ନୂଆଦିଲ୍ଲୀ ୦୯/୧୨ : କରୋନାକୁ ମାତ୍ ଦେବା ପାଇଁ ଖୁବଶୀଘ୍ର ବଜାରକୁ ଆସିବାକୁ ଯାଉଛି ନୂଆ ଭ୍ୟାକସିନ୍ ! ଆମେରିକାନ୍ ୟୁନିଭରସିଟିରେ ଏହି ଟାବଲେଟର ପରୀକ୍ଷା ଜାରି ରହିଛି । ଏହି ଟାବଲେଟର ନାଁ ରଖାଯାଇଛି ‘ମଲନୁପିରାଭିର’ । ଏହି ଟାବଲେଟ କରୋନାକୁ ମାତ୍ ଦେବା ପାଇଁ ରାମ ବାଣ ସଦୃଶ ହୋଇପାରେ ।
‘ମଲନୁପିରାଭିର’ ଉଭୟ ଟାବଲେଟ୍ ଏବଂ କ୍ୟାପସୁଲରେ ଉପଲବ୍ଧ ହେବ । ଆମରିକାର ଜର୍ଜିଆରେ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋମେଟିକାଲ ସାଇନ୍ସର ବୈଜ୍ଞାନିକମାନେ ପରୀକ୍ଷଣରୁ ଜାଣିବାକୁ ପାଇଛନ୍ତି ଯେ ‘ମଲନୁପିରାଭିର’ SARS-CoV-2 କୁ ଗତିଶୀଳ କରାଇବାରୁ ରୋକିପାରୁଛି । SARS-CoV-2 ହେଉଛି କରୋନା ଭୂତାଣୁର ବୈଜ୍ଞାନିକ ନାମ ।
ଏହି ଔଷଧ ବିଭିନ୍ନ ପ୍ରକାର ଭାଇରସକୁ ରୋକିବାରେ ସକ୍ଷମ ହେଉଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି । ତେବେ ନୋଭେଲ୍ କରୋନା ଭାଇରସକୁ ମଧ୍ୟ ଏହା ରୋକିପାରିବ ବୋଲି ସେମାନେ ଦୃଢୋନ୍ତି ପ୍ରକାଶ କରିଛନ୍ତି । ‘ମଲନୁପିରାଭିର’ ଡ୍ରଗ୍ MK-4482/EIDD-2801 କିଛି ଇନଫ୍ଲୁଏଞ୍ଜା ଭାଇରସକୁ ରୋକିବାରେ ସକ୍ଷମ ହୋଇଛି । ତେଣୁ ଖୁବଶୀଘ୍ର ଏହାକୁ କରୋନା ଭାଇରସ ପାଇଁ ମଧ୍ୟ ପରୀକ୍ଷଣ କରାଯିବ ବୋଲି ସେମାନେ ମତ ଦେଇଛନ୍ତି ।
ତେବେ ଭାରତୀୟ ଗବେଷକମାନେ କହିଛନ୍ତି ଯେ CSIR ମଧ୍ୟ ଏହି ଔଷଧର ମାନବୀୟ ପରୀକ୍ଷଣ ପାଇଁ ଯୋଜନା କରୁଛି । ତେବେ ଯଦି ଏହାର ସକାରାରତ୍ମକ ପ୍ରଭାବ ପଡେ ତେବେ ଏହା କରୋନା ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ସକ୍ଷମ ହେବ ବୋଲି ଗବେଷକମାନେ ମତ ଦେଇଛନ୍ତି ।