Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ରାଜ୍ୟରେ ତାଲିବାନୀ ଶାସନ ଚାଲିଛି, ବିଜେଡି ସରକାରର ଗର୍ବ ଅହଂକାର ବଢ଼ିଛି : ମୋହନ ମାଝୀ

9/09/2021 at 2:52 PM

ଭୁବନେଶ୍ବର ୯।୯: ବିଜେଡି ସରକାରର ଗର୍ବ ଅହଂକାର ବଢ଼ିଛି । ରାଜ୍ୟରେ ତାଲିବାନୀ ଶାସନ ଚାଲିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । ଗଣତନ୍ତ୍ରକୁ ବିଜେଡି ହତ୍ୟା କରିଛି। ଖଣି ଦୁର୍ନୀତି ପ୍ରସଙ୍ଗ ଆସିଥିଲେ ବି ବାଚସ୍ପତି ସରକାରୀ ଦଳ ଚାପରେ ଅଗଣତାନ୍ତ୍ରିକ ଭାବେ ଅଗ୍ରାହ୍ୟ କରିଦେଲେ । ଓଡିଶାକୁ ଯେଉଁ ରାଜସ୍ବ ମିଳିବା କଥା ମିଳୁନି । ଉଚ୍ଚମାନର ଲୁହାପଥରକୁ ନିମ୍ନମାନର କରି ଖଣି ମାଫିଆ ଚକ୍ରାନ୍ତ କରି ଲୁଟ୍ କରିଛନ୍ତି ।

ଖଣି ଦୁର୍ନୀତି ପ୍ରସଙ୍ଗ ନେଇ ଗୁରୁବାର ମୁଲତବୀ ଆଲୋଚନା ଥିଲେ ବନ୍ଦ କରିଦେଉଛନ୍ତି । ଯଦି ଦୁର୍ନୀତି ହୋଇନି ଆଲୋଚନାକୁ ଆସନ୍ତୁ । ଖଣି ଦୁର୍ନୀତି ଲୁଚେଇବାକୁ ଚାଷୀଙ୍କ କଥା ଉଠାଇ  କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡି। ଖଣି ଦୁର୍ନୀତିରୁ ବର୍ତ୍ତିବା ପାଇଁ ବିଜେଡି ଏପରି କରୁଛି । ୨ ଲକ୍ଷ କୋଟି ଟଙ୍କାର ମହା ଦୁର୍ନୀତି ହୋଇଥିବା ମୋହନ ମାଝୀ କହିଛନ୍ତି ।

   Related Posts