ଶ୍ରୀଲଙ୍କାରେ ପହଁଚିବା ପରେ ଇଂଲଣ୍ଡ ଟିମ୍‌କୁ ଝଟକା, ମୋଇନ ଅଲ୍ଲୀ କରୋନା ପଜିଟିଭ୍

Published By : Prameya-News7 Bureau | January 05, 2021 IST

କଲୋମ୍ବୋ, ୦୫/୦୧: ଇଂଲଣ୍ଡ ଦଳର ଅଲରାଉଣ୍ଡର ମୋଇନ ଅଲ୍ଲୀ ଶ୍ରୀଲଙ୍କାରେ ପହଁଚିବା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ସେ ୧୦ ଦିନ ଯାଏଁ ଆଇସୋଲେସନରେ ରହିବେ । ଇଂଲଣ୍ଡ ଓ ଓ୍ୱେଲସ୍ କ୍ରିକେଟ ବୋର୍ଡ ଏହି ସୂଚନା ଦେଇଛି । ଏହାସହ ମୋଇନଙ୍କ ସଂସ୍ପର୍ଶରେ ଆସିଥିବା କ୍ରିସ୍ ବୋକ୍ସଙ୍କୁ ଆଇସୋଲେସନରେ ପଠାଯାଇଛି । ତାଙ୍କର ମଧ୍ୟ ଆଉଥରେ କରୋନା ଟେଷ୍ଟ ହେବ ।

କ୍ରିକେଟ୍ ବୋର୍ଡର ସୂଚନାନୁସାରେ, ମୋଇଲ ଅଲ୍ଲୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ରିସଙ୍କର ମଧ୍ୟ ପୁଣି ଥରେ ଟେଷ୍ଟ୍ ହେବ । ଗତ ସପ୍ତାହରେ ଅଲ୍ଲୀ ଶ୍ରୀଲଙ୍କା ଗସ୍ତ ପୂର୍ବରୁ କରୋନା ଟେଷ୍ଟ କରିଥିଲେ । ଯାହା ନେଗେଟିଭ୍ ଆସିଥିଲା । ରବିବାର ହମ୍ବନଟୋଟା ବିମାନବନ୍ଦରରେ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଶ୍ରୀଲଙ୍କା ସରକାରଙ୍କ ନିୟମାନୁସାରେ ଏହି ୩୩ ବର୍ଷୀୟ ଖେଳାଳି ୧୦ ଦିନ ଯାଏଁ ଆଇସୋଲେସନରେ ରହିବେ ।

ତେବେ ମଙ୍ଗଳବାର ଖେଳାଳିଙ୍କ ଦ୍ୱିତୀୟ କରୋନା ଟେଷ୍ଟ ହେବ । ଏହାପରେ ବୁଧବାର ଦଳ ଅଭ୍ୟାସ ଆରମ୍ଭ କରିବ । ଇଂଲଣ୍ଡ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । ଏହି ସିରିଜ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପର ଏକ ଅଂଶ ବିଶେଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.