କୋହଲିଙ୍କ ପାଇଁ ଭୟଭୀତ ଇଂଲଣ୍ଡ ଖେଳାଳି : ମୋଇନ୍ ଅଲ୍ଲୀ କହିଲେ- 'ରନ୍ ମେସିନଙ୍କୁ କେମିତି ଆଉଟ୍ କରିବୁ ଜାଣିନାହୁଁ'

Published By : Prameya-News7 Bureau | January 31, 2021 IST

ନୂଆଦିଲ୍ଲୀ,୩୦/୦୧:   ଭାରତୀୟ ଦଳର ଅଧିନାୟର ବିରାଟ କୋହଲିଙ୍କ ପାଇଁ ଆଶଙ୍କାରେ ରହିଛି ଇଂଲଣ୍ଡ ଦଳ । ବିରାଟ ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ଚାଲି ଆସିଥିଲେ । ତେଣୁ ସେ ଭଲ ଖେଳି ସ୍କୋର କରିବା ଲକ୍ଷ୍ୟରେ ରହିବେ । ଏହା କହିଛନ୍ତି ଇଂଲଣ୍ଡ ଦଳର ଖେଳାଳି ମୋଇନ୍ ଅଲ୍ଲୀ ।

କୋହଲି ପିତୃତ୍ୱ ଅବକାଶ ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଟେଷ୍ଟ ଖେଳି ଭାରତ ଫେରି ଆସିଥିଲେ । ଆଗାମୀ ୫ ତାରିଖରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଖେଳିବେ । ତେବେ ମୋଇନ୍ ଅଲ୍ଲୀ ଏକ ଭିଡିଓ କନଫରେନ୍ସିଂରେ କହିଛନ୍ତି ଯେ, ସେ କିପରି କୋହଲିଙ୍କୁ ଆଉଟ୍ କରିବେ ଜାଣନ୍ତି ନାହିଁ । ସେ ଜଣେ ଭଲ ଖେଳାଳି । ଅବିଶ୍ୱସନୀୟ ବ୍ୟାଟସମ୍ୟାନ୍ ଅଟନ୍ତି । ସେ ଭଲ ପ୍ରଦର୍ଶନ କରିବାକୁ ସଦାବେଳେ ଚାହିଁଥାନ୍ତି ।

{"id":401518,"sizeSlug":"large","linkDestination":"none"}

ମୋଇନ୍ ଆହୁରି କହିଛନ୍ତି ଯେ, କୋହଲିଙ୍କର କୌଣସି ଦୁର୍ବଳତା ନାହିଁ । କିନ୍ତୁ ଇଂଲଣ୍ଡ ବୋଲିଂ ଆକ୍ରମଣ ଭଲ ରହିଛି  । ଦଳରେ ଭଲ ଦ୍ରୁତ ବୋଲର ଅଛନ୍ତି । ତେବେ କୋହଲି ବହୁତ ଭଲ ବନ୍ଧୁ ବୋଲି ସେ କହିଛନ୍ତି । ଇଂଲଣ୍ଡ ମ୍ୟାଚ୍ ବିଜୟୀ ପ୍ରଦର୍ଶନ କରିବାକୁ ସକ୍ଷମ ଅଟେ । ଭାରତକୁ ଚ୍ୟାଲେଞ୍ଜ ଦେବାକୁ ମଧ୍ୟ ସେ ପ୍ରସ୍ତୁତ ଥିବା କହିଛନ୍ତି ।

ଇଂଲଣ୍ଡର ଏହି କ୍ରିକେଟର ଆହୁରି କହିଛନ୍ତି ଯେ, ତାଙ୍କୁ ଦଳରେ ସ୍ଥାନ ମିଳିବ ନା ନାହିଁ ତାହା ଅଲଗା କଥା । ଏହି ସିରିଜରେ ସେ ୨୦୦ତମ ଓ୍ୱିକେଟ୍ ପୂରଣ କରିବେ ବୋଲି ଆଶା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.