ଶନିବାର ଓଡିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ, ଅଖିଳଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେବେ

Published By : Prameya-News7 Bureau | October 11, 2019 IST

ଭୁବନେଶ୍ୱର ୧୧।୧୦: ଓଡ଼ିଶାରେ ପ୍ରଥମଥର ଲାଗି ଆୟୋଜିତ ହେଉଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ । ଶନିବାର ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି ସର ସଂଘ ଚାଳକ ମୋହନ ଭାଗବତ ଓ  ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ।

{"id":168983}

୯ ଦିନ ଧରି ଭୁବନେଶ୍ୱର 'ସୋଆ' ୟୁନିଭର୍ସିଟିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିଲାଗି ଶନିବାର ସର ସଂଘ ଚାଳକ ମୋହନ ଭାଗବତ ଭୁବନେଶ୍ୱର ଆସିବେ। କାର୍ଯ୍ୟକ୍ରମ ଶେଷ ଦିନ ପର୍ଯ୍ୟନ୍ତ ଭାଗବତ ଏଠାରେ ଅବସ୍ଥାନ କରିବେ। ଭାଗବତଙ୍କ ସମେତ କାର୍ଯ୍ୟକ୍ରମରେ ବିଜେପିର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା, ବରିଷ୍ଠ ଅଧିକାରୀ ଭୈୟାଜୀ ଯୋଶୀ, ୧୧ କ୍ଷେତ୍ରୀୟ ଅଧିକାରୀ ଓ ୪୨ ପ୍ରାଦେଶିକ ପ୍ରଚାରକ ମଧ୍ୟ ଯୋଗଦେବେ।  

{"id":168986}

ଓଡିଶାରେ ସଂଘର  ଏତେବଡ଼ କାର୍ଯ୍ୟକ୍ରମ ଏବେ ସମସ୍ତଙ୍କ ଲାଗି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେପି ଓ ଆରଏସଏସ ଏବେ ଓଡ଼ିଶାକୁ ଫୋକସ କରିଛନ୍ତି । ଏଣୁ ରାଜ୍ୟ ରାଜଧାନୀରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ତେବେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ ସଂଘର ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଯଦି ରାଜ୍ୟରେ ଶାନ୍ତି ଭଙ୍ଗ ହୁଏ ତେବେ  ତାର ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି।

{"id":168987}

ତେବେ ୯ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଚାଲିବାକୁ ଥିବା ସଂଘର ମହାକୁମ୍ଭ ରାଜ୍ୟ ରାଜନୀତି ଉପରେ କି ପ୍ରକାର ପ୍ରଭାବ ପକାଉଛି ତା ଉପରେ ରହିଛି  ସମସ୍ତଙ୍କ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.