Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ୟେ ରିସ୍ତା କ୍ୟା କେହଲାତା ହେ’ ଫେମ୍ ମୋହିନା ସମେତ ପୂରା ପରିବାର କରୋନାରେ ସଂକ୍ରମିତ : କ୍ବାରେଣ୍ଟାଇନ୍‌ରେ ରହି ହେଉଛନ୍ତି ଚିକିତ୍ସିତ

2/06/2020 at 11:33 AM

ମୁମ୍ବାଇ ୨/୬: ‘ୟେ ରିସ୍ତା କ୍ୟା କେହଲାତା ହେ’ର ମୋହିନୀ କୁମାରୀ ସିଂହ ଏବଂ ତାଙ୍କ ପରିବାର କରୋନା ସଂକ୍ରମିତ ଥିବା ଜଣା ପଡ଼ିଛି। ମୋହିନା ସମେତ ତାଙ୍କ ପୂରା ପରିବାର କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଛି ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

 ମୋହିନା ନିଜ ସ୍ବାମୀ ସୁୟଶ ଏବଂ ତାଙ୍କ ପରିବାର ସହ ଉତ୍ତରାଖଣ୍ଡରେ ରୁହନ୍ତି। ତାଙ୍କ ସ୍ବାମୀ ଉତ୍ତରାଖଣ୍ଡର ରାଜନୀତିଜ୍ଞ। ମୋହିନା କଥାବାର୍ତ୍ତାବେଳେ ହେଲଥ ଅପଡେଟ୍ ଦେଇଛନ୍ତି।

ସେ କହିଛନ୍ତି ଯେ,‘ ହଁ,ଏହା ସତ ଯେ ସେ ଆଉ ତାଙ୍କ ପରିବାର କରୋନାରେ ସଂକ୍ରମିତ। ଏବେ ସେମାନେ ସମସ୍ତେ ହସ୍ପିଟାଲରେ ଅଛନ୍ତି କିନ୍ତୁ ଡାକ୍ତର କହିଛନ୍ତି ଯେ ସେମାନଙ୍କଠାରେ କରୋନାର ଲକ୍ଷଣ ସାମାନ୍ୟ ରହିଛି। ଏଥିପାଇଁ ଆଶା ରହିଛି ଯେ ସେମାନେ ଖୁବ୍ ଶୀଘ୍ର ଠିକ୍ ହୋଇଯିବେ।’

ବର୍ତ୍ତମାନ ମୋହିନା ଏବଂ ତାଙ୍କ ପରିବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି।

୨୦୧୯ମସିହା ଅକ୍ଟୋବରରେ ମୋହିନା ସୁୟଶଙ୍କୁ ବିବାହ କରିଥିଲେ ଏବଂ ୟେ ରିସ୍ତା କ୍ୟା କେହଲାତା ହେକୁ ଅଲବିଦା କହିଥିଲେ ଏବଂ ସେ ତାଙ୍କ ବୈବାହିକ ଜୀବନକୁ ଉତ୍ତରାଖଣ୍ଡରେ ସେଲିବ୍ରେଟ୍ କରୁଥିଲେ।

ମୋହିନା ସୋସିଆଲ ମିଡିଆରେ ମଧ୍ୟ ସବୁବେଳେ ଆକ୍ଟିଭ ଥାଆନ୍ତି। ସେ ପରିବାର ସହ ତାଙ୍କ ଫଟୋ ସେୟାର କରନ୍ତି।

ମୋହିନା ଏବଂ ତାଙ୍କ ସ୍ବାମୀଙ୍କ ପରିବାର ସହ ତାଙ୍କ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇ ଚିକିତ୍ସା ଚାଲିଛି।

   Related Posts