ଲକ୍‌ଡାଉନ୍‌ରେ ଫସିଥିବା ପୁଅକୁ ଉଦ୍ଧାର କରିବାକୁ ୧୪୦୦ କିମି ସ୍କୁଟର ଚଲାଇ ଗଲେ ମାଆ

Published By : Prameya-News7 Bureau | April 10, 2020 IST

ନିଜାମାବାଦ୍ ୧୪।୪:  ତେଲେଙ୍ଗାନା ନିଜାମାବାଦର ଜନୈକ ଶିକ୍ଷୟିତ୍ରୀ ଲକ୍ ଡାଉନ ଯୋଗୁ ଆନ୍ଧ୍ରପ୍ରଦେଶ ନେଲୋରରେ ଅଟକି ରହିଥିବା ତାଙ୍କ ପୁଅକୁ ଘରକୁ ଆଣିବା ଲାଗି ୧୪ଶହ କିଲୋମିଟର ସ୍କୁଟର ଚଳାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏଥିପାଇଁ ସେ ରାଜ୍ୟ ପୋଲିସ ଠାରୁ ଅନୁମତି ନେଇଥିଲେ। ତଥାପି ତାଙ୍କୁ ବିଭିନ୍ନ ସ୍ଥାନରେ ଅଟକିବାକୁ ପଡିଥିଲା ଓ ଅଧିକାରୀମାନଙ୍କୁ କନଭିନ୍ସ କରି ସେ ଲକ୍ଷସ୍ଥଳରେ ପହଞ୍ଚିବା ସହ ପୁଅକୁ ଉଦ୍ଧାର କରିଛନ୍ତି।

{"id":251790,"sizeSlug":"large"}

ମହିଳାଙ୍କ ନାମ ରଜିଆ ବେଗମ ଓ ସେ ନିଜାମାବଦ ବୋଧନାର ଏକ ବିଦ୍ୟାଳୟରେ ଶିକ୍ଷକକତା କରନ୍ତି। ତାଙ୍କ ପୁଅ ନିଜାମୁଦ୍ଦିନ୍ ହାଇଦ୍ରାବାଦର ଏକ କୋଚିଂ ଇନଷ୍ଟେଚ୍ୟୁଟରେ କୋଚିଂ ନେଉଥିଲେ। ଗତମାସରେ ନିଜାମୁଦ୍ଦିନ ତାଙ୍କର ଜନୈକ ବନ୍ଧୁଙ୍କୁ ସାଙ୍ଗରେ ଧରି ଘରକୁ ଆସିଥିଲେ। ତେବେ ସଙ୍ଗାର ପିତା ଅସୁସ୍ଥ ଥିବା ସୂଚନା ମିଳିବାରୁ ସେ ସାଙ୍ଗ ସହ ନେଲୋର ଚାଲିଯାଇଥିବା ବେଳେ ଦେଶରେ କରୋନା ଲକଡାଉନ୍ ଘୋଷଣା ହୋଇଥିଲା।

{"id":251797,"sizeSlug":"large"}

ଏଥିରୁ ପୁଅକୁ ନେଲୋରରୁ ଆଣିବା ରଜିଆଙ୍କ ଲାଗି ବଡ ସମସ୍ୟା ହୋଇ ଦେଖା ଦେଇଥିଲା। ଏଣୁ ସେ ବୋଧନା ଏସପିଙ୍କ ସହ ସମ୍ପର୍କ କରିଥିଲେ। ତାଙ୍କଠାରୁ ଅନୁମତି ନେଇ ସ୍କୁଟି ଯୋଗେ ନେଲୋର ବାହାରିଥିଲେ। ଏପ୍ରିଲ ୭ ରେ ସେ ନେଲୋରରେ ପହଞ୍ଚି ସେହି ଦିନ ହିଁ ଫେରିଥିଲେ। ୮ ତାରିଖ ଦିନ ପୁଅ ସହ ଘରେ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.