Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କଣ୍ଠଶିଳ୍ପୀ ନୁହେଁ ଅଭିନେତା ହେବାକୁ ଚାହୁଁଥିଲେ ମୋହିତ ଚୌହାନ, ଫିଲ୍ମ ‘ରଙ୍ଗ ଦେ ବସନ୍ତୀ’ ର ଏହି ଗୀତ ବଦଳାଇ ଦେଇଥିଲା ତାଙ୍କ ଭାଗ୍ୟ

11/03/2021 at 9:28 AM

ନୂଆଦିଲ୍ଲୀ ୧୧/୦୩: ବଲିଉଡର ଫେମସ୍ ଗାୟକ ମୋହିତ ଚୌହାନ ଆଜି ତାଙ୍କର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ଇଣ୍ଡଷ୍ଟ୍ରୀକୁ ଅନେକ ହିଟ୍ ଗୀତ ଦେଇଛନ୍ତି । ମୋହିତ ତାଙ୍କ କ୍ୟାରିୟରରେ ‘ମଟରଗସ୍ତୀ’, ‘ତୁଝେ ଭୁଲା ଦିୟା’, ‘ସାଡ୍ଡା ହକ୍’ ଭଳି ଅନେକ ଗୀତ ଗାଇଛନ୍ତି । କିନ୍ତୁ ମୋହିତ ତାଙ୍କ କ୍ୟାରିୟରରେ କଣ୍ଠଶିଳ୍ପୀ ନୁହେଁ ବରଂ ଜଣେ ଅଭିନେତା ହେବାକୁ ଚାହୁଁଥିଲେ । ମୋହିତ କହିଛନ୍ତି, ‘ମୁଁ ଅଭିନୟ କରିବାକୁ ଖୁବ୍ ଆଗ୍ରହୀ ଥିଲି ଏବଂ ଷ୍ଟେଜ୍ ରେ ନଜର ଆସିବାକୁ ଚାହୁଁଥିଲି ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ଅନେକ ଥିଏଟର କରିଛି । ମୁଁ ‘ଏନଏସଡି’ ରେ ଭାଗିଦାର ଥିଲି ।  ମୁଁ ମଞ୍ଚରେ ନାଟକ ମଧ୍ୟ କରିଛି ।  ଏମିତି ଏକ ମୁହୂର୍ତ୍ତ ଥିଲା ଯେତେବେଳେ ମୁଁ ‘ଏଫଟିଆଇଆଇ’ ରେ ଯୋଗଦେବାକୁ ଚାହୁଁଥିଲି । କିନ୍ତୁ ସେଠାରେ କୌଣସି ଆକ୍ଟିଙ୍ଗ୍ କୋର୍ସ ନଥିଲା । ମୁଁ ଭାବୁଛି କିଛି ବର୍ଷ ପୂର୍ବେ ସେଠାରେ ଆକ୍ଟିଙ୍ଗ୍ କୋର୍ସ ଆରମ୍ଭ ହୋଇଛି । କିନ୍ତୁ ମୁଁ ଏହି ସୁଯୋଗ ପାଇପାରିଲି ନାହିଁ ।’

ମୋହିତଙ୍କ ପରିଚୟ ତାଙ୍କ ବ୍ୟାଣ୍ଡ ସିଲ୍କ ରୁଟର ‘ଡୁବା ଡୁବା’ରୁ  ମିଳିଥିଲା । ତେବେ ଏହା ପରେ ବ୍ୟାଣ୍ଡଟି ଭାଙ୍ଗିଯାଇଥିଲା । ମୋହିତ ୨୦୦୫ ରେ ଫିଲ୍ମ ‘ମେ, ମେରୀ ପତ୍ନୀ ଔର ୱୋ’ର ଗୀତ ‘ଗୁନ୍ଛା’ରୁ ତାଙ୍କ ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଗୋଟିଏ ଗୀତ ପରେ ମୋହିତ ଏଆର୍ ରହମାନ, ପ୍ରୀତମଙ୍କ ପରି ସଂଗୀତକାରଙ୍କ ପାଇଁ ଗୀତ ଗାଇଥିଲେ ।

ଏହା ପରେ,୨୦୦୬ ରେ, ରାକେଶ ଓମପ୍ରକାଶ ମେହେରା ଫିଲ୍ମ ‘ରଙ୍ଗ ଦେ ବସନ୍ତୀ’ ତିଆରି କରୁଥିଲେ । ଏହି ଫିଲ୍ମରେ ଏଆର୍ ରହମାନଙ୍କ ମ୍ୟୁଜିକ୍ ଥିଲା । ଏଆର୍ ରହମାନ ମୋହିତ ଚୌହାନଙ୍କୁ ବ୍ରେକ୍ ଦେଇଥିଲେ । ଗୀତଟି ଥିଲା- ‘ଖୁନ୍ ଚଲା’ । ଏହି ଫିଲ୍ମରେ ମୋହିତ ଏକମାତ୍ର ଗୀତ ଗାଇଥିଲେ କିନ୍ତୁ ଏହି ଗୀତ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା ।

   Related Posts