କିଏ ସେ କ୍ରାନ୍ତିକାରୀ ଅହମଦୁଲ୍ଳା ଶାହ, ଯାହା ନାଁରେ ନାମିତ ହେବ ଅଯୋଧ୍ୟାରେ ନିର୍ମିତ ହେଉଥିବା ମସଜିଦ

Published By : Prameya-News7 Bureau | June 06, 2021 IST

ଅଯୋଧ୍ୟା ୦୬/୦୬ : ଅଯୋଧ୍ୟା ଧନୀପୁର ଗାଁରେ ନିର୍ମାଣ ହେବାକୁଥିବା ମସଜିଦ ଓ ହସ୍ପିଟାଲ ପରିସରର ନାଁ ସ୍ୱାଧୀନତା ସଂଗ୍ରାମୀ ଓ କ୍ରାନ୍ତିକାରୀ ମୌଲବୀ ଅହମଦୁଲ୍ଳା ଶାହ ଫୈଜାବାଦୀଙ୍କ ନାଁରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅହମଦୁଲ୍ଳା ଶାହ ଫୈଜାବାଦୀଙ୍କ ମୃତ୍ୟୁ ୧୬୪ ବର୍ଷ ପୂର୍ବରୁ ହୋଇଥିଲା ।

ଇଣ୍ଡୋ-ଇସ୍ଲାମିକ କଲଚର ଫାଉଣ୍ଡେସନ (IICF) ଅନୁଯାୟୀ, ଅହମଦୁଲ୍ଳା ଶାହ ୧୮୫୭ ମସିହା କ୍ରାନ୍ତି ପରେ ଆୱାଦକୁ ବ୍ରିଟିଶ ସରକାର ଠାରୁ ମୁକ୍ତ କରିବାକୁ ୨ ବର୍ଷରୁ ଅଧିକ ସମୟ ଯାଏଁ ସ୍ୱାଧୀନତା ଆନ୍ଦୋଳନ କରିଥିଲେ । ସେଥିପାଇଁ IICF ମସଜିଦ ଓ ହସ୍ପିଟାଲ, ସଂଗ୍ରହାଳୟ, ଗବେଷଣା କେନ୍ଦ୍ର ସମେତ ସମସ୍ତ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

IICF ସଚିବ ଅତହର ହୁସେନ୍ କହିଛନ୍ତି ଯେ ତାଙ୍କ ଶହୀଦ ଦିବସରେ ଆମେ ତାଙ୍କ ନାମରେ ସମସ୍ତ ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜାନୁଆରୀରେ ଗବେଷଣା କେନ୍ଦ୍ର ମୌଲବୀ ଫୈଜାବାଦୀଙ୍କୁ ସମର୍ପିତ କରାଯାଇଥିଲା, ଯାହା ହିନ୍ଦୁ-ମୁସଲମାନ ଭାଇଚାରାର ପ୍ରତୀକ । ସ୍ୱାଧୀନତାର ପ୍ରଥମ ଯୁଦ୍ଧର ୧୬୦ ବର୍ଷ ପରେ ମଧ୍ୟ ଅହମ୍ମଦୁଲ୍ଲା ଶାହା ଫୈଜାବାଦୀଙ୍କୁ ଭାରତୀୟ ଇତିହାସରେ ଏପର୍ଯ୍ୟନ୍ତ ସେ ଅଧିକାରୀ ମିଳିନାହିଁ । ମସଜିଦ ସରାୟ, ଫୈଜାବାଦ ଯିଏ ୧୮୫୭ ବିଦ୍ରୋହ ସମୟରେ ମୌଲବୀଙ୍କ (ଧର୍ମଗୁରୁ) ମୁଖ୍ୟାଳୟ ଥିଲା । ସେହି ଏକମାତ୍ର କୋଠା ନାଁରେ ରହିଛି ।

ହୁସେନ କହିଛନ୍ତି, ବ୍ରିଟିଶ ଏଜେଣ୍ଟ ଯେତେବେଳେ ତାଙ୍କୁ ମାରିଥିଲେ ତାଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ଅଲଗା ଜାଗାରେ ଦଫନ କରାଯାଇଥିଲା ଯେପରି ଲୋକେ ତାଙ୍କ କବରକୁ ସମାଧି କରିପାରିବେନି । ମସଜିଦର ଟ୍ରଷ୍ଟି କ୍ୟାପଟେନ ଅହମଦ ଖାନ କହିଛନ୍ତି ଯେ ବ୍ରିଟିଶ ଫୈଜାବାଦୀଙ୍କୁ ଭୟ କରୁଥିଲେ । ତାଙ୍କ ମୃତ୍ୟୁ ପରେ ବି ଇଂରେଜ ଭୟ କରୁଥିଲେ । କିନ୍ତୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଜର୍ଜ ବ୍ରୁସ୍ ମଲେସନ୍ ଏବଂ ଥୋମାସ୍ ସେଟନଙ୍କ ଭଳି ବ୍ରିଟିଶ ଅଧିକାରୀ ତାଙ୍କ ସାହସ ଏବଂ ବୀରତ୍ୱ ବିଷୟରେ ବହୁତ କିଛି ଲେଖିଛନ୍ତି । କିନ୍ତୁ ଆଜି ବି ସ୍କୁଲ ଏବଂ କଲେଜ ପାଠ୍ୟକ୍ରମରେ ତାଙ୍କୁ ସ୍ଥାନ ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.