Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମୁକାବିଲାରେ ମହମ୍ମଦ ସାମିଙ୍କୁ ମିଳିବନି ସ୍ଥାନ !

26/06/2019 at 11:25 AM

ଆଇସିସି ଓ୍ବାର୍ଲ୍ଡ କପ୍ ୨୦୧୯ରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତକୁ ବିଜୟ ଆଣିଦେଇଥିଲେ ମହମ୍ମଦ ସାମି । ତେବେ ଏବେ ପ୍ରଶ୍ନ ଉଠୁଛି ଯେ, ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ରେ ସେ ଖେଳି ପାରିବେ କି ନାହିଁ । କାରଣ ଭୁବନେଶ୍ବର କୁମାର ଏବେ ଫିଟ୍ ହୋଇଗଲେଣି ଏବଂ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ମ୍ୟାଚ୍ ଖଳିବା ପାଇଁ ସେ ପୁରା ପ୍ରସ୍ତୁତ ଅଛନ୍ତି । ବିସିସିଆଇ ଭୁବନେଶ୍ବର କୁମାରଙ୍କ ଏକ ଭିଡିଓ ଜାରି କରିଛି ଯେଉଁଥିରେ ସେ ନେଟ୍ ରେ ବୋଲିଂ ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଛି ।

ପାକିସ୍ତାନ ବିପକ୍ଷ ମ୍ୟାଚ୍ ଆଘାତପ୍ରାପ୍ତ ହୋଇଥିବା ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ରେ ମହମ୍ମଦ ସାମିଙ୍କୁ ଟିମ୍ ରେ ସାମିଲ କରାଯାଇଥିଲା । ସାମି ଏହି ସୁଯୋଗର ଭରପୁର ଫାଇଦା ଉଠାଇଥିଲେ । ସାମି ମ୍ୟାଚ୍ ର ଅନ୍ତିମ ଓଭରରେ ଚଳିତ ବିଶ୍ବକପ୍ ରେ ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ । ଯାହା ଫଳରେ ଭାରତ ଏହି ମ୍ୟାଚ୍ ରେ ବିଜୟୀ ହୋଇଥିଲା । ଯଦି ସାମି ଅନ୍ତିମ ଓଭରରେ ତିନୋଟି ଓ୍ବିକେଟ୍ ନେଇନଥାନ୍ତେ ତେବେ ମ୍ୟାଚ୍ ର ପରିଣାମ କିଛି ଅଲଗା ହୋଇଥାନ୍ତା ।  ଏବେ ଭୁବନେଶ୍ବର କୁମାର ଫିଟ୍ ହେବା ପରେ ଅନ୍ତିମ ୧୧ ରେସ୍ ଏବେ ଚର୍ଚ୍ଚାରେ ରହିଛି । ଏବେ ସାମିଙ୍କ ମୁକାବିଲା ଡେଥ୍ ଓଭର ସ୍ପେଶାଲିଷ୍ଟ ଭୁବନେସ୍ବର  କୁମାରଙ୍କ ସହ ରହିଛି ।

ଭୁବନେଶ୍ବର କୁମାର ଚଳିତ ବିଶ୍ବକପ୍ ରେ ତିନୋଟି ମ୍ୟାଚ୍ ଖେଳି ୫ ବ୍ୟାଟ୍ସମ୍ୟାନ୍ ଙ୍କୁ ପାଭେଲିୟନ ପଠାଇଦେଇଥିଲେ । ଯେଉଁଠି ମହମ୍ମଦ ସାମି ଗୋଟିଏ ମ୍ୟାଚ୍ ଖେଳି ୪ଟି ଓ୍ବେକେଟ୍ ହାସଲ କରିଛନ୍ତି । ଏମିତିରରେ ଏହି ଦୁଇ ବୋଲରଙ୍କ ମଧ୍ୟରେ କଡା ଟକ୍କଡର ଦେଖିବାକୁ ମିଳୁଛି । ଏବେ ଦେଖିବାକୁ ବାକି ରହିଲା କି ବିରାଟ କୋହଲି କେଉଁ ବୋଲରଙ୍କ ଉପରେ ଭରଷା କରୁଛନ୍ତି ।

ସେହିଭଳି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମୁକାବିଲାରେ ୧୧ତମ ଖେଳାଳୀକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଲାଗି ରହିଛି । ଏମିତିରେ ଶୁଣିବାକୁ ମିଳୁଛି ଯେ, ଏଥର ମୁକାବିଲା ପାଇଁ ଦଳ ତିନି ଜଣ ଦ୍ରୁତ ବୋଲରଙ୍କ ସହ ମୈଦାନକୁ ଓହ୍ଲାଇପାରେ । ଏମିତିରେ କେତେକ ବରିଷ୍ଠ କ୍ରିକେଟର ଏଭଳି ମନ୍ତବ୍ୟ ଦେଉଛନ୍ତି କି ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ମୁକାବିଲାରେ ଭୁବନେଶ୍ବର କୁମାରଙ୍କୁ ନ ଖେଳାଯାଉ । ତାଙ୍କୁ ସଂପୂର୍ଣ୍ଣ ଭାବେ ଫିଟ୍ ହେବାକୁ ସମୟ ଦିଆଯାଉ । ମାତ୍ର ଏଭଳି ସମ୍ଭାବନା ଖୁବ୍ କମ୍ ରହିଛି । ଓ୍ବେଷ୍ଟ ଇଣ୍ଡିଜ୍ ବିପକ୍ଷ ମୁକାବିଲା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ । ବିରାଟ ବାହିନୀ ବିଶ୍ବକପ୍ ରେ ସମସ୍ତ ମ୍ୟାଚ୍ ରେ ବିଜୟୀ ହୋଇଆସିଛନ୍ତି । ଏମିତିରେ ଓ୍ବେଷ୍ଟଇଣ୍ଡିଜ୍ ସହ ଖେଳି ବିଜୟୀ ହୋଇ ସେମିଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବା ଆବଶ୍ୟକତା ରହିଛି ।

   Related Posts