ଆଦିବାସୀଙ୍କ ସହ ନାଚିଲେ ମୋକିମ୍ : ଧୁମଧାମରେ ପାଳିଲେ ସହରାଇ ପର୍ବ
4/11/2019 at 2:49 PM

କଟକ୪/୧୧: ପର୍ବ ପାଳିଲେ ନିଜେ ଝୁମିଲେ ଏବଂ ସାଙ୍ଗରେ ବିଧାୟକଙ୍କୁ ମଧ୍ୟ ନଚାଇଲେ। ଏଭଳି ଏକ ବିରଳ ନୃତ୍ୟ ଗୀତର ଆସର ଦେଖିବାକୁ ମିଳିଛି କଟକ ସହରରେ ।କଟକରେ ରହୁଥିବା ହଜାର ହଜାର ସଂଖ୍ୟକ ଆଦିବାସୀ ମାନେ ରବିବାର ପାଳନ କରିଛନ୍ତି ସେମାନର ମୁଖ୍ୟ ପର୍ବ ସହରାଇ ଯେଉଁଠି ଆଦିବାସୀ ସମ୍ପ୍ରଦାୟର ପ୍ରାୟ ସବୁବର୍ଗର ଲୋକମାନେ ସାମିଲ ହୋଇଥିଲେ।

ପର୍ବର ସଂଜ୍ଞା କାହାପାଇଁ କଣ ହୋଇପାରେ ।ନିକଟରେ ଶେଷ ହୋଇଛି ଆଲୋକର ପର୍ବ ଦ୍ବୀପାବଳି । ଯାହାକୁ ଦେଶ ତମାମ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି। କିନ୍ତୁ ଦ୍ବୀପାବଳିର ପ୍ରାୟ ୧ ସପ୍ତାହ ପରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପାଳନ କରିଛନ୍ତି ସେମାନଙ୍କର ପାରଂପରିକ ସହରାଇ ପର୍ବ।ଯାହା ହେଉଛି ସେମାନଙ୍କ ଲାଗି ଦ୍ବୀପାବଳି । ତେବେ ଖାସ୍ କଥା ହେଲା କଟକରେ ପାଳିତ ହୋଇଥିବା ଏହି ସହରାଇ ପର୍ବରେ ବିଧାୟକ ମହମ୍ମଦ ମୁକିମ୍ଙ୍କୁ ବେଶ୍ ନଚାଇଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ।

କାହିଁ କେତେବର୍ଷ ହେଲା କଟକରେ ଏମିତି ପର୍ବ ପାଳିତ ହୋଇ ଆସୁଛି। ଯେହେତୁ ସହରରେ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି।ତେଣୁ ସେମାନେ ନିଜ ଭିଟାମାଟିକୁ ଯାଇ ପର୍ବ ପାଳିବା ଅପେକ୍ଷା କଟକରେ ପର୍ବ ପାଳନ କରିବାଟା ଉଚିତ ମନେ କରୁଛନ୍ତି. ।ତେବେ ଏହି ପର୍ବର ବିଶେଷତା ହେଲା ଏଥିରେ ପ୍ରାୟ ସମସ୍ତ ବର୍ଗର ଲୋକମାନେ ସାମିଲ ହୋଇ ପାରୁଛନ୍ତି। ଏପରିକି ଉଚ୍ଚ ଶିକ୍ଷିତ ମାନେବି ଏହି ପର୍ବରେ ସାମିଲ ହୋଇ ନାଚ କରିବାଲାଗି ମଧ୍ୟ ପଛାଉ ନାହାଁନ୍ତି।ଅର୍ଥାତ ଯୁଗ ଯେତେ ବଦଳିଲେବି ଯେଉଁମାନେ ନିଜ ସଂସ୍କୃତିକୁ ଭଲ ପାଆନ୍ତି, ସେମାନେ ସେଥିରୁ ଦୂରେଇବାଟା ବୋଧ୍ ହୁଏ ସମ୍ଭବ ନୁହେଁ ।

ଏମିତିରେ କଟକିଆ ମାନେ ବର୍ଷ ତମାମ ପର୍ବରେ ମସଗୁଲ୍ ରୁହନ୍ତି। କିନ୍ତୁ କଟକି ଜୀବନଯାତ୍ରାରେ ଯେବେ ଆଦିବାସୀ ଚଳଣିକୁ ଦେଖିବାକୁ ମିଳେ, ସେତେବେଳେ ଅନୁଭବ ହୁଏ ଯେ, ସତରେ କଟକ ହେଉଛି ଲୋକ ସଂସ୍କୃତିର ପ୍ରାଣକେନ୍ଦ୍ର।
