିଶୃଙ୍ଖଳା ଦେଖା ଦେବ । ଜମିର ଦଲିଲ ଭଲ ଭାବେ ପଢି ଦସ୍ତଖତ କରନ୍ତୁ । ଶୁଭରଙ୍ଗ ନୀଳ। ଶୁଭ ଅଙ୍କ ୭।
ବିଛା– ଦିନଟି ଆପଣଙ୍କ ଲାଗି ଖୁସିଭରା ରହିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢିପାରେ । ଜୀବନରେ ଉନ୍ନତିର ନୂଆରାସ୍ତା ଖୋଲିବ । ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ।ଶୁଭ ରଙ୍ଗଲାଲ୍। ଶୁଭ ଅଙ୍କ ୧।
ଧନୁ – ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । କୌଣସି ଶୁଭ ସମାଚାର ପାଇବେ।ଶତ୍ରୁଙ୍କୁ ପରାସ୍ତ କରିବେ।ଚାକିରିରେ ନୂଆ ପରିଯୋଜନା ମିଳିପାରେ । ଶୁଭରଙ୍ଗ ପିଙ୍କ୍। ଶୁଭ ଅଙ୍କ ୬।
ମକର–ଜୀବନ ସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ । ଉତ୍ସାହର ସହିତ ସବୁକାମ କରିବେ । ବିଭିନ୍ନ ଲୋକଙ୍କ ସହିତ ମିଶିବେ । ବ୍ୟବସାୟରୁ ଅଚାନକ ଧନ ଲାଭ ହେବ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯।
କୁମ୍ଭ -ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ କାର୍ଯ୍ୟରେ ଲାଗି ରହିବ। ନୂଆ କାମ କରିବାକୁ ଉତ୍ସୁକ ଥିଲେ ବଡଙ୍କ ପରାମର୍ଶ ନେଇ କରନ୍ତୁ। ପଇସା ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫।
ମୀନ – ଆପଣଙ୍କୁ ଉନ୍ନତିର ନୂଆ ସାଧନ ମିଳିବ । ଘରେ ଛୋଟିଆ ସମାରୋହ ଆୟୋଜନ ହୋଇପାରେ । ଅଫିସରେ କର୍ତ୍ତୃତ୍ୱ ବଢିବ। ଛାତ୍ରଙ୍କୁ ଅତିଶୀଘ୍ର ସଫଳତା ମିଳିବ । ପ୍ରେମରେ ସଫଳ ହେବେ । ଶୁଭ ରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୨।