ବିବାହର ୧୦ ବର୍ଷ ପରେ ବାପା-ମା ହେଲେ ମୋହିତ-ଅଦିତି

Published By : Prameya-News7 Bureau | April 30, 2021 IST

ନୂଆଦିଲ୍ଲୀ ୩୦/୦୪: କରୋନା ସଙ୍କଟ ମଧ୍ୟରେ ଟିଭି ଇଣ୍ଡଷ୍ଟ୍ରିରୁ ଏକ ଖୁସି ଖବର ମିଳିଛି । ଛୋଟ ପରଦାର ଦମ୍ପତି ମୋହିତ ମଲିକ ଏବଂ ଅଦିତି ଶିରୱାଇକର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି ଖୁସି ଖବର ଅଦିତି ତାଙ୍କ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି । ସେ ଇନଷ୍ଟାଗ୍ରାମରେ ତାଙ୍କ ପୁଅର ହାତ ଧରି ଏକ ଫଟୋ ସେୟାର କରିଛନ୍ତି ।

wp:html
/wp:html

ଅଦିତି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତ୍ରୀ ତାଙ୍କ ପୁଅକୁ ଧରିଛନ୍ତି । ଫଟୋ ସହିତ ଅଭିନେତ୍ରୀ ଲେଖିଛନ୍ତି, 'ଡିୟର୍ ୟୁନିଭର୍ସ, ଏହି ଆଶୀର୍ବାଦ ପାଇଁ ଧନ୍ୟବାଦ । ଆମର ଛୋଟ ପିଲାକୁ ଏହି ଦୁନିଆରେ ସ୍ୱାଗତ କରିବା ପାଇଁ ଆମେ ନିଜକୁ ଭାଗ୍ୟଶାଳୀ ଅନୁଭବ କରୁଛୁ ।  ୨ ରୁ ୩ ହେବାର ଯାତ୍ରା ବାସ୍ତବରେ ଯାଦୁକର ।' ମୋହିତ ମଲିକ ମଧ୍ୟ ପତ୍ନୀ ଅଦିତିଙ୍କ ହାତ ଧରି ଫଟୋ ସେୟାର କରିଛନ୍ତି ।

wp:html
/wp:html

ଚଳିତ ବର୍ଷ ମେ ମାସରେ ଅଦିତି ଏବଂ ମୋହିତ ନିଜ ପିଲାର ସ୍ୱାଗତ କରିଥାନ୍ତେ କିନ୍ତୁ ଏହା ପୂର୍ବରୁ ଅର୍ଥାତ୍ ୨୯ ଏପ୍ରିଲରେ ଅଭିନେତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଗତ ବର୍ଷ ଡିସେମ୍ବରରେ ଫ୍ୟାନ୍ସମାନଙ୍କ ସହ ବାପା-ମା ହେବାର ଖୁସି ଖବର ସେୟାର କରିଥିଲେ । ଗତକାଲି ବିବାହର ଦଶ ବର୍ଷ ପରେ, ଦମ୍ପତିଙ୍କ ଘରେ ତାଙ୍କ ପୁତ୍ର ସନ୍ତାନ ଜନ୍ମଲାଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.