ନୂଆଦିଲ୍ଲୀ ୧୫/୦୧: ଭାରତୀୟ ଖେଳାଳିଙ୍କୁ ପୁଣି ଥରେ ଅଷ୍ଟ୍ରେଲିଆର ଦର୍ଶକ ଅଶାଳୀନ ମନ୍ତବ୍ୟ ଦେଇଥିବା ଜଣାପଡ଼ିଛି। ବ୍ରିସବେନ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ୍ର ଚତୁର୍ଥ ମ୍ୟାଚ୍ରେ ଅଷ୍ଟ୍ରେଲୀୟ ଦର୍ଶକ ଭାରତୀୟ ଖେଳାଳିଙ୍କୁ ଅପବ୍ୟବହାର କରିଛନ୍ତି। ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ କିଛି ଦର୍ଶକ ଭାରତୀୟ ଟିମ୍ର ସ୍ପିନର ଓ୍ବାଶିଂଟନ ସୁନ୍ଦର ଓ ଦ୍ରୁତ ବୋଲର ମହମଦ ସିରାଜଙ୍କୁ ଗାଳି କରିଥିଲେ। ଦୁଇ ଖେଳାଳି ବାଉଣ୍ଡାରୀ ନିକଟରେ ଫିଲ୍ଡିଂ କରୁଥିବା ବେଳେ ଅଷ୍ଟ୍ରେଲୀୟ ଦର୍ଶକ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ।
ଲଗାତର ଦ୍ବିତୀୟ ଥର ଅଷ୍ଟ୍ରେଲୀୟ ଦର୍ଶକ ମହମ୍ମଦ ସିରାଜଙ୍କୁ ଅପଶବ୍ଦ କହିଛନ୍ତି। ଏହା ପୂର୍ବରୁ ସିଡନୀ ଟେଷ୍ଟରେ କିଛି ଦର୍ଶକ ମହମ୍ମଦ ସିରାଜଙ୍କୁ ନେଇ ବର୍ଣ୍ଣ ବିଦ୍ବେଷ ଜନିତ ଟିପ୍ପଣୀ ଦେଇଥିଲେ। ସିଡନୀ ଟେଷ୍ଟର ଚତୁର୍ଥ ଦିନରେ ବି ପୁଣି ଥରେ ସିରାଜଙ୍କ ଉଦ୍ଦେଶ୍ୟରେ ଦର୍ଶକ ଅପଶବ୍ଦ ବ୍ୟବହାର କରିଥିଲେ। ପରେ ୧୫ ମିନିଟ୍ ପାଇଁ ଖେଳ ବନ୍ଦ ହୋଇଥିଲା।
wp:embed {"url":"https://twitter.com/pant_fc/status/1350012579578482690","type":"rich","providerNameSlug":"twitter","responsive":true,"className":""} /wp:embedଟିମ୍ ଇଣ୍ଡିଆ ଏହି ଘଟଣାକୁ ନେଇ ଅମ୍ପୟାରଙ୍କୁ ଜଣାଇଥିଲା। ପରେ ସୁରକ୍ଷାକର୍ମୀ ଅପଶବ୍ଦ ବ୍ୟବହାର କରିଥିବା ଦର୍ଶକଙ୍କୁ ଷ୍ଟାଡିୟମ ବାହାରକୁ ପଠାଇଦେଇଥିଲେ। ସେମାନେ ସିରାଜଙ୍କୁ ନେଇ ଜାତିବାଦ ଟିପ୍ପଣୀ କରିଥିବା ଜଣାପଡ଼ିଛି।