Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ୱେଷ୍ଟଇଣ୍ଡିଜ ବିପକ୍ଷରେ ୪ଟି ୱିକେଟ ନେଇ ବିଶ୍ୱକପରେ ରେକର୍ଡ ସୃଷ୍ଟି କଲେ ସାମୀ

28/06/2019 at 1:03 PM

ମଞ୍ଚେଷ୍ଟର ୨୮/୬ : ୱେଷ୍ଟଇଣ୍ଡିଜ ବିପକ୍ଷରେ ସ୍ପିଡ଼ ବୋଲର ମହମ୍ମଦ ସାମୀ ଜୋରଦାର ପ୍ରଦର୍ଶନ କରିଛନ୍ତି । ସାମୀ ବିଶ୍ୱକପରେ ଇତିହାସ ରଚନା କରିଛନ୍ତି । ୱେଷ୍ଟଇଣ୍ଡିଜ ମୁକାବିଲାରେ ସାମୀ ୪ ୱିକେଟ ନେଇଛନ୍ତି । ସାମୀଙ୍କ ଏହି ପ୍ରଦର୍ଶନ ଦମରେ ଟିମ ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରିବାରେ ସଫଳ ହୋଇଛି ।

ସାମୀ ଏହି ମ୍ୟାଚରେ ୪ଟି ୱିକେଟ ନେଇ ବିଶ୍ୱକପରେ ଇତିହାସରେ ୨୫ ୱିକେଟ ନିଜ ନାଁରେ କରିଛନ୍ତି । ଏହାସହ ସାମୀ ବିଶ୍ୱକପରେ ସବୁଠାରୁ ଶୀଘ୍ର ୨୫ ୱିକେଟ ନେବାରେ ପ୍ରଥମ ବୋଲର । ମହମ୍ମଦ ସାମୀ ଏହି ମାମଲାରେ ଅଷ୍ଟ୍ରେଲିଆ ଲେଫ୍ଟ ଆର୍ମ ପେଶ ବୋଲର ମିଚେଲ ଷ୍ଟାର୍କଙ୍କୁ ପଛରେ ପକାଇ ଦେଇଛନ୍ତି ।

ଅଷ୍ଟ୍ରେଲିଆ ପେଶ ବୋଲର ମିଚେଲ ଷ୍ଟାର୍କ ୧୦ଟି ମ୍ୟାଚରେ ୨୫ ୱିକେଟ ନେଇଥିଲେ । ସାମୀ ୯ଟି ମ୍ୟାଚ ଖେଳି ୨୫ଟି ୱିକେଟ ନେଇ ବିଶ୍ୱ ରେକର୍ଡ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ସାମୀ ୬.୨ ଓଭରରେ ୧୬ ରନ ଦେଇ ୪ ଟି ୱିକେଟ ନେଇଛନ୍ତି ।

ସାମୀଙ୍କ ଏକ ଦିବସୀୟ କ୍ୟାରିଅରର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହାସହ ବିଶ୍ୱକପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କୌଣସି ଭାରତୀୟ ବୋଲରଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ମହମ୍ମଦ ସାମୀ ଏହା ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ୪ ୱିକେଟ ନେଇଥିଲେ । ଏଥିରେ ଗୋଟିଏ ହ୍ୟାଟ୍ରିକ ସାମିଲ ରହିଛି । ଏହା ତାଙ୍କ କ୍ୟାରିଅର ଓ ବିଶ୍ୱକପର ପ୍ରଥମ ହ୍ୟାଟ୍ରିକ । ଭାରତ ପାଇଁ ବିଶ୍ୱକପରେ ହ୍ୟାଟ୍ରିକ ନେଇଥିବା ଚେତନ ଶର୍ମାଙ୍କ ପରେ ସାମୀ ଦ୍ୱିତୀୟ ବୋଲର ।  

ବିଶ୍ୱକପରେ କମ ମ୍ୟାଚ ଖେଳି ୨୫ ଟି ୱିକେଟ ମାମଲାରେ ସାମୀ ଏବଂ ଷ୍ଟାର୍କଙ୍କ ପରେ ଟ୍ରେଣ୍ଟ ବୋଲ୍ଟ ୧୧ଟି ମ୍ୟାଚ, ଇମରାନ ତାହିର ୧୧, ଟିମ ସାଉଦି ୧୧ ଏବଂ ଲସିଥ ମଲିଙ୍ଗା ୧୨ ମ୍ୟାଚରେ ୨୫ ୱିକେଟ ନେଇଛନ୍ତି ।

   Related Posts