ସୋମବାର ରାଶିଫଳ, ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | May 24, 2020 IST

ମେଷ – ଗୁରୁଶୌରୀ ଯୋଗ ପ୍ରଭାବରୁ କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବା ସଙ୍ଗକୁ ବିଦ୍ୟା ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବନ୍ଧୁ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।
ବୃଷ – ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ । ବନ୍ଧୁମାନେ ଠିକ୍ ଖବର ଦେବାରେ ହେଳା କରିପାରନ୍ତି, ଯାହା କି ସମସ୍ୟାକୁ ବୃଦ୍ଧି କରିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
ମିଥୁନ - କର୍ମକ୍ଷେତ୍ର ଓ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କରିବା କାରଣରୁ ଅଶାନ୍ତି ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।
କର୍କଟ – ଦିନଟିରେ କର୍ମ ମୁଖର ରହିବା ସହ ବିଭିନ୍ନ ସମସ୍ୟା ସମାଧାନ କରିବାରେ ବ୍ୟସ୍ତତା ବୃଦ୍ଧି ପାଇବ । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବା ସହ ଆତ୍ମୀୟମାନଙ୍କ ଅବଦାନକୁ ପସୋରି ପାରିବେ ନାହିଁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।
ସିଂହ – ବିବାଦୀୟ ଘଟଣା ଟିକିଏ ଜଟିଳ ଆଡକୁ ଗତି କରିପାରେ କିନ୍ତୁ ପରିଣାମ ବିଶେଷ କିଛି ଖରାପ ହେବ ନାହିଁ । କୌଣସି ନୂତନ ପଦକ୍ଷେପ ନେବା ପାଇଁ ତା’ ପୂର୍ବରୁ ବିଦ୍ୟା ଆରୋହଣ କରି ନିଅନ୍ତୁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
କନ୍ୟା – ଭୁଲ୍ ବୁଝାମଣା କାରଣରୁ ସମସ୍ୟା ବହୁଳ ହୋଇପାରେ । ଆଜିର ଯାତ୍ରା ସମୟରେ ଯାନ ବାହନ ସତର୍କ ରହିବା ଭଲ, ନତୁବା ହଇରାଣ ହେବେ । କେତେକ କ୍ଷେତ୍ରରେ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁ୍‌ଧାରି ପାରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।
ତୁଳା – ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିବା ସହ ଅସ୍ଥିରତା ସୃଷ୍ଟି କରିବ । ବିଦ୍ୟାପ୍ରତି ମନ ବଳାଇ ପାରନ୍ତି । ବନ୍ଧୁଙ୍କ ଅନୁରୋଧ କ୍ରମେ ଜନକଲ୍ୟାଣମୂଳକ କାମରେ ଯୋଗ ଦେଇ ପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।
ବିଛା – ଆପଣଙ୍କର ପ୍ରତ୍ୟେକ ଅସ୍ୱସ୍ତିକର ପରିସ୍ଥିତି ସୁଧୁରି ଯିବ । ଲେଖା ପଢା, କଳା , ସାହିତ୍ୟ, ସଙ୍ଗୀତ ତଥା ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ । ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
ଧନୁ – ଅନ୍ୟମାନଙ୍କ ଉପରେ ଅଯଥା ବିରକ୍ତି ପ୍ରକାଶ କରନ୍ତୁ ନାହିଁ । କେତେକ ନୂତନ କାମର ପରିକଳ୍ପନା କରିବା ସକାଶେ, ଖର୍ଚ୍ଚଭାର ଯୋଗୁଁ ପଛ ଘୁଞ୍ଚା ହୋଇପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।
ମକର – ଉପରିସ୍ଥ ସାହାର୍ଯ୍ୟ ଏବଂ ସହକର୍ମୀଙ୍କ ସହଯୋଗ ଫଳରେ ଆଜିର ପ୍ରତ୍ୟେକ କ୍ଷେତ୍ର ପ୍ରାୟତଃ ଅନୁକୂଳ ରହିବ । ଦୂରେଇ ଯାଇ ଥିବା ଆତ୍ମୀୟସ୍ୱଜନ କିମ୍ବା ନିକଟ ସମ୍ପର୍କୀୟମାନେ ପାଖେଇ ଆସିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।
କୁମ୍ଭ - କୌଣସି କାମରେ ଆଗଭର ହେବା ଠିକ୍ ହେବନି । କୌଣସି ହଠାତ୍ ଘଟଣା ମନକୁ ବିବ୍ରତ କରିପାରେ । କାମ ହାସଲ ନ ହେବା କାରଣକୁ ନେଇ ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।
ମୀନ - ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହୋଇ ପାରନ୍ତି । ଆଲୋଚନା କ୍ଷେତ୍ରରେ ପ୍ରତି ବନ୍ଧକକୁ ଦୂରେଇବାର ପ୍ରଯତ୍ନ କରିପାରନ୍ତି । କୌଣସି କାମକୁ ପାସୋରି ଦେଇ ସମାଲୋଚିତ ହେବାର ସୂଚନା ରହିଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ଞ୍ଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.