ଲୋହିଆ ହସ୍ପିଟାଲରେ କରୋନା ଓ ବ୍ଲାକ ଫଙ୍ଗସ ରୋଗୀଙ୍କୁ ନିର୍ଯାତନା ! ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

Published By : Prameya-News7 Bureau | June 13, 2021 IST

ଲକ୍ଷ୍ନୌ୧୩/୬: ଲକ୍ଷ୍ନୌର ଥିବା ଲୋହିଆ ପ୍ରତିଷ୍ଠାନରେ ନାଁରେ ସାଂଘାତିକ ଅଭିଯୋଗ । କରୋନା ଏବଂ ବ୍ଲାକ୍ ଫଙ୍ଗସରେ ପୀଡିତ ଜଣେ ମହିଳାଙ୍କୁ ଡାକ୍ତର-କର୍ମଚାରୀଙ୍କ ମାନେ ନିର୍ଯାତନା ଦେବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ଭୟଭୀତ ହୋଇ ମହିଳା ଜଣଙ୍କ ସ୍ୱେଚ୍ଛାକୃତ ଭାବେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ପରେ ପୀଡିତା ପରିବାର ସଦସ୍ୟଙ୍କ ସହ ପୁରା ବଖାଣିଥିଲେ ହସ୍ପିଟାଲର ସତକଥା ।

ସେପଟେ ଆମେଠି ଗସ୍ତରେ ଆସିଥିବା ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଏ ଦୁଃଖ କଥା କହିଛନ୍ତି ପୀଡିତା ମହିଳାଙ୍କ ଛୋଟ ଝିଅ । କାନ୍ଦି କାନ୍ଦି ମନ୍ତ୍ରୀଙ୍କୁ ଜଣାଇଛନ୍ତି ମାଆର ଦୁଃଖ କଷ୍ଟ । ଛୋଟ ଛୁଆର କାନ୍ଦ ଶୁଣିବା ପରେ ସ୍ମୃତି ଇରାନୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆମେଠି ପୌରପାଳିକା ଗୌରିଗଞ୍ଜ ୱାର୍ଡର ୪୦ ବର୍ଷୀୟା ମହିଳା ଜୁନ୍ ୬ ରେ ଅସୁସ୍ଥ ହୋଇପଡିଥିଲେ ।

ପରିବାର ସଦସ୍ୟ ତାଙ୍କୁ ଗୌରିଗଞ୍ଜର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା, ଡାକ୍ତରମାନେ ମହିଳାଙ୍କୁ ଲୋହିଆ ପ୍ରତିଷ୍ଠାନକୁ ପଠାଇଥିଲା । ପରିବାର ସଦସ୍ୟ ରୋଗୀଙ୍କୁ ଲୋହିଆର ଏମରଜେନ୍ସି ଓ୍ୱାର୍ଡରେ ଭର୍ତ୍ତି କରାଇଥିଲେ । ଡାକ୍ତରମାନେ ଆରମ୍ଭ କରିଥିଲେ ପରୀକ୍ଷା । ଅନୁସନ୍ଧାନରେ କରୋନା ସଂକ୍ରମଣ ହୋଇଥିବା ନିଶ୍ଚିତ ହୋଇଥିଲା ।

ମହିଳାଙ୍କ ମୁହଁ ଫୁଲିଯାଇଥିବାରୁ ଡାକ୍ତରମାନେ ବ୍ଲାକ୍ ଫଙ୍ଗସ ହୋଇଥିବା କହିଥିଲେ । ପ୍ରଥମ ଚିକିତ୍ସା ପରେ ମହିଳାଙ୍କୁ ସହିଦ ପଥରେ ହୋଇଥିବା ମାତୃ ଶିଶୁ ରେଫରାଲ (କୋଭିଡ ହସ୍ପିଟାଲ) ଓ୍ୱାର୍ଡକୁ ପଠାଯାଇଥିଲା । ହସ୍ପିଟାଲର ଚତୁର୍ଥ ମହଲାରେ ଭର୍ତ୍ତି କରାଯାଇଥିଲା । ଏଠାରେ ମହିଳାଙ୍କ ଚିକିତ୍ସା ଶଯ୍ୟା ସଂଖ୍ୟା 85 ରୁ ଆରମ୍ଭ ହୋଇଥିଲା । କୋଭିଡ ହସ୍ପିଟାଲ ହୋଇଥିବାରୁ ଡାକ୍ତରମାନେ ରୋଗୀ ସହିତ ରହିବାକୁ ପରିବାର ଲୋକଙ୍କୁ ବାରଣ କରିଥିଲେ ।

ଯେତେବେଳେ ତାଙ୍କୁ ଅନେକ ଅନୁରୋଧ ପରେ ରୋଗୀଙ୍କୁ ଭେଟିବାକୁ ଅନୁମତି ଦିଆଗଲା । ସେତେବେଳେ ତାଙ୍କ ଅବସ୍ଥା ବିଗିଡି ଯାଉଥିଲା । ମହିଳା ଜଣକ କହିଥିଲେ ଯେ ଡାକ୍ତର ଏବଂ କର୍ମଚାରୀମାନେ ତାଙ୍କୁ ମାଡ଼ ମାରୁଛନ୍ତି, ନିର୍ଯାତନା ବି ଦେଉଛନ୍ତି । ଏପରିକି ତାଙ୍କୁ ଅସଦାଚରଣ ମଧ୍ୟ କରାଯାଇଛି । ଘଟଣାରେ ମହିଳା ଜଣକ ଭୟଭୀତ ହୋଇପଡିଛନ୍ତି । ଫଳରେ ପରିବାର ଲୋକ ଶୀଘ୍ର ରୋଗୀଙ୍କୁ ଶୁକ୍ରବାର ଡିସଚାର୍ଜ କରିଥିଲେ ।

wp:html /wp:html

ପରେ ନେଇ ରୋଗୀଙ୍କୁ ଗୌରଗଞ୍ଜର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶନିବାର ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ କରିବାକୁ ଆମେଠି ଆସିଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଭେଟିଥିଲେ । ମହିଳାଙ୍କ ଝିଅ ସ୍ମୃତି ଇରାନୀଙ୍କ ଆଗରେ କାନ୍ଧି କାନ୍ଦି ନିଜ ମାଆ ଉପରୋ ହୋଇଥିବା ଅତ୍ୟାଚାର ବିଷୟରେ ଜଣାଇଥିଲା । ପରେ ସ୍ମୃତି, ଡିଏମ, ଏସପି ଏବଂ ସିଏମଓଙ୍କ ସହ କଥା ହେବା ପରେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଲୋହିଆ ଇନଷ୍ଟିଚ୍ୟୁଟର ମୁଖପାତ୍ର ଡକ୍ଟର ଶ୍ରୀକେଶ ସିଂ ଏହି ଅବିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ଏବଂ ତାଙ୍କ ମନ ମୁତାବକ ଜିସଚାର୍ଜ ମଧ୍ୟ କରାଯଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.