Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଜଣଙ୍କ ହସ କରିଥିଲା ବିଶ୍ବକୁ ବାଇଆ …ଏବେ ପଲିଥିନ ତଳେ ଆଉଜଣେ ମୋନାଲିସା, ପଢନ୍ତୁ ପୂରା ଖବର…

25/09/2019 at 12:18 PM

ଧାମନଗର ( ଅଜୟ ପଣ୍ଡା)୨୫|୯:  ଲିଓନାର୍ଡୋ ଦା ଭିନ୍ସଙ୍କ ମୋନାଲିସା ଚିତ୍ ର ହସକୁ ନେଇ ଅନେକ ଚର୍ଚ୍ଚା । କାହା ନାଁ ମୋନାଲିସା ହୋଇଥିଲେ , ଆଖି ଆଗରେ ଉଙ୍କିମାରେ ସେହି ପରିକଳ୍ପିତ ମୋନାଲିସା ର ହସ ହସ ମୁହଁ । ମନରେ ଆସେ ସୁନ୍ଦର ଝିଅଟିଏ ହୋଇଥିବ । ହେଲେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଚଷାଖଣ୍ଡରେ ପଲିଥିନ ତଳେ ଆଶ୍ରୟ ନେଇଥିବା ମୋନାଲିସା ଆଖିରେ ହସ କୁଆଡ଼େ ଉଭେଇ ଯାଇଛି । ଆଉ ଅଛି ମେଞ୍ଚାଏ ଦୁଃଖ । ଆଉ ଅନ୍ଧାର ଦିଶୁଥିବା ଭବିଷ୍ୟତ । ଆସନ୍ତୁ ଦେଖିବା ଏଇ ମୋନାଲିସାଙ୍କ କାହାଣୀ ।

ଗାଧୁଆବେଳେ କମଳା ଆଉ ଲଙ୍କା ଦଳା ଭାତ ଖାଇବାକୁ କିଏ ବା ପସନ୍ଦ କରିବ। ହେଲେ ମୋନାଲିସା ତାର ଶାଶୂ ଆଉ ତିନି ପିଲାଙ୍କ ପାଇଁ ଥିଲା ଏହା ହିଁ ଭରସା । ଭାତ ରାନ୍ଧିବା ପରେ ତରକାରୀ କରିବାକୁ ପରିବା ପତ୍ର କାଟିଥିଲେ । ହେଲେ ଅସରାଏ ବର୍ଷାରେ ଚୁଲି ଓଦା ହୋଇଯିବାରୁ ରୋଷେଇ କରିପାରିଲେନି । ଭୋକରେ ଆଉଟୁ ପାଉଟୁ ହେଉଥିବା ୬ ପ୍ରାଣୀ ଏମିତି ହିଁ ଗୋଟିଏ ଥାଳିରେ ଖାଇଲେ। ମନ ଭିତରେ କଷ୍ଟ ଥିଲେ ବି ପରିସ୍ଥିତି ସେମାନଙ୍କୁ ବାଧ୍ୟ କରିଛି ।

କେବଳ ଆଜି ଯେ ଏମିତି ଅବସ୍ଥା ତାହା ନୁହଁ । ସବୁଦିନ ଦେଖିବାକୁ ମିଳେ ଏମିତି ଅବସ୍ଥା । ଆଜି ନୁହେଁ ଗତ ୪ ବର୍ଷ ହୋଇଗଲାଣି ଧାମନଗର ବ୍ଲକ କରଦା ପଞ୍ଚାୟତର ଚଷାଖଣ୍ଡ ଗାଁ ନନ୍ଦିପୁର ସ୍କୁଲ କଡ଼ରେ ଆଶ୍ରୟ ନେଇଛନ୍ତି ମୋନାଲିସା , ଶାଶୂ ସତ୍ୟଭାମା ଓ ୩ ଛୁଆ । ନୁଆଣିଆ ଜରି ଛପର ଘର।  ଗାଁ ଲୋକଙ୍କ ସହଯୋଗରେ ଯେଉଁ ଘର କରିଥିଲେ, ସେ ନଷ୍ଟ ହୋଇଗଲାଣି । ହେଲେ ପାଉଁଶ ଗଦା, ବରଗଛ ମୂଳ କିଆ ବୁଦା କଡରେ ବଂଚିବାକୁ ଆଶ୍ରୟ ନେଇଛନ୍ତି।

 କାନ୍ଥ ବୋଲି କିଛି ନାହିଁ। ଛପରରୁ ଓହଳିଥିବା ଜରି ହିଁ ବନ୍ୟଜନ୍ତୁ, ସାପ ବିଛାଙ୍କଠାରୁ ସୁରକ୍ଷା ଦେଉଛି। ବର୍ଷା ଦିନେ ୫ ପ୍ରାଣୀଙ୍କ ଆଖିରେ ଲୁହ ହୋଇ ଗଡ଼ିଯାଏ। ବେଶୀ କଷ୍ଟ ପାଏ ୧୩ ମାସର ରୁଦ୍ର। ସନ୍ତସନ୍ତିଆ ଚଟାଣରେ ଜରି ପାଲ ଉପରେ ଶୋଇ ଶୋଇ ରୋଗରେ ପଡ଼ିଗଲାଣି। ହେଲେ ସମସ୍ତେ ନିରୁପାୟ।

ପରିବାର ପୋଷିବା ଲାଗି ମାସିକ ସାଢ଼େ ୩ ହଜାର ଟଙ୍କା ଦରମାରେ ଭଦ୍ରକରେ ମୂଲ ଲାଗୁଛନ୍ତି ସ୍ବାମୀ କାଳନ୍ଦୀ। ସେହି ଟଙ୍କାରେ ନିଜେ ଚଳି ପରିବାର ପୋଷିବା ତାଙ୍କ ପାଇଁ ମୁସ୍କିଲ ହୋଇଯାଉଛି। ନିଜର ଜମି କି ଘର ଡିହ ଖଣ୍ଡିଏ ନାହିଂ ।  ଘର କରିବେ କଣ । ଶାଶୁ ସତ୍ୟଭାମା ସ୍କୁଲରେ ପାଚିକା କାମ କରନ୍ତି ।  ପର୍ବ ପର୍ବାଣିରେ ସମସ୍ତେ ନୂଆଲୁଗା ପିନ୍ଧିବା ବେଳ ମୋନାଲିସାଙ୍କ ୨ ଝିଅ ସ୍କୁଲରୁ ମିଳିଥିବା ଡ୍ରେସରେ ଖୁସି ହୁଅନ୍ତି ।

 କିନ୍ତୁ ମୋନାଲିସା ସରପଞ୍ଚଙ୍କ ଠାରୁ ଗୋଷ୍ଠୀ ଉନୟନ ଅଧିକାରୀ ଓ ଜିଲ୍ଲାପାଳଙ୍କ ପାଖରେ କେତେ ଥର ଗୁହାରି କଲେଣି । କିନ୍ତୁ  ସମସ୍ତେ କେବଳ ଆଶା ଦିଅନ୍ତି । କଥା ରଖି ପାରନ୍ତି ନାହିଁ । ଏଥର କିନ୍ତୁ ମୋନାଲିସା ଙ୍କର  ଏମିତି ଦୂରାବସ୍ଥା ଜାଣିବା ପରେ ସରକାରୀ ଙ୍କର ବସୁନ୍ଧରା ଯୋଜନାରେ ଜାଗା ଖଣ୍ଡିଏ  ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଧାମନଗର ଗୋଷ୍ଠୀ ଉନୟନ ଅଧିକାରୀ ।

ସାଧାରଣ ଖଟିଖିଆ , ମୁଲିଆ ଓ ନିଃସହାୟ ଲୋକଙ୍କ ପାଇଁ ସରକାରଙ୍କର କାହିଁ କେତେ ଯୋଜନା । କିନ୍ତୁ ଏହି ସରକାରୀ ଯୋଜନା ମୋନାଲିସା ଙ୍କ ପାଇଁ ସତେ ଯେମିତି ସାତ ସପନ । ତେବେ ପ୍ରଶ୍ନ ଉଠେ ସରକାରୀ ସାହାଯ୍ୟ କାହା ସ୍ଵାର୍ଥରେ ।

   Related Posts