‘ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ବହୁତ ବଡ଼ ବଡ଼ ମାଫିଆ,ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟପିଯିବେ’ : ସୋନୁଙ୍କ ସ୍ବରରେ ମନାଲି

Published By : Prameya-News7 Bureau | June 26, 2020 IST

ମୁମ୍ବାଇ ୨୬/୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନେପୋଟିଜମକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ସମୟରେ ପ୍ରସିଦ୍ଧ ଗାୟକ ସୋନୁ ନିଗମ ଅଭିଯୋଗ କରିଛନ୍ତି ଯେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ କେତେକ ବଡ଼ ବଡ଼ ମାଫିଆ ଅଛନ୍ତି,ଯେଉଁମାନେ ମ୍ୟୁଜିସିୟାନଙ୍କୁ ନିର୍ଯ୍ୟାତନା ଦେଉଛନ୍ତି। ଏବେ ଗାୟିକା ମନାଲି ଠାକୁର, ସୋନୁ ନିଗମଙ୍କ ସମର୍ଥନ କରିଛନ୍ତି। ତାଙ୍କ କହିବା ଅନୁସାରେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ଟ୍ୟାଲେଣ୍ଟେଡ ଲୋକଙ୍କୁ ପିମ୍ପୁଡ଼ି ଭଳି ଦଳି ଦିଆଯାଇଥାଏ।

ଏକ ସାକ୍ଷାତକାରରେ ମନାଲି କହିଛନ୍ତି ଯେ,‘ ସେ ସୋନୁଙ୍କୁ ଧନ୍ୟବାଦ ଜଣାଉଛନ୍ତି କାରଣ ସେ ବରିଷ୍ଠ ଏବଂ ଦୀର୍ଘ ଦିନରୁ ଇଣ୍ଡଷ୍ଟ୍ରିରେ ଅଛନ୍ତି। ଇଣ୍ଡଷ୍ଟ୍ରିରେ ତାଙ୍କର ବଡ଼ ନାଁ ରହିଛି ଏବଂ ଆଇକନିକ୍ ମ୍ୟୁଜିସିୟାନ ମଧ୍ୟରେ ସେ ଗଣା ଯାଆନ୍ତି। ସେ ସବୁ ଜିନିଷରୁ ଉପରକୁ ଉଠି ସାରିଛନ୍ତି। ସେ ସତ କହିଛନ୍ତି ଯେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ମାଫିଆଗିରି ଚାଲିଛି। କାହାକୁ ନିଜର ଅଧିକାର ମିଳୁ ନାହିଁ। ଏହି କାରଣ ଯୋଗୁଁ ସେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ମାହୋଲକୁ ପସନ୍ଦ କରୁ ନାହାନ୍ତି। ଏପରିକି ସେ ମୁଭିରେ ଗୀତ ଗାଇବାକୁ ପସନ୍ଦ କରୁ ନାହାନ୍ତି। ସେ ନିଜକୁ ସେସବୁରୁ ଭିନ୍ନ କରି ଦେଇଛନ୍ତି କାରଣ ତାଙ୍କର ମାନସିକ ସ୍ବାସ୍ଥ୍ୟ ସମସ୍ୟା ରହିଛି।

ମନାଲି କହିଛନ୍ତି ଯେ ମ୍ୟୁଜିକ୍ ଲେଭେଲ୍ ଦ୍ବାରା ଟ୍ୟାଲେଣ୍ଟେଡ ମ୍ୟୁଜିସିୟାନଙ୍କୁ ପିମ୍ପୁଡ଼ି ଭଳି ଦଳି ଦିଆଯାଇଥାଏ। ସେମାନଙ୍କୁ କାହାର ଚିନ୍ତା ନଥାଏ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପଣଙ୍କୁ ନିଜ ଆୟର ୮୦ପ୍ରତିଶତ ଯାଏଁ ଦେବାକୁ ପଡ଼ିଥାଏ ତେବେ ଯାଇ ଇଣ୍ଡଷ୍ଟ୍ରିରେ କାମ ମିଳିଥାଏ। ଏହା ଠିକ୍ ନୁହେଁ। ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ନେପୋଟିଜମ୍ ନାହିଁ କିନ୍ତୁ ଗୁଣ୍ଡାଗର୍ଦ୍ଦି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.