Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଭୋ… ଭୋ… ହୋଇ କାନ୍ଦିଲେ ମହମ୍ମଦ ସିରାଜ: ସିରିଜ୍ ଜିତି ପିତାଙ୍କୁ ଦେବାକୁ ଚାହୁଁଛନ୍ତି ଶ୍ରଦ୍ଧାଞ୍ଜଳି

23/11/2020 at 3:17 PM

ନୂଆଦିଲ୍ଲୀ ୨୩/୧୧ : ନଭେମ୍ବର ୨୦ରେ ଭାରତୀୟ କ୍ରିକେଟର ମହମ୍ମଦ ସିରାଜଙ୍କ ପିତାଙ୍କର ଦେହାନ୍ତ ହୋଇଛି । ଅନେକ ଦିନ ଧରି ଫୁସଫୁସ ଜନୀତ ରୋଗରେ ପୀଡିତ ଥିବା ସିରାଜଙ୍କର ୫୩ ବର୍ଷିୟ ପିତା ମହମ୍ମଦ ଗୋସ୍ ଶେଷ ନିଶ୍ବାସ ତ୍ବାଗ କରିଛନ୍ତି ।  ପିତାଙ୍କ ପରଲୋକ ଖବର ଶୁଣି ଭାଙ୍ଗିପଡିଛନ୍ତି ମହମ୍ମଦ ସିରାଜ । ଏବେ ସେ କ୍ରିକେଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବାରୁ ପିତାଙ୍କ ଶେଷ ଦର୍ଶନ କରିବାର ସୁଯୋଗ ମଧ୍ୟ ପାଇନାହାନ୍ତି ।

ତେବେ ମହମ୍ମଦ ସିରାଜ ଅଷ୍ଟ୍ରେଲିଆରେ ଟେଷ୍ଟ୍ ସିରିଜ ଜିତି ପିତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛନ୍ତି । ଅତ୍ୟନ୍ତ ଗରିବ ଘରୁ ଆସି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ନିଜ ସ୍ଥାନ ବନାଇଥିବା ମହମ୍ମଦ ସିରାଜଙ୍କ ସଫଳତା ପଛରେ ତାଙ୍କ ପିତାଙ୍କର ବହୁତ ବଡ ହାତଥିଲା । ସିରାଜଙ୍କ ବାପା ଜଣେ ଅଟୋ ଚାଳକ ଥିଲେ । ଯେତେବେଳେ ଯାହା ଦରକାର ହେଉଥିଲା ସେ ପୂରଣ କରୁଥିଲେ । ପିତାଙ୍କ ଦେହାନ୍ତ ଖବର ଶୁଣିବା ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ ମହମ୍ମଦ ସିରାଜ । ଭୋ ଭୋ ହୋଇ କାନ୍ଦୁଥିଲେ କାରଣ ଶେଷକୃତ୍ୟ ସମ୍ପନ୍ନ ପାଇଁ ମଧ୍ୟ ସୁଯୋଗ ପାଇନଥିଲେ ସିରାଜ । ସେ ଭାରତ ଫେରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କ ଭାଇ ମହମ୍ମଦ ଇସ୍ମାଇଲ ଭାରତ ନଫେରି ଟେଷ୍ଟ ସିରିଜ ଉପରେ ଧ୍ୟାନ ଦେବାକୁ କହିଥିଲେ ।

ସିରାଜଙ୍କ ଭାଇ ଇସ୍ମାଇଲ କହିଛନ୍ତି, କୋଚ୍ ରବି ଶାସ୍ତ୍ରୀ ଏବଂ ବିରାଟ କୋହଲି ତାଙ୍କୁ ଆଶ୍ବାସନା ଦେଉଛନ୍ତି । ସେ ମଧ୍ୟ ଲଗାତାର ସିରାଜଙ୍କ ସହିତ ସମ୍ପର୍କରେ ଥିବା କହିଛନ୍ତି ଇସ୍ମାଇଲ । ସିରାଜ କହିଛନ୍ତି ଅଷ୍ଟ୍ରେଲିଆରେ ଯେମିତି ବି ହେଉ ଟେଷ୍ଟ୍ ସିରିଜ ଜିତି ପିତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବେ । ସିରାଜଙ୍କ ପିତା ମହମ୍ମଦ ଗୋସଙ୍କ ଇଚ୍ଛା ଥିଲା ଯେ ତାଙ୍କ ପୁଅ ଦେଶର ନାଁ ବହୁତ ଆଗକୁ ନେଉ । ଆଇପିଏଲ ସିଜିନ ୧୩ରେ ଜବରଦସ୍ତ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ମହମ୍ମଦ ସିରାଜ । ସେ ଏହି ଟେଷ୍ଟ୍ ସିରିଜରେ ଭାରତକୁ ବିଜୟ ଭେଟିଦେବା ପୂର୍ବକ ପିତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଚାହୁଁଛନ୍ତି ।

   Related Posts