୭ମ ଶ୍ରେଣୀ ଛାତ୍ରୀଙ୍କୁ ଖେଳ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ : ବନମାଳିପୁର ହାଇସ୍କୁଲରେ ଉତ୍ତେଜନା

Published By : Prameya-News7 Bureau | October 04, 2018 IST

ବାଲିପାଟଣା ୪|୧୦: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ହାଇସ୍କୁଲରେ ଅଭାବନୀୟ ଘଟଣା ଘଟିଛି । ୭ମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ କ୍ରୀଡା ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗରେ ଗ୍ରାମବାସୀ ସ୍କୁଲରେ ତୁମୁଳକାଣ୍ଡ ଘଟାଇଛନ୍ତି । କ୍ରୀଡା ଶିକ୍ଷକଙ୍କୁ ଗ୍ରାମବାସୀ ନିର୍ଦ୍ଧୁମ ମାଡମାରିବା ସହ ଗୋଟିଏ କୋଠରୀରେ ବନ୍ଦ କରି ରଖିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି ।  କିନ୍ତୁ କ୍ରୀଡାଶିକ୍ଷକଙ୍କୁ ଗ୍ରାମବାସୀ ନିଜେ ଦଣ୍ଡ ଦେବେ ବୋଲି ଅଡି ବସିଛନ୍ତି । ଶିକ୍ଷକଙ୍କ ଅସଦାଚାରଣର ଶୀକାର ହୋଇଥିବା ଛାତ୍ରୀ କହିଛନ୍ତି ଯେ, କ୍ରିଡାଶିକ୍ଷକ ତାଙ୍କ ଦେହକୁ ଆପତ୍ତିଜନକ ଭାବେ ଛୁଇଁଥିଲେ । ଏଥିପାଇଁ ସେ ଛାତ୍ରୀଙ୍କ ପାଖରେ କ୍ଷମାଭିକ୍ଷା କରିଥିବା ମଧ୍ୟ ଜଣାପଡିଛି । କିନ୍ତୁ ସାଧାରଣରେ ଶିକ୍ଷକ କହିଛନ୍ତି ଯେ, ସେ କ୍ରୀଡା ଶିକ୍ଷକ କିନ୍ତୁ ଆରେଞ୍ଜମେଣ୍ଟ କ୍ଲାସ୍ ନେବାପାଇଁ ସେ ୭ମ ଶ୍ରେଣୀର ବିଜ୍ଞାନ ପିରିୟଡରେ କ୍ଲାସକୁ ଯାଇଥିଲେ । ଉଦାହରଣ ଛଳରେ ଅଣ୍ଡା ପ୍ରସଙ୍ଗ ଉଠାଇଥିଲେ । ଏହାକୁ ନେଇ ସଂପୃକ୍ତ ଛାତ୍ରୀ ପ୍ରତିବାଦ କରିଥିଲେ । ଏହି ସମୟରେ ସେ କେବଳ ଛାତ୍ରୀଙ୍କ ମୁହଁକୁ ଚାହିଁ କଳାପଟାକୁ ଦେଖିବାକୁ କହିଥିଲେ । ସଂପୃକ୍ତ ଛାତ୍ରୀ ତାଙ୍କ ଅଭିଭାବକଙ୍କୁ ଶିକ୍ଷକଙ୍କ ଅସଦାଚରଣ କଥା କହିବା ପରେ ଆଜି ସକାଳ ୭ଟାରୁ ଗ୍ରାମବାସୀମାନେ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ ଘେରିଥିଲେ । ସ୍କୁଲ ପରିଚାଳନା କର୍ତ୍ତୃପକ୍ଷ, ପ୍ରଧାନଶିକ୍ଷକଙ୍କ ସମେତ ଖେଳ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.