<strong>୪ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ମୋହନ ଭାଗବତ; ମମତା ପୋଲିସକୁ କହିଲେ- ଦଙ୍ଗା ନହେବା ଆବଶ୍ୟକ</strong>

Published By : Prameya-News7 Bureau | May 17, 2022 IST

କୋଲକାତା ୧୭/୦୫ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରମୁଖ ମୋହନ ଭାଗବତଙ୍କ ପଶ୍ଚିମବଙ୍ଗ ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋଲିସମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଏହି ସମୟରେ ଯେମିତି କୌଣସି ଦଙ୍ଗା ନହୁଏ ସେ ନେଇ ପୋଲିସ ସୁନିଶ୍ଚିତ କରୁ। ମମତା ପୋଲିସକୁ କହିଛନ୍ତି ତାଙ୍କୁ ସୁରକ୍ଷା ଦିଆଯାଉ ଓ ପ୍ରଶାସନ ତରଫରୁ ତାଙ୍କ ପାଇଁ ମିଠା ଓ ଫଳ ପଠାଯାଉ। ତାଙ୍କୁ ଅନୁଭବ ହେବା ଆବଶ୍ୟକଯେ ଆମେ ଆମ ଅତିଥିଙ୍କୁ ସ୍ୱାଗତ କରୁଛୁ।   

ସୂଚନାଥାଉକି, ମେ ୧୭ ରୁ  ୨୦ ପର୍ଯ୍ୟନ୍ତ ସଂଘ ପ୍ରମୁଖ ମୋହନ ଭାଗବତ ପଶ୍ଚିମବଙ୍ଗର କେଶିୟାରୀରେ ରହିବେ। ଏନେଇ ଯେପରି କୌଣସି ଦଙ୍ଗା ନହୁଏ  ଓ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେଶିୟାରୀ ଥାନାଧିକାରୀଙ୍କୁ କହିଛନ୍ତି। ତାଙ୍କୁ ପ୍ରଶାସନ ପକ୍ଷରୁ ଫଳ ଓ ମିଠା ପଠାଇବା ପାଇଁ ମଧ୍ୟ କହିଛନ୍ତି। ପଶ୍ଚିମ  ମିଦନାପୁରରେ ଜିଲ୍ଲା ପ୍ରଶସନ ବୈଠକ କରିବା ସମୟରେ ମମତା ଏପରି କଥା କହିଛନ୍ତି।   ଏହି ବୈଠକରେ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ବିଧାୟକ ଓ ପୋଲିସ, ଉପସ୍ଥିତ ଥିଲେ।  

ମୋହନଙ୍କ ଗସ୍ତ ସମୟରେ ପାରିପାର୍ଶ୍ୱିକ ପରିସ୍ଥିତି ଉପରେ ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ନଜର ରଖିବା ପାଇଁ ମମତା କହିଛନ୍ତି। ଉଲ୍ଲେଖଯୋଗ୍ୟଯେ, ମୋହନ ଭାଗବତଙ୍କର ପଶ୍ଚିମବଙ୍ଗର କେଶିୟାରୀରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶିବିରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି, ସେଠାରେ ସେ ସଂଘର ପ୍ରଶିକ୍ଷଣ ଶିବିରରେ ମଧ୍ୟ ଅଂଶଗ୍ରହଣ କରିବେ। ଏହି ପ୍ରଶିକ୍ଷଣ ଶିବିର ୩ ସପ୍ତାହ ଧରି ଚାଲିବ ବୋଲି ଜଣା ପଡ଼ିଛି। ରାଜନୈତିକ ବିଶେଷଜ୍ଞମାନେ ଏନେଇ କହିଛନ୍ତି  ପ୍ରତ୍ୟକ ବର୍ଷ ହେଉଥିବା ଆରଏସଏସର କାର୍ଯ୍ୟକ୍ରମ ଓ ଗତିବିଧି  ପଶ୍ଚିମବଙ୍ଗରେ ବିଜେପିକୁ ଲୋକପ୍ରିୟ କରାଇବାରେ ସାହାଜ୍ୟ କରେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.