ସେକ୍ସ ରାକେଟ୍ ଚଢଉ କରିବାକୁ ଯାଇଥିବା ପୋଲିସ ବିରୋଧରେ ଆସିଲା ଅସଦାଚରଣ ଅଭିଯୋଗ, ବୁଲନ୍ଦସରରେ ଚାଞ୍ଚଲ୍ୟ

Published By : Prameya-News7 Bureau | August 17, 2019 IST

ବୁଲନ୍ଦସର  :  ମହିଳାଙ୍କ ସୁରକ୍ଷା ନେଇ ଉତ୍ତରପ୍ରଦେଶ ପୋଲିସ ଯେତେ ଯାହା କହିଲେ ବି ନିଜ ଆଡୁ କେଉଁଠି ନା କେଉଁଠି ଭୁଲ ନିଶ୍ଟିତ କରିବସୁଛି। ଏଣୁ ଏକ ସ୍ଖଳିତ ପୋଲିସ ବ୍ୟବସ୍ଥାରେ ରାଜ୍ୟର ମହିଳା ସୁରକ୍ଷିତ ରହିବେ କିପରି ତାହା ଏବେ ପାଲଟିଛି ଚିନ୍ତାର ବିଷୟ। ବୁଲନ୍ଦସର ପହାସୁ ଥାନା ଅଧିକାରୀଙ୍କ କର୍ତ୍ତୃତ ଏବେ କାନରେ ବି ଶୁଣି ହେଉନି। ସେକ୍ସ ରାକେଟ୍ ଚଢଉ କରିବାକୁ ସିପେଇ ସାଙ୍ଗରେ ଯାଇଥିବା ବାବୁ ୃଏକାକିନୀ ମହିଳାଙ୍କ ପ୍ରତି ଅସଦାଚରଣ କରିବସିଛନ୍ତି । ମାମଲା ଏବେ ଦାଣ୍ଡରେ ପଡି ହଟାରେ ଗଡଗଡେଇବାରେ ଲାଗିଛି।

{"id":145365}

ମିଳିଥିବା ସୂଚନା ଅନୁସାରେ ପହାସୁ ଫାଣ୍ଡି ଆଇଆଇସି ସତପାଲସିଂଙ୍କୁ  ଏକ ଘରେ ସେକ୍ସ ରାକେଟ୍ ଚାଲିଥିବା ନେଇ ଟେଲିଫୋନରେ ସୂଚନା ମିଳିଥିଲା। ସେହି ଅନୁସାରେ ଆଇଆଇସି ସାଙ୍ଗରେ ଜଣେ କନଷ୍ଟେବଲକୁ ନେଇ ସମ୍ପୃକ୍ତ ଘରେ ପହଞ୍ଚିବା ବେଳେ ସେଠାରେ ସେଭଳି କିଛି ହେଉନଥିଲା। ତେବେ ଘରେ ଜଣେ ମହିଳା ଏକାକିନୀ ରହୁଥିବା ଦେଖି ଆଇଆଇସିଙ୍କ ମତିଭ୍ରମ ଘଟିଥିଲା। ମହିଳଙ୍କ ପ୍ରତି ସେ ଅସଦାଚରଣ କରିଥିବା ନେଇ ଏବେ ପୋଲିସରେ ଅଭିଯୋଗ ହୋଇଛି।

{"id":145366}

କୁହାଯାଉଛି ଘଟଣା ବେଳେ ପୋଲିସ ବାବୁ ନିଶାରେ ଚୁର ଥିଲେ। ତେବେ ସେ ଯାହା ବି ହେଉନା କାହିଁକି ଖାକିରେ ଦାଗ ଅଭିଯୋଗ ମିଳିବା ମାତ୍ରେ ୟୁପି ପୋଲିସ ତୁରନ୍ତ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଶିକାରପୁର ମଣ୍ଡଳ ଅଧିକାରୀଙ୍କୁ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ମାମଲାର ଲାଇନ୍ ତଦନ୍ତ ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.