Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବିମାନ ବନ୍ଦରରୁ ସିଧାସଳଖ ପିତାଙ୍କ କବରରେ ପହଞ୍ଚିଲେ ମହମ୍ମଦ ସିରାଜ, ଦେଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ, ଫଟୋ ଭାଇରାଲ୍

21/01/2021 at 4:10 PM

ନୂଆଦିଲ୍ଲୀ ୨୧।୦୧: ଅଷ୍ଟ୍ରେଲିଆରେ ଭାରତକୁ ୨-୧ରେ ସିରିଜ୍ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭାରତୀୟ ବୋଲର ମହମ୍ମଦ ସିରାଜ ଆଜି ହାଇଦ୍ରାବାଦ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଓହ୍ଲାଇବା ମାତ୍ରେ ସେ ସିଧାସଳଖ ନିଜ ପିତାଙ୍କ କବର ସ୍ଥଳରେ ପହଞ୍ଚି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ସିରାଜଙ୍କ ପିତା ମହମ୍ମଦ ଗୋସଙ୍କ ନଭେମ୍ଵର ୨୦ରେ ପରଲୋକ ଘଟିଥିଲା। ଏହାର ଗୋଟିଏ ସପ୍ତାହ ପୂର୍ବରୁ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ପହଞ୍ଚିଥିଲା। କରୋନା ପ୍ରଟୋକଲ କାରଣରୁ ସିରାଜ ଅନ୍ତିମ ସଂସ୍କାର ପାଇଁ ସ୍ଵଦେଶ ଫେରି ପାରିନଥିଲେ। ଏହା ପରେ ବି ଅଷ୍ଟ୍ରେଲିଆରେ ତାଙ୍କର ପ୍ରଦର୍ଶନ ଦମଦାର ରହିଛି।

ସିରାଜ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତ ପାଇଁ ସର୍ବାଧିକ ୧୩ ଓ୍ଵିକେଟ୍ ନେଇଛନ୍ତି। ସେ ବ୍ରିସବେନ ଟେଷ୍ଟର ଦ୍ଵିତୀୟ ଇନିଂସରେ ପାଞ୍ଚ ଓ୍ଵିକେଟ୍ ନେବାର ସଫଳତା ହାସଲ କରିଥିଲେ। ପିତାଙ୍କ କବରରେ ପ୍ରାର୍ଥନା କରୁଥିବା ମହମ୍ମଦ ସିରାଜଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ସିରାଜଙ୍କ ପିତାଙ୍କ ସ୍ଵପ୍ନ ଥିଲା ଯେ, ପୁଅ ଭାରତୀୟ ଦଳର ପ୍ରତିନିଧିତ୍ଵ କରୁ। ହେଲେ ପୁଅର ସଫଳତା ପୂର୍ବରୁ ସେ ଆରପାରିକୁ ଚାଲିଗଲେ। ଯଦି ଆଜି ସେ  ଜୀବିତ ଥାନ୍ତେ ତେବେ ନିଜକୁ ଗର୍ବିତ ଅନୁଭବ କରିଥାନ୍ତେ ଯେ ତାଙ୍କ ପୁଅ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତ ପାଇଁ ସର୍ବାଧିକ ଓ୍ଵିକେଟ୍ ନେଇଛନ୍ତି। ସିରାଜ ନିଜ ପିତାଙ୍କ ସ୍ଵପ୍ନ ସାକାର କରିଛନ୍ତି। ଭାଇ କହିଛନ୍ତି ଆମେ ଖୁସି ଯେ ଦଳ ବିଜୟରେ ସିରାଜ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଆମେ ଘରେ କୌଣସି ଉତ୍ସବ ପାଳି ନାହୁଁ ମାତ୍ର ସୋସାଇଟିର ଲୋକ ଏବଂ ହାଇଦ୍ରାବାଦ ଉତ୍ସବର ପ୍ରସ୍ତୁତି କରିଛି।

ସିରାଜ ଗୋଟିଏ ସପ୍ତାହ ହାଇଦ୍ରାବାଦରେ ରହିବା ପରେ ଜାନୁଆରୀ ୨୭ରେ ଚେନ୍ନାଇ ଯାତ୍ରା କରିବେ। ଭାରତ ଓ ଇଂଲଣ୍ଡ  ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବ। ଉକ୍ତ ସିରିଜ୍ ପାଇଁ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି। ସେ ଯଶପ୍ରୀତ ବୁମରା ଓ ଇଶାନ୍ତ ଶର୍ମା ସହିତ ଭାରତୀୟ ବୋଲିଂ ଆକ୍ରମଣର ଦାୟିତ୍ଵ ସମ୍ଭାଳିବେ।

   Related Posts