ଶରୀରର ଏହି ସବୁ ଅଙ୍ଗରେ କଳାଜାଇ ଥିଲେ ହୋଇଥାଏ ଶୁଭ : ଚମକିଥାଏ ଭାଗ୍ୟ ,ଜାଣନ୍ତୁ

Published By : Prameya-News7 Bureau | June 01, 2019 IST

ସମସ୍ତ ମନୁଷ୍ୟଙ୍କ ଶରୀରରେ କଳାଜାଇ ରହିବା ଜରୁରୀ ଅଟେ। ଏହା ପୁରୁଷ କିମ୍ବା ମହିଳା ହେଉ ସମସ୍ତଙ୍କ ଶରୀରରେ ରହିଥାଏ। କିନ୍ତୁ ଶାସ୍ତ୍ର ହିସାବରେ ଏହା କୁହାଯାଇଛି ଯେ ଶରୀରର କେତେକ ସ୍ଥାନରେ ଯେଉଁ ବ୍ୟକ୍ତିଙ୍କ କଳାଜାଇ ରହିଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଆନ୍ତି ଏବଂ ତାଙ୍କ ଭାଗ୍ୟ ସବୁବେଳେ ତାଙ୍କ ସାଥ ଦେଇଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ

{"id":118217,"width":595,"height":396}

ଶାସ୍ତ୍ର ଅନୁସାରେ ଏହା କୁହାଯାଇଛି ଯେ ଯେଉଁମାନଙ୍କ ହାତର ପାପୁଲିରେ କଳାଜାଇ ରହିଥାଏ,ସେହି ବ୍ୟକ୍ତିମାନେ ଭାଗ୍ୟଶାଳୀ ହୋଇଥାଆନ୍ତି ଏବଂ ସେମାନେ ସବୁବେଳେ ସଚ୍ଚୋଟ ହେବା ସହ ଦୃଢ଼ ପ୍ରତିଜ୍ଞ ହୋଇଥାଆନ୍ତି। ଏମାନଙ୍କ ଜୀବନ ସବୁବେଳେ ଆନନ୍ଦମୟ ହୋଇଥାଏ ଏବଂ ଏପରି ବ୍ୟକ୍ତିଙ୍କ ଘରେ କେବେ ବି ଧନ ସମ୍ପତ୍ତି ଏବଂ ବୈଭବର ଅଭାବ ହୋଇନଥାଏ।

{"id":118219,"width":595,"height":357}

ଶାସ୍ତ୍ରରେ କୁହାଯାଇଛି ଯେ,ଯେଉଁ ବ୍ୟକ୍ତିଙ୍କ ନାକରେ କଳାଜାଇ ରହିଥାଏ ସେମାନେ ବହୁତ ସୁନ୍ଦର ହୋଇଥାଆନ୍ତି ଏବଂ ତାଙ୍କ ହୃଦୟ ଅତ୍ୟନ୍ତ ନିର୍ମଳ ହୋଇଥାଏ। ସେମାନେ କୈାଣସି କଥା ନିଜ ମନରେ ରଖିନଥାଆନ୍ତି।

{"id":118221,"width":594,"height":395}

ଯେଉଁ ବ୍ୟକ୍ତିଙ୍କ ପିଠିରେ କଳାଜାଇ ରହିଥାଏ ସେମାନେ ଅତୃନ୍ତ ରୋମାଣ୍ଟିକ୍ ସ୍ବଭାବର ହୋଇଥାଆନ୍ତି ଏବଂ ନିଜ ଜୀବନସାଥୀଙ୍କୁ ସବୁବେଳେ ଖୁସିରେ ରଖିଥାଆନ୍ତି। ଏହି ବ୍ୟକ୍ତିମାନେ ଯେଉଁ ଜିନିଷକୁ ପାଇବା ପାଇଁ ଇଚ୍ଛା ପୋଷଣ କରିଥାଆନ୍ତ ସେହି ଜିନିଷକୁ ପ୍ରାପ୍ତ କରିଥାଆନ୍ତି। ଏପରି ବ୍ୟକ୍ତିମାନେ ଅତ୍ୟନ୍ତ ପରିଶ୍ରମୀ ହୋଇଥାଆନ୍ତି ଏବଂ ନିଜ କାର୍ଯ୍ୟକ୍ଷେତ୍ରରେ ସବୁବେଳେ ଉନ୍ନତି କରିଥାଆନ୍ତି। ଏମାନେ ନିଜ ଜୀବନରେ କେବେ ଅସଫଳ ହୋଇନଥାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.