Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପରିସ୍ଥିତି ବିପରୀତ, ହେଲେ ଆମେ ଜିତିବା ନିଶ୍ଚିତ : ମୋହନ ଭାଗବତ

15/05/2021 at 9:32 PM

ନୂଆଦିଲ୍ଲୀ ୧୫।୫:  ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ  ଚାଲିଥିବା ୫ ଦିବସୀୟ ‘ପଜିଟିଭିଟି ଅନଲିମିଟେଡ’ର ଉଦଯାପନୀ ଦିବସକୁ ସରସଂଘ ଚାଳକ ମୋହନ ଭାଗବତ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ କୋଭିଡ ସମଗ୍ର ମାନବତା ଲାଗି ଏକ ଭୟଙ୍କର ବିପଦ। ଏଥିରେ ଭାରତକୁ ବିଶ୍ୱ  ସମ୍ମୁଖରେ ଉଦାହରଣ ସୃଷ୍ଟି କରିବାକୁ ହେବ। ଏଣୁ ସମଗ୍ର ଦେଶକୁ ଭେଦଭାବ ଭୁଲି ଏକଜୁଟ ହେବାକୁ ହେବ ବୋଲି ଭାଗବତ କହିଛନ୍ତି।

ସେ କହିଛନ୍ତି ଯେ ଆଜି ସଭ୍ୟତା ଯେଉଁଠି ପହଞ୍ଚିଛି ତାହା ଦିନକରେ ହାସଲ ହୋଇନି। ସବୁ ବାଧାବିଘ୍ନ ଝଡଝଞ୍ଜା ସହି ମାନବ ସଭ୍ୟତା ଆଜି ଏହି ସ୍ଥାନରେ ଉପନୀତ ହୋଇଛି। ତେବେ ଏହା ସେପରି କଠିନ କାର୍ଯ୍ୟ ନୁହେଁ। ବୈଜ୍ଞାନିକତା ଆଧାରରେ ଏ ସବୁ ହାସଲ କରାଯାଇପାରିବ। ବର୍ତ୍ତମାନର ପରିସ୍ଥିତି ସବୁଠୁ କଠିନ ଓ ନିରାଶାଜନକ। ତେବେ ଏଥିରେ ନକରାତ୍ମକତାକୁ ମନରେ ବସେଇଦେଲେ କିଛି ବି ହାସଲ ହେବନି ବୋଲି ସେ କହିଛନ୍ତି।

ସଂଘପ୍ରମୁଖ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଆମେ ଜିତି ନ ଯାଇଛେ ସେପର୍ଯ୍ୟନ୍ତ ଲଢିବା। ଏଥିରେ ଯଦି ମନ ଥକିପଡେ ତେବେ ହେବ ନାହିଁ। ତେବେ ବିକୃତିରେ ବି ସଂସ୍କୃତିର କଥା ଏବେ ସାମ୍ନାକୁ ଆସିଛି। ବିଳମ୍ବରେ ଜାଗ୍ରତ ହେଲେ ବି କିଛି ଅସୁବିଧା ନାହିଁ ହେଲେ ଆମକୁ ଜାଗିବାକୁ ପଡିବ ଓଠି ଛିଡା ହେବାକୁ ପଡିବ ବୋଲି କହିଛନ୍ତି ଭାଗବତ।

   Related Posts