ଶୁଭ ସୋମବାରରେ ଏହା ହେଉଛି ଆପଣ ରାଶିର ଶୁଭ ରଙ୍ଗ ଓ ଶୁଭ ଅଙ୍କ

Published By : Prameya-News7 Bureau | October 27, 2019 IST


ମେଷ – ପରିବାରବର୍ଗଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଆମଦାନିରେ ଅଚାନକ ବୃଦ୍ଧି ଘଟିବ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୨।


ବୃଷ – କ୍ୟାରିୟରକୁ ନେଇ ଆପଣ ଟିକେ ଚିନ୍ତିତ ରହିବେ। ସଂପୂର୍ଣ୍ଣ ହେବାକୁ ଯାଉଥିବା କୌଣସି କାମରେ ବାଧା ଉତ୍ପନ୍ନ ହୋଇପାରେ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୯।


ମିଥୁନ - ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଆପଣଙ୍କର ବୈବାହିକ ଜୀବନ ସରସ ରହିବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୬।


କର୍କଟ – ଆପଣଙ୍କ ଉତ୍ସାହର ସ୍ତର ବୃଦ୍ଧି ହେବ। ନେତୃତ୍ୱ ନେବାର କ୍ଷମତା ରଙ୍ଗ ଆଣିବ। ବ୍ୟବସାୟରେ ବଡ କାରବାର ଲାଗି ସ୍ୱାକ୍ଷର କରିବେ। ଚାକିରିଜୀବୀଙ୍କର ଉନ୍ନତି ହେବ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୩।


ସିଂହ – ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଅଫିସରେ ସହକର୍ମୀଙ୍କ ସହ ଯୋଗ ପାଇବେ। ସଂପର୍କୀୟମାନଙ୍କର ଘରକୁ ଆସିବା ଯିବା ଲାଗି ରହିବ।। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୫।


କନ୍ୟା – ବ୍ୟବସାୟରେ ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ମାମଲାରେ ବରିଷ୍ଠଙ୍କ ସହିତ କଥାବାର୍ତ୍ତା ହେବେ। ଶୁଭ ରଙ୍ଗ କଫି। ଶୁଭ ଅଙ୍କ ୧।


ତୁଳା – ବେପାର ବୃତ୍ତି ସଂକ୍ରାନ୍ତରେ ପରିସ୍ଥିତି ଅନୁକୂଳ ରହିବ। ପରିବାରରେ ଆନନ୍ଦ ଉଲ୍ଲାସ ଓ ତାଳମେଳ ବଜାୟ ରହିବ। ଛାତ୍ରଙ୍କ ଉତ୍ତମ ଅବସର ମିଳିପାରେ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୨।


ବିଛା – କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ବରିଷ୍ଠ ଆପଣଙ୍କ କାମକୁ ନେଇ ଖୁସି ରହିବେ। ସୁସମ୍ବାଦ ପାଇବେ। ପ୍ରିୟ ବନ୍ଧୁଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି। ଶୁଭ ରଙ୍ଗ ବାଦାମୀ। ଶୁଭ ଅଙ୍କ ୯।


ଧନୁ – ମନ ଶାନ୍ତ ରହିବ। ପରିବାର ସହିତ ଧର୍ମସ୍ଥାନକୁ ଯାତ୍ରାରେ ଯିବେ। ବ୍ୟବସାୟର ପରିଧି ବଢିବ। ଆପଣ କୌଣସି ସଂସ୍ଥାରେ ସମ୍ମାନିତ ହୋଇ ପାରନ୍ତି। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୧।


ମକର – କୌଣସି କଥାକୁ ନେଇ ଆପଣ ଚିନ୍ତାଗ୍ରସ୍ତ ରହିବେ। କୌଣସି କାମ ସଂପୂର୍ଣ୍ଣ କରିବାରେ ଅଧିକ ପରିଶ୍ରମ କରିବାକୁ ପଡିବ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶୁଭ ରଙ୍ଗ ପିଚ୍। ଶୁଭ ଅଙ୍କ ୩।


କୁମ୍ଭ - ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଚାକିରି ପାଇଁ ଭଲ ସମୟଟିଏ, ଅଳ୍ପ କଷ୍ଟ କଲେ ଲାଭ ଉଠାଇ ପାରିବେ। ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ବନ୍ଧ ସରସ ହେବ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୯।


ମୀନ - ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ। ସାମାଜିକ କାର୍ଯ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ବରିଷ୍ଠ ଓକିଲଙ୍କ ସହିତ ଆପଣଙ୍କ ବିବାଦ ସମ୍ବନ୍ଧରେ ପରାମର୍ଶ କରିବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୭।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.