Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ମୋନାଲିସାଙ୍କ ବୋଲ୍ଡ ଲୁକ୍ ୟୁଟ୍ୟୁବରେ ଲଗାଇଲା ନିଆଁ : ୪କୋଟି ଥର ଦର୍ଶକ ଦେଖିଲେଣି ପଓ୍ବନ ସିଂହଙ୍କ ସହ ହଟ୍ ନାୟିକାଙ୍କ ରୋମାଣ୍ଟିକ୍ ଗୀତ

3/09/2020 at 3:48 PM

ମୁମ୍ବାଇ ୩/୯: ମୋନାଲିସା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ବୋଲ୍ଡ ଏବଂ ସୁନ୍ଦରୀ ଅଭିନେତ୍ରୀ ମଧ୍ୟରୁ ଜଣେ। ମୋନାଲିସାଙ୍କ ବୋଲ୍ଡ ଫଟୋ ଏବଂ ଡାନ୍ସ ଭିଡିଓ ସୋସିଆଲ୍ ମିଡିଆରେ ସବୁବେଳେ ଭାଇରାଲ୍ ହୋଇଥାଏ। ମୋନାଲିସାଙ୍କ ଇନଷ୍ଟାଗ୍ରାମରେ ୩ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି। ମୋନାଲିସା ଭୋଜପୁରୀ ବ୍ୟତୀତ ହିନ୍ଦୀ,ବଙ୍ଗଳା,ଓଡ଼ିଆ,ତାମିଲ,କନ୍ନଡ଼ ଏବଂ ତେଲୁଗୁ ଭାଷାର ଫିଲ୍ମରେ କାମ କରି ସାରିଛନ୍ତି। ଏହା ସହିତ ମୋନାଲିସା ରିୟଲିଟି ଶୋ ‘ବିଗ୍ ବସ୍’ ପ୍ରତିଯୋଗୀ ମଧ୍ୟ ରହି ସାରିଛନ୍ତି। ‘ବିଗ୍ ବସ୍’ ଘରେ ମୋନାଲିସାଙ୍କୁ ଦର୍ଶକଙ୍କ ଆଦର ମିଳିଥିଲା। ଦର୍ଶକଙ୍କୁ ତାଙ୍କ ବୋଲ୍ଡ ଅନ୍ଦାଜ ଖୁବ୍ ପସନ୍ଦ ଆସିଥିଲା। ଏବେ ୟୁଟ୍ୟୁବରେ ସୁପରଷ୍ଟାର ପଓ୍ବନ ସିଂହ ଏବଂ ମୋନାଲିସାଙ୍କ ଭୋଜପୁରୀ ଗୀତ ‘ଜଗହେ ପ ଜାତା’ ୟୁଟ୍ୟୁବରେ ଖୁବ୍ ଦେଖାଯାଉଛି।

ଗୀତରେ ପଓ୍ବନ ସିଂହ ଏବଂ ମୋନାଲିସାଙ୍କ ମଧ୍ୟରେ ଜବରଦସ୍ତ ରୋମାଣ୍ଟିକ୍ କେମିଷ୍ଟ୍ରି ଦେଖିବାକୁ ମିଳୁଛି। ଗୀତରେ ମୋନାଲିସା ବର୍ଷାରେ ଧଳା ଶାଢ଼ୀ ପିନ୍ଧି ଡାନ୍ସ କରୁଛନ୍ତି। ଏହି ଗୀତକୁ Venus Regionalର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ କରାଯାଇଛି। ଏବେ ସୁଦ୍ଧା ୟୁଟ୍ୟୁବରେ ୪କୋଟିରୁ ଅଧିକ ଲୋକ ଏହି ଗୀତକୁ ଦେଖିସାରିଛନ୍ତି। ସେମାନେ କମେଣ୍ଟ କରି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

‘ଜଗହେ ପ ଜାତା’ ଗୀତ କଳ୍ପନା ଏବଂ ପଓ୍ବନ ସିଂହ ଗାଇଛନ୍ତି। ଏହି ଗୀତ ସୁପରହିଟ୍ ଭୋଜପୁରୀ ଫିଲ୍ମ ‘ଜିଦ୍ଦି ଆଶିକ’ର। ଫିଲ୍ମରେ ପଓ୍ବନ ସିଂହ,ମୋନାଲିସା,ହୀରା ଯାଦବ,ସୀମା ସିଂହ ଏବଂ ତନୁଶ୍ରୀ ଚାଟାର୍ଜୀ ଅଭିନୟ କରିଛନ୍ତି।

ନିକଟରେ ମୋନାଲିସା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ମୋନାଲିସା ଶାଢ଼ୀ ପିନ୍ଧି ଡାନ୍ସ କରୁଥିବା ନଜର ଆସିଛନ୍ତି।

   Related Posts