Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

କରୋନା ଉପରେ ଜିତ୍: ଗୋଟିଏ ଦିନରେ କରୋନାରୁ ସୁସ୍ଥ ହେଲେ ୭୦୫ ରୋଗୀ

21/04/2020 at 3:40 PM

ନୂଆଦିଲ୍ଲୀ ୨୧।୦୪: ଦେଶରେ କରୋନା ପ୍ରକୋପ ଦ୍ରୁତ ବେଗରେ ବଢିବାରେ ଲାଗିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଅଦ୍ୟାବଧି କରୋନା ସଂକ୍ରମିତ ସଂଖ୍ୟା ୧୮,୬୦୧କୁ ବୃଦ୍ଧି ଘଟିଛି। ଏହି ମହାମାରୀରେ ଏ ପର୍ଯ୍ୟନ୍ତ ୫୯୦ ଜଣଙ୍କ ମୃତ୍ୟୁ ଘଟିଛି। ମାତ୍ର ଏହା ମଧ୍ୟରେ ଆସିଛି ଆଶ୍ଵସ୍ତିକର ଖବର।  ସଂକ୍ରମିତଙ୍କ ସୁସ୍ଥ ହେବା ହାର ମଧ୍ୟ ବଢିବାରେ ଲାଗିଛି। ଦେଶରେ ଏ ପର୍ଯ୍ୟନ୍ତ ୩,୨୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେବଳ ସୋମବାର ୭୦୫ ରୋଗୀ ସୁସ୍ଥ ହୋଇଛନ୍ତି, ଯାହା ଦେଶରେ ଗୋଟିଏ ଦିନରେ ସର୍ବାଧିକ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି।

ଗତ କିଛି ଦିନ ହେବ କରୋନା ସଂକ୍ରମଣରୁ ସୁସ୍ଥ ହେବା ସଂଖ୍ୟାରେ ବୃଦ୍ଧି ଘଟିଛି। କରୋନା ଭାଇରସ୍‌ ମୁକାବିଲାରେ ଭାରତ ପାଇଁ ଏହା ବହୁତ ଶୁଭ ସଙ୍କେତ। ଗତ କିଛି ଦିନର ତଥ୍ୟ ଉପରେ ନଜର ପକାଇଲେ ଜଣାପଡେ ଯେ, ଏପ୍ରିଲ ୧୫ରେ ୧୮୩ ଜଣ ସୁସ୍ଥ ହୋଇଥିଲେ। ଏହାର ପରବର୍ତ୍ତୀ ଦିନ ଅର୍ଥାତ ୧୬ ତାରିଖରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବଢି ୨୬୦ ହୋଇଥିଲା। ଏହି ପରି ଏପ୍ରିଲ ୧୭ରେ ୨୪୩ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଏପ୍ରିଲ ୧୮ରେ ୨୩୯ ଜଣ ଆରୋଗ୍ୟ ଲାଭ କରିଥିଲେ। ଏପ୍ରିଲ ୧୯ରେ ୩୧୬ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୨୦ ତାରିଖରେ ରେକର୍ଡ ସଂଖ୍ୟକ ୭୦୫ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି।

ଯଦି ରାଜ୍ୟ ହିସାବରେ ଦେଖାଯାଏ ତେବେ ସବୁଠୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ୫୭୨ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ସେହି ପରି ରାଜଧାନୀ ଦିଲ୍ଲୀରେ ୪୩୧, କେରଳରେ ୪୦୮ ରୋଗୀ ମଧ୍ୟରୁ ୨୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ପରି ବିହାରରେ ମୋଟ୍ ୧୧୩ ରୋଗୀଙ୍କ ମଧ୍ୟରୁ ୪୨ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଛନ୍ତି। ଉତ୍ତର ପ୍ରଦେଶରେ ୧୧୮୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ ଜଣ ସୁସ୍ଥ  ହୋଇଥିବା ବେଳେ ତାମିଲନାଡୁରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪୫୭ ରହିଛି। ରାଜସ୍ଥାନରେ ୨୦୫, ତେଲେଙ୍ଗାନାରେ ୧୯୦, ମଧ୍ୟ ପ୍ରଦେଶରେ ୧୨୭, ଗୁଜରାଟରେ ୧୩୧ ଓ ହରିୟାନାରେ ୧୨୭ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

   Related Posts