ବାପାଙ୍କ ହାତ ଗୋଡ଼ ବାନ୍ଧି କିଶୋରୀଙ୍କୁ ଦୁଷ୍କର୍ମ କଲେ ୩ ଦୁର୍ବୃତ୍ତ : ପୋଲିସ୍ କରୁନାହିଁ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | January 15, 2020 IST

ମୋରାଦାବାଦ ୧୫/୧: ଭାଟି ଶ୍ରମିକଙ୍କ କୁଡ଼ିଆରେ ପଶି ତାଙ୍କ ହାତ ଗୋଡ଼ ବାନ୍ଧି ତାଙ୍କ ଆଖି ସାମନାରେ ୧୭ବର୍ଷର ଝିଅକୁ ଦୁଷ୍କର୍ମ କରିଛନ୍ତି ୩ଜଣ ଦୁର୍ବୃତ୍ତ। ଅଭିଯୋଗ ରହିଛି ଯେ ଭାଟି ମାଲିକ ଏବଂ ଶେହଜାଦ ନଗର ପୋଲିସ୍ ପୀଡ଼ିତ ପରିବାରକୁ ଆଇନ୍ ମାମଲାରେ ନ ପଶିବାକୁ ପ୍ରବର୍ତ୍ତାଇଛନ୍ତି। ପୋଲିସ୍ ହିଁ ତାଙ୍କୁ ବୟାନ ନ ଦେବାକୁ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନେବାକୁ କହିଛି।

ପଟବାଇ ଥାନା ଅଞ୍ଚଳର ଏକ ପରିବାର ଶେହଜାଦନଗର ଇଟାଭାଟିରେ ମୂଲ ମଜୁରୀ କାମ କରିଥାଆନ୍ତି। ସେମାନେ ଇଟାଭାଟି ନିକଟରେ ଝୁମ୍ପୁଡ଼ି ଘର କରି ରହୁଥିଲେ। ପୀଡ଼ିତ ପରିବାର ଅଭିଯୋଗ କରିଛନ୍ତି ଯେ ସୋମବାର ରାତିରେ ୩ଜଣ ଦୁର୍ବୃତ୍ତ ବନ୍ଧୁକ ଧରି ଝୁମ୍ପୁଡ଼ି ଭିତରେ ପଶିଥିଲେ। ସେମାନେ କିଶୋରୀର ବାପାଙ୍କୁ ବନ୍ଧୁକ ଦେଖାଇ ଡରାଇଥିଲେ ଏବଂ ତାଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ।

ଶ୍ରମିକଙ୍କ ସାମନାରେ କିଶୋରୀର ମୁହଁରେ କପଡ଼ା ପୂରାଇ ରାତି ୯ଟାରୁ ୧୧.୩୦ଯାଏଁ ପାଳି କରି ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ। ପରେ କିଶୋରୀ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ଘଟଣାସ୍ଥଳରେ ଆସିଥିବା ଲୋକମାନେ ଶ୍ରମିକଙ୍କ ହାତ ଗୋଡ଼ ଖୋଲି ଦେଇଥିଲେ। ଏହା ପରେ ପୀଡ଼ିତ ପରିବାର ଥାନାକୁ ଆସିଥିଲେ।

କିଶୋରୀଙ୍କ ଦାଦା ଅଭିଯୋଗ କରିଛନ୍ତି ଯେ ଶେହଜାଦନଗର ଥାନାର କର୍ମଚାରୀ କାର୍ଯ୍ୟାନୁଷ୍ଠାନ ଏବଂ ମେଡିକାଲ୍ ପାଇଁ କିଶୋରୀଙ୍କୁ ୮-୧୦ଦିନ ଥାନାରେ ରଖିବାକୁ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.