Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

୧୨ ମାର୍ଚ୍ଚରୁ ଏହି ସହରରେ ଲାଗୁ ହେବ ରାତ୍ରୀକାଳୀନ କର୍ଫ୍ୟୁ

11/03/2021 at 9:01 PM

ନୂଆଦିଲ୍ଲୀ, ୧୧/୦୩: ଦେଶର କେତେକ ରାଜ୍ୟରେ କରୋନା ଭିଇରସ୍‌ର ମହାମାରୀ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ର ପରେ ପଞ୍ଜାବରେ ମଧ୍ୟ ସଂକ୍ରମଣ ମାମଲା କ୍ରମଶଃ ବଢ଼ି ଚାଲିଥିବା ଜଣାପଡ଼ିଛି ।

ପଞ୍ଜାବର ଜଳନ୍ଧର, ଏସ୍‌ବିଏସ୍‌ ନଗର, ହୋସିଆର୍‌ ପୁର୍‌ ଏବଂ କପୁରଥାଲାରେ ପୂର୍ବରୁ ରାତ୍ରୀକାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି । ଏବେ ସରକାର ପଟିଆଲାରେ ମଧ୍ୟ ଏହି କର୍ଫ୍ୟୁ ଲାଗୁ କରାଯିବା ବୋଲି ଆଦେଶ ଦେଇଥିବା ଜଣାପଡ଼ିଛି । ଏହା ୧୨ ମାର୍ଚ୍ଚରୁ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।

ପଟିଆଲାରେ ରାତ୍ରୀ କର୍ଫ୍ୟୁ ସମୟରେ କେବଳ ଆବଶ୍ୟକ ଏବଂ ଆପତଃ କାଳୀନ ସେବାକୁ ଅନୁମତି ଦିଆଯିବ ବୋଲି ସରକାର ଏହି ଆଦେଶନାମାରେ ଉଲ୍ଲେଖ କରାଯାଇଛି ।

କିଛିଦିନ ପୂର୍ବେ ପଞ୍ଜାବର ମୁଖ୍ୟ ସଚିବ ବିନୋ ମହାଜନ ଏବଂ ପୋଲିସ୍‌ ମହାନିର୍ଦ୍ଦେଶକ ଦିନକର ଗୁପ୍ତା କରୋନା ଭାଇରସ୍‌ର ପରିସ୍ଥିତିକୁ ନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ପୋଲିସ୍‌ ପ୍ରମୁଖ ଓ ଉପରିସ୍ଥ ଅଧିକାରୀଙ୍କ ସହିତ ବୈଠକ କରିଥିଲେ । ଏହାପରେ ରାଜ୍ୟର ଚାରି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲଗାଇବା ପାଇଁ ଆଦେଶ ଦିଆଯାଇଥିବା ଜଣାପଡ଼ିଛି ।  

   Related Posts