Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବିଜ୍ଞାପନ କରି ଅଡୁଆରେ ଅଭିନେତ୍ରୀ : ଆଲିଆଙ୍କ ନାଁରେ ଥାନାରେ ଅଭିଯୋଗ..

1/10/2021 at 8:27 AM

ମୁମ୍ବାଇ ୦୧/୧୦ : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ ରହୁଛନ୍ତି । କେବେ ରଣବୀର କପୁରଙ୍କ ସହ ବିବାହକୁ ନେଇ ତ ଆଉ କେତେବେଳେ ଟ୍ରୋଲ୍‌ର ଶିକାର ହେଉଛନ୍ତି ଆଲିଆ । କିନ୍ତୁ ଏବେ ଆଉ ଏକ ଅଡ଼ୁଆରେ ଫସି ଯାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ସୂଚନା ଅନୁସାରେ ନିକଟରେ ଆଲିଆ ଭଟ୍ଟ ଏକ ବ୍ରାଇଡାଲ ବା ବିବାହ ପୋଷାକ ବ୍ରାଣ୍ଡର ବିଜ୍ଞାପନ(କନ୍ୟାଦାନ୍) କରିଥିଲେ । ଜଣେ ବ୍ୟକ୍ତି ଆଲିଆଙ୍କ ବିଜ୍ଞାପନରେ ଏତେ ରାଗି ଯାଇଥିଲେ ଯେ ସେ ମୁମ୍ବାଇର ସାଣ୍ଟାକ୍ରୁଜ୍ ପୋଲିସ୍ ଷ୍ଟେସନରେ ଆଲିଆଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ ଏହି ମାମଲାରେ ମାନ୍ୟବର କମ୍ପାନୀ ଏବଂ ଆଲିଆ ଭଟ୍ଟଙ୍କ ବିରୋଧରେ ଅଭିଯୋଗ ହୋଇଛି । ଆଲିଆ ହିନ୍ଦୁ ଧର୍ମର ଭାବନାକୁ ଆଘାତ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ବିଜ୍ଞାପନରେ ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏକ ବ୍ରାଇଡାଲ ପୋଷକର ବ୍ରାଣ୍ଡ ପାଇଁ ଆଲିଆଙ୍କୁ ଏଥିରେ କନ୍ୟା ରୂପରେ ଦେଖାଯାଇଛି ।

ତେବେ ଆଲିଆ ଭଟ୍ଟ ତାଙ୍କ ନୂଆ ବିଜ୍ଞାପନ ଭିଡିଓରେ କହିଛନ୍ତି ଯେ ବିବାହ ପରେ ‘କନ୍ୟାଦାନ’ ସମାରୋହ କାହିଁକି ହୋଇଥାଏ ? ଝିଅମାନେ କ’ଣ ଏକ ବସ୍ତୁ, ଯାହାକୁ ଦାନ କରାଯିବ? ବିଜ୍ଞାପନରେ ଆଲିଆ ତାଙ୍କ ହେବାକୁ ଯାଉଥିବା ସ୍ୱାମୀଙ୍କ ସହ ମଣ୍ଡପରେ ବସି ଦର୍ଶକଙ୍କୁ ତାଙ୍କ ମନର କଥା କହୁଛନ୍ତି । ସେ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ବିଷୟରେ କୁହନ୍ତି ଯେ ସେମାନଙ୍କୁ ତାଙ୍କୁ କେତେ ଭଲ ପାଆନ୍ତି। ସେ ତାଙ୍କ ଜେଜେମା, ବାପା ଏବଂ ମାଙ୍କ ବିଷୟରେ କୁହନ୍ତି। ତେବେ ବିବାହରେ ‘କନ୍ୟାଦାନ’ର ପ୍ରଥା ବିରୋଧରେ ସେ ଏକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ସେ କୁହନ୍ତି “ମୁଁ କ’ଣ କେବଳ ଦାନରେ ଯିବାର ବସ୍ତୁ କି? ତେବେ କନ୍ୟାଦାନ କାହିଁକି? ତେବେ ଆଲିଆଙ୍କ ଏହି ବିଜ୍ଞାପନ ସାମ୍ନାକୁ ଆସିବା ପରେ ଅନେକ ଲୋକ ସୋସିଆଲ ମିଡିଆରେ ନିଜର ମତ ରଖିଥିଲେ। ଏହି ବିଜ୍ଞାପନ ଭିଡିଓକୁ ଲୋକେ ନାପସନ୍ଦ କରିଛନ୍ତି ।

ନିକଟରେ ଆଲିଆଙ୍କ ଏହି ବିଜ୍ଞାପନକୁ ନେଇ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ । ବିଜ୍ଞାପନରେ ନିଜର ବିଚାରକୁ ସେୟାର କରି କଙ୍ଗନା ରାଣାୱତ ଆଲିଆ ଭଟ୍ଟ ଏବଂ ବ୍ରାଣ୍ଡ୍‌କୁ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଟ୍ୟାଗ୍ କରିଥିଲେ । କଙ୍ଗନା ବିଶାସ କରନ୍ତି ଯେ ଏହି ବିଜ୍ଞାପନ ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ସହ ଧର୍ମ ଏବଂ ସଂଖ୍ୟାଲଘୁ ରାଜନୀତିର ଫାଇଦା ଉଠାଇବା ପାଇଁ ଏକ ପ୍ରୟାସ ହୋଇଛି ।

   Related Posts