ସୋମବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | May 10, 2020 IST

ମେଷ – ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ସମସ୍ୟା ଉପୁଜି ପାରେ । ଦ୍ୱିତୀୟ ଭାବରେ ବୁଧ ଓ ଶୁଭ ଅବସ୍ଥାନ କରୁ ଥିବାରୁ ଧନଯୁକ୍ତ ,ଧର୍ମଯୁକ୍ତ ଓ ସତ୍ୟାଶ୍ରୟୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ବୃଷ – କେତେକ କ୍ଷେତ୍ରରେ ନିରବ ଦ୍ରଷ୍ଟା ହେବେ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ସହ ଭାବନା ପବିତ୍ର ହେବ । ପତ୍ନୀଙ୍କ ସହାୟତା ମିଳିବ । ଲଗ୍ନରେ ବୁଧ ଅବସ୍ଥାନ କରୁଥିବାରୁ ରାଜପୂଜା ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ମିଥୁନ - ସମ୍ମାନିତ ହେବେ । ପ୍ରିୟ ଲୋକଙ୍କ ସାନ୍ନିଧ୍ୟ ମିଳିବ । ସଦ୍‌-ଗୁଣର ବିକାଶ ଘଟିବ । ଉନ୍ନତିମୂଳକ କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

କର୍କଟ – ଶୁଭାଶୁଭ ମିଶ୍ରିତ ଫଳ ମିଳିପାରେ । ଚଞ୍ଚଳମନା କନ୍ୟା ଦ୍ୱାରା ଉପକୃତ ହେବେ । ସପ୍ତମ ଭାବରେ ସ୍ୱଗୃହୀ ଶୁକ୍ର ଓ ବୁଧ ଏକତ୍ର ଅବସ୍ଥାନ କରୁଥିବାରୁ ଜନସାଧାରଣଙ୍କ ଶ୍ରଦ୍ଧା ଭାଜନ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।

ସିଂହ – ବ୍ୟବସାୟ ଲାଭଜନକ ହେବ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ପାରିବାରିକ ସୁଖ ଏବଂ କୃଷିରୁ ଲାଭ ମିଳିବ । ଯାନବାହନ ସୁଖ ଭୋଗ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କନ୍ୟା – ସମ୍ମାନିତ ହେବେ । ବନ୍ଧୁ ଦର୍ଶନ ମିଳିବ । ମନ ଫୁର୍ତ୍ତି ରହିବ । ପାରିବାରିକ ସୁଖ ମିଳିବ । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ନବମ ଭାବେ ବୁଧ ଓ ଶୁକ୍ର ଅବସ୍ଥାନ କରୁଥିବାରୁ ପୁଣ୍ୟବାନ୍ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ତୁଳା – ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ବାଧା-ବିଘ୍ନର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ । ଧନାଗମର ସୂଚନା ମିଳୁଛି । କୀର୍ତ୍ତିମାନ୍ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।

ବିଛା – ପଞ୍ଚ ପରମେଶ୍ୱରଙ୍କ କଲ୍ୟାଣ ଭାଜନ ହେବେ । ସାଧନାରେ ସିଦ୍ଧିଲାଭ କରିପାରନ୍ତି । ବହୁ ଶୁଭଫଳର ଅଧିକାରୀ ହେବେ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ଷଷ୍ଠ ଭାବରେ ରବି ଅବସ୍ଥାନ କରୁଥିବାରୁ ଶତ୍ରୁନାଶ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ଧନୁ – ମନରେ ପ୍ରସନ୍ନ ଭାବ ଉଦ୍ରେକ ହୋଇପାରେ । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଷଷ୍ଠ ଭାବରେ ବୁଧ ଓ ସ୍ୱଗୃହୀ ଶୁକ୍ର ଅବସ୍ଥାନ କରୁଥିବାରୁ ଯାନବାହନ ସୁଖ ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ମକର – ନିଜ ଇଚ୍ଛା ଓ ବୁଦ୍ଧି ବଳରେ ଯାହା କରିବେ, ସବୁଥିରେ ସଫଳତା ପାଇବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଆର୍ଥିକ ଅଭିବୃଦ୍ଧିର ସୂଚନା ମିଳୁଛି । ଚନ୍ଦ୍ର ଏକାଦଶ ଭାବରେ ଅବସ୍ଥାନ କରୁଥିବାରୁ ଅର୍ଥ ସହିତ ସରକାରଙ୍କ କୃପାର ପାତ୍ର ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

କୁମ୍ଭ - ସମୟ ସହିତ ତାଳ ଦେଇ ଗତି ପଥକୁ ସ୍ଥିର କରିପାରନ୍ତି । ଜନ ସଂପର୍କ ବୃଦ୍ଧି ପାଇବ । ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି । ଯାନବାହନ ସୁଖ ମିଳିବ । ଦଶମ ଭାବରେ ଚନ୍ଦ୍ର ଅବସ୍ଥାନ ଯୋଗୁଁ ବିଭାଗୀୟ ଅର୍ଥ ମିଳିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ମୀନ - ଶତ୍ରୁମାନଙ୍କୁ ପରାଜିତ କରିବାରେ ସକ୍ଷମ ହେବେ । ସେବା-ପୂଜାରେ ନିଜକୁ ନିୟୋଜିତ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଭାଗ୍ୟର ପରିବର୍ତ୍ତନ ଘଟିବ । ଏକାଦଶ ଭାବରେ ସ୍ୱଗୃହୀ ଶନି ଓ ବୃହସ୍ପତି ଅବସ୍ଥାନ କରୁଥିବାରୁ ପ୍ରାଧାନ୍ୟ ବୃଦ୍ଧି ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.