ଦିନିକିଆ ଓ ଟି-ଟ୍ବେଣ୍ଟିରେ ଏକାସାଙ୍ଗେ ଖେଳିବେନି ବୁମରାହ ଏବଂ ସାମି ! ଉଭୟଙ୍କୁ ଅଦଳବଦଳ କରି ଟିମରେ ସାମିଲ କରିପାରେ ମ୍ୟାନେଜମେଣ୍ଟ୍

Published By : Prameya-News7 Bureau | November 19, 2020 IST

ନୂଆଦିଲ୍ଲୀ ୧୯/୧୧ : ଅଷ୍ଟେ୍ରଲିଆ ବିପକ୍ଷରେ ୪ ଟେଷ୍ଟ, ୩ ଦିନିକିଆ ଏବଂ ୩  ଟି-ଟ୍ବେଣ୍ଟି ମ୍ୟାଚ ପାଇଁ ଅଭ୍ୟାସ ଆରମ୍ଭ କଲାଣି ଟିମ ଇଣ୍ଡିଆ । ସମସ୍ତଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ପଡିଆରେ କସରତ ଆରମ୍ଭ କଲେଣି ଖେଳାଳୀ ମାନେ । ​‌ତେବେ ଏହାରି ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଭାରତର ଦୁଇ ଷ୍ଟ୍ରାଇକ୍ ବୋଲର ଜଶପ୍ରୀତ ବୁମରାହ ଏବଂ ମହମ୍ମଦ ସାମି ଅଷ୍ଟେ୍ରଲିଆ ବିପକ୍ଷ ଦିନିକିଆ ଏବଂ ଟି-ଟ୍ବେଣ୍ଟି ମ୍ୟାଚ୍ ଗୁଡିକରେ ଏକାସାଙ୍ଗରେ ଖେଳିବାର ସମ୍ଭାବନା କମ । ଡିସେମ୍ବର ୧୭ ରୁ ଆରମ୍ଭ ହେବାକୁ ଥିବା ୪ ଟିକିଆ ଟେଷ୍ଟ୍ ସିରିଜ ପାଇଁ ଏହି ଦୁଇ ଷ୍ଟ୍ରାଇକ ବୋଲରଙ୍କୁ ଫିଟ୍ ରଖିବାକୁ ଚାହୁଁଛି ଟିମ ମ୍ୟାନେଜମେଣ୍ଟ୍ । ସେଥିପାଇଁ ଯଶପ୍ରୀତ୍ ବୁମରାହ ଏବଂ ମହମ୍ମଦ ଶାମିଙ୍କ ମଧ୍ୟରୁ ଅଦଳବଦଳ କରି ଟିମରେ ସାମିଲ କରିବା ପାଇଁ ଚିନ୍ତା​‌ କରୁଛି ଟିମ୍ ।

{"id":364267,"sizeSlug":"large"}

ନଭେମ୍ବର ୨୭ରୁ ୩ ଟିକିଆ ଦିନିକିଆ ସରିଜ ଆରମ୍ଭ ହେବ । ଏହା ପରେ ପରେ ୩ ଟିକିଆ ଟି-ଟ୍ବେଣ୍ଟି ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ତେବେ ବିସିସିଆଇ କହିବା‌ ମୁତାବକ ଶାମି ଏବଂ ବୁମରାହଙ୍କ ଉପରେ ବୋଲିଂ ଭାର ଅନେକ ମାତ୍ରାରେ ନିର୍ଭରଶୀଳ । ଟେଷ୍ଟ୍ ମ୍ୟାଚ୍ ପାଇଁ ଭାରତୀୟ ଟିମ ପ୍ରଥମ ଅଭ୍ୟାସ ମ୍ୟାଚ୍ ୬ ରୁ ୮ ଡିସେମ୍ବର ମଧ୍ୟରେ ଖେଳିବ । ଶେଷ ଦୁଇ ଟି-ଟ୍ବେଣ୍ଟି ମ୍ୟାଚ୍ ୬ ଏବଂ ୮ ଡିସେମ୍ବରରେ ଖେଳିବ ଭାରତ । ସେପଟେ ଇଶାନ୍ତ ଶର୍ମା ଆହତ ଥିବାରୁ ସେ ଖେଳିବେ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେଣୁ ବୁମରାହ ଏବଂ ଶାମି ଦୁଇଜଣ ଟେଷ୍ଟ ଅଭିଯାନ ପାଇଁ ଫିଟ୍ ରହିବା ନିହାତି ଆବଶ୍ୟକ ।

{"id":364268,"sizeSlug":"large"}

ସେଥିପାଇଁ ଟିମ ମ୍ୟାନେଜମେଣ୍ଟ୍ ୧୨ ଦିନ ମଧ୍ୟରେ ସିମିତ ଓଭରର ୬ଟି ମ୍ୟାଚ  ଖେଳାଯିବାକୁ ଥିବାରୁ ଶାମି ଏବଂ ବୁମରାହ ଉଭୟଙ୍କୁ ସମସ୍ତ ମ୍ୟାଚ ଖେଳାଇ ରିସ୍କ୍ ନେବାକୁ ଚାହୁଁନି । ତେଣୁ ସୀମିତ ଓଭର ମ୍ୟାଚରେ ଶାମି ଏବଂ ବୁମରାହଙ୍କୁ ଏକା ସାଙ୍ଗରେ ଟିମରେ ସାମିଲ କରାଯାଇନପାରେ । ଉଭୟଙ୍କୁ ଦିନିକିଆ ମ୍ୟାଚରେ ଖେଳିବା ସକାରାତ୍ମକ ହେବ ଯେଉଁଠିକି ୧୦ ଓଭର ବୋଲିଂ କରିବାକୁ ଅଛି । ଶାମିଙ୍କୁ ଗୋଲାପି ବଲରେ ଅଭ୍ୟାସ କରୁଥିବାର ଦେଖାଯାଇଛି । ଡିସେମ୍ବର ୧୭ରେ ଅଷ୍ଟେ୍ରଲିଆ ବିପକ୍ଷରେ ଦିବା-ରାତ୍ର ଟେଷ୍ଟ ଖେଳିବା ପୂର୍ବରୁ ୧୧ରୁ ୧୩ ଯାଏଁ ଏକ ଅଭ୍ୟାସ ମ୍ୟାଚ ଖେଳିବାକୁ ଅଛି । ଯଦି ବୁମରାହ ଏବଂ ସାମି ଟି-ଟ୍ବେଣ୍ଟି ସିରିଜରେ ବାହାରେ ବସନ୍ତି ତେବେ ଭାରତର ବୋଲିଂ ଭାର ଦୀପକ ଚହର, ଟି ନଟରାଜନ୍ ଏବଂ ନବଦୀପ ସାଇନିଙ୍କ ଉପରେ ନ୍ୟସ୍ତ ରହିବ । ସେହିଭଳି ସ୍ପିନ୍ ଆଟାକରେ ୟୁଜଭେନ୍ଦ୍ର ଚହଲ, ରବୀନ୍ଦ୍ର ଜାଡେଜା ଏବଂ ଓ୍ବାଶିଂଟନ ସୁନ୍ଦର ରହିବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.