Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମୋହନ ବାଗାନ୍‌ର ପୂର୍ବତନ ଫୁଟବଲର ସତ୍ୟଜିତ ଘୋଷଙ୍କ ହୃଦଘାତରେ ମୃତ୍ୟୁ

9/11/2020 at 9:56 PM

କୋଲକାତା ୯।୧୧: ଫୁଟବଲର ତଥା ମୋହନ ବାଗାନର ପୂର୍ବତନ ଡିଫେଣ୍ଡର ସତ୍ୟଜିତ ଘୋଷଙ୍କର ସୋମବାର ହୃଦଘାତରେ ପରଲୋକ ହୋଇଛି।  ଏହି ସୂଚନା ତାଙ୍କ ପରିବାର ସୂତ୍ରରୁ ମିଳିଛି। ୬୨ ବର୍ଷ ବୟସ୍କ ଫୁଟବଲରଙ୍କୁ ବନ୍ଦେଲର ଦେବନନ୍ଦପୁରସ୍ଥିତ ତାଙ୍କ ଘରେ ହୃଦଘାତ ହୋଇଥିଲା। ହସ୍ପିଟାଲ ନେବା ରାସ୍ତାରେ ତାଙ୍କର ପରଲୋକ ହୋଇଥିବା ପରିବାର ଲୋକେ କହିଛନ୍ତି।

ଘୋଷଙ୍କ ପରିବାରରେ ଏବେ ତାଙ୍କ ପତ୍ନୀ ଓ ଝିଅ ଅଛନ୍ତି। ଘୋଷ ୧୯୮୫ ମସିହାରେ ଖେଳାଯାଇଥିବା ନେହେରୁ କପ୍‌ରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ୧୯୮୦ ମସିହାରେ ସେ ରେଲୱେ ଏଫସିରେ ତାଙ୍କ ଫୁଟବଲ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ତାଙ୍କ ଚମତ୍କାର ପ୍ରଦର୍ଶନ ଲାଗି ପରେ ମୋହନ ବାଗାନରେ ତାଙ୍କୁ ଖେଳିବାର ସୁଯୋଗ ମିଳିଥିଲା। କ୍ରମେ ସେ ମୋହନବାଗାନ ଟିମ୍‌ର ଅବିଚ୍ଛେଦ୍ୟ ଅଙ୍ଗ ହୋଇପଡିଥିଲେ।

ଭାରତର ଷ୍ଟାର ଡିଫେଣ୍ଡର ସୁବ୍ରତ ଭଟ୍ଟାଚାର୍ଯ୍ୟଙ୍କ ସହ ତାଙ୍କର ବେଶ ଯୋଡି ଜମୁଥିଲା। ସତ୍ୟଜିତ ଘୋଷଙ୍କ ପରଲୋକରେ ସୁବ୍ରତ ଶୋକ ପ୍ରକାଶ କରିବା ସହ ତାଙ୍କ ଖେଳାଳି ଜୀବନରେ ସେ ଅନେକ ଡିଫଣ୍ଡରଙ୍କ ସହ ଖେଳିଥିଲେ ହେଲେ ସତ୍ୟଜିତ ଭିନ୍ନ ଥିଲେ ବୋଲି ସେ କହିଛନ୍ତି। ସତ୍ୟଜିତ୍ ସର୍ବଶ୍ରେଷ୍ଠଙ୍କ ମଧ୍ୟରେ ମଧ୍ୟ ଶ୍ରେଷ୍ଠ ଥିଲେ ବୋଲି ସେ କହିଛନ୍ତି।

୧୯୮୬ ମସିହାରେ ମୋହନ ବାଗାନ ସହିତ ସତ୍ୟଜିତ ଘୋଷଙ୍କ ସମ୍ପର୍କ ତୁଟିଯାଇଥିଲା। ଏଣୁ ସେ ମହମ୍ମଡାନ ସ୍ପର୍ଟିଂ ସହ ଖେଳିଥିଲେ। ତେବେ ୧୯୮୯ ବେଳକୁ ଦ୍ୱିତୀୟବାର ମୋହନବାଗାନ ସହ ଖେଳିଥିଲେ। ୧୯୯୩ ମସିହାରେ ଫୁଟବଲରୁ ସନ୍ୟାସ ନେବା ପର୍ଯ୍ୟନ୍ତ ସେ ମୋହନବାଗାନ ସହ ଜଡିତ ଥିଲେ।

   Related Posts