ସୋମବାରରେ ଏମିତି ରହିବ ଆପଣଙ୍କ ରାଶିଫଳ -ଜାଣନ୍ତୁ ଶୁଭାଶୁଭ ଫଳ

Published By : Prameya-News7 Bureau | January 05, 2020 IST

ମେଷ– ଅନ୍ୟର ନିୟନ୍ତ୍ରଣରେରହିପାରନ୍ତି ।ବିବାଦରେ ଜଡିତ ହେବାର ସୂଚନାମିଳୁଛି । ଅଯଥା ବିତର୍କରେ ଭାଗ ନ ନେଇ ନିରବ ରହିବା ସବୁଠୁଁଭଲ ।ଚଞ୍ଚଳଚେଷ୍ଟିତହେବେ ।ଖର୍ଚ୍ଚ ପରିମାଣର ବୃଦ୍ଧି ହେବ ।ଶୁଭରଙ୍ଗ ବ୍ରାଉନ୍‌ ।ଶୁଭଅଙ୍କ ୬ ।

ବୃଷ–ମୂଲ୍ୟବାନ ଦ୍ରବ୍ୟଲାଭ ହେବ । ସୁସମ୍ବାଦ ପାଇଖୁସି ହୋଇପାରନ୍ତି ।ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିଜକୁ ନିୟୋଜିତକରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୪ ।

ମିଥୁନ - ସରକାରୀସ୍ତରରେ ସମ୍ମାନିତ ହେବେ ।ଶୁଭ ଖବର ପାଇ ଉତ୍‌ଫୁଲ୍ଲିତହେବେ ।କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ ।ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି ।ଶୁଭରଙ୍ଗଲାଲ୍‌ ।ଶୁଭ ଅଙ୍କ ୧ ।

କର୍କଟ– ଧ୍ୟାନରତହୋଇପାରନ୍ତି ।କାର୍ଯ୍ୟରେସଫଳତାମିଳିବ ।ସ୍ୱୟଂ ପ୍ରତିଭାବଳରେକ୍ଷମତାର ଅଭିବୃଦ୍ଧିଘଟାଇତା’ର ସଦ୍‌ବ୍ୟବହାରକରିପାରନ୍ତି ।ବିବାଦୀୟ ଘଟଣାରେ ବିଜୟୀହେବେ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୬ ।

ସିଂହ –ସୁଖଭୋଗର ଆଶାମଉଳି ଯାଇପାରେ । ଅର୍ଥାଭାବ ଦେଖାଦେବାର ସମ୍ଭାବନା ଅଛି । ଅଯଥାରେ ପାରିବାରିକ ଅଶାନ୍ତି ଦେଖା ଦେବ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତିକରିବେ ।ସ୍ୱାସ୍ଥ୍ୟହାନିର ସଙ୍କେତମିଳୁଛି ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୭ ।

କନ୍ୟା –ମନ ପ୍ରସନ୍ନରହିବ ।ସୁଖକରଘଟଣାମାନ ଘଟିପାରେ ।କର୍ମକ୍ଷେତ୍ରରେସଫଳତାମିଳିବ ।ଶୁଭକାର୍ଯ୍ୟ ପାଇଁସମୟ ଅନୁକୂଳରହିଛି ।ରୁଚିକର ଭୋଜନରେ ଆପ୍ୟାୟିତହେବେ । ପତ୍ନୀଙ୍କ ସହାୟତା ଫଳପ୍ରଦ ହେବ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୨ ।

ତୁଳା–ମନରେ ଅହଂଭାବ ଜାଗ୍ରତହେବ ।ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତିଫେରି ପାଇବେ ।ସୁସମ୍ବାଦ ପାଇ ପ୍ରୀତି ହୋଇପାରନ୍ତି ।ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହୋଇପାରେ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୭ ।

ବିଛା–ବିଚାର-ବିମର୍ଶ କରି କାର୍ଯ୍ୟକଲେ ସଫଳତାମିଳିବ । ପଢାପଢିରେ ମନୋନିବେଶ କରିପାରନ୍ତି ।ବ୍ୟବସାୟରୁ ପ୍ରଚୁରଲାଭ ମିଳିବାର ସୁଯୋଗ ସୃଷ୍ଟିହୋଇଛି ।ଶୁଭଖବର ପାଇ ସନ୍ତୁଷ୍ଟ ହେବେ ।ଶୁଭରଙ୍ଗଗ୍ରୀନ୍‌ ।ଶୁଭ ଅଙ୍କ ୧ ।

ଧନୁ –କୃଷିକର୍ମ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ମଧୁରଭାଷୀ ହେବେ । ଦ୍ରବ୍ୟ ନଷ୍ଟ ହେବା ପୂର୍ବରୁସତର୍କତା ଆବଶ୍ୟକ ।ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି ।କଠିନ ପରିଶ୍ରମ ହେଲେ ବିତା’ର ମୂଲ୍ୟମିଳିବ ।ଶୁଭରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ ୪ ।

ମକର–ଆର୍ଥିକସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ ।ଶୁଭକାର୍ଯ୍ୟ ଆପଣଙ୍କ ପକ୍ଷେ ଆନନ୍ଦ ଦାୟକହେବ ।ଭଗବତ୍‌ ଚିନ୍ତନ ଦ୍ୱାରା ସତ୍ୟପଥର ପଥିକହେବେ । ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି ।ଶୁଭରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୯ ।

କୁମ୍ଭ -ସାମୟିକଭାବେ ଆଳସ୍ୟ ଅନୁଭବ କରିପାରନ୍ତି । ଆକସ୍ମିକ ସମସ୍ୟାକୁ ସମାଧାନ କରିବାରେ ସଫଳହେବେ ।ଭାଗ୍ୟଶାଳୀ ହେବେ । ନିଃସଙ୍ଗ ଜୀବନଯାପନ କରିପାରନ୍ତି ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୭ ।

ମୀନ - ସମ୍ମାନିତ ହେବାର ସୌଭାଗ୍ୟ ଅଛି । ଭଲ ଆୟହେବ ।ଚିନ୍ତାଧାରା ଉନ୍ନତମାନର ହେବ ।ସରକାରୀ ବା ବନ୍ଧୁ ସହାୟତା ମିଳିପାରେ ।ଉତ୍ତମ ଭୋଜନ ପାଇ ଆତ୍ମତୃପ୍ତି ଲାଭ କରିବେ ।ଶୁଭରଙ୍ଗଗ୍ରୀନ୍‌ ।ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.